ରାଜ୍ୟ

ଭୁଶୁଡିଲା ପୋଲ ୪୦ ବର୍ଷର ପୋଲ

ବାଲେଶ୍ୱର : ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ବେଗୁନିଆ ଅଞ୍ଚଳରେ ଲଗାଣ ବର୍ଷାରେ ପୋଲ ଭୁଶୁଡ଼ି ପଡ଼ିଛି । ୪୦ ବର୍ଷର ପୁରୁଣା ପୋଲ ଭୁଶୁଡି ପଡିଥିବାବେଳେ ୨୫ ଖଣ୍ଡ ଗାଁର ଯାତାୟତ ବାଧାପ୍ରାପ୍ତ ହୋଇଛି । ସୋନ ନଦୀର ଶାଖା ଯୋଡ଼ ଉପରେ ପ୍ରସ୍ତୁତ ହୋଇଥିବା ଏହି ପୋଲ ଭୁଶୁଡିବାପରେ ନାହିଁ ନ ଥିବା ସମସ୍ୟା ଉପୁଜୁଛି।
ଖବରପାଇ ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଶୀଘ୍ର ଉକ୍ତ ପୋଲର ଡିପିଆର ପ୍ରସ୍ତୁତି କରି ନିର୍ମାଣ କରାବା ପାଇଁ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *