ଧର୍ମ

ବାଳମୁକୁନ୍ଦ ଦେବଙ୍କ ପୀଠରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବାଲୁଗାଁ,:-ଚିଲିକା ବ୍ଲକ ଅନ୍ତର୍ଗତ ଅଠରବାଟିଆ ପଞ୍ଚୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ବାଳମୁକୁନ୍ଦ ଦେବଙ୍କ ପୀଠରେ ମହାସମାରୋହରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି।ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା ସହ ନୀତିକାନ୍ତି ପୂଜା ପରେ ମଧ୍ୟାହ୍ନରେ ବିଜେ ପ୍ରତିମା ମନ୍ଦିର ଗୃହରୁ ପାଟପଟୁଆରରେ ବାହାରି ମନ୍ଦିର ପରିକ୍ରମା କରି ପୂଜା ମଣ୍ଡପରେ ବିରାଜମାନ ହୋଇଥିଲେ।ବିଧି ଅନୁସାରେ ଦୁଇ ଜଣ ସେବକ ଦେବକୀ ଓ ବସୁଦେବ ରୂପରେ ଲୁଗା ଢାଙ୍କି ଜନ୍ମ ବିଧି ସମ୍ପାଦନା କରିଥିଲେ।ଏହାପରେ ନବଜାତକଙ୍କୁ ପ୍ରସାଦ ଲାଗି କରାଯାଇ ଦୁଗ୍ଧ, ଲହୁଣୀ ସମର୍ପଣ କରାଯାଇଥିଲା।ଆଳତି ପରେ ବାଳମୁକୁନ୍ଦ ଦେବଙ୍କୁ ପାଟପଟୁଆରରେ ପୂଜା ମଣ୍ଡପରୁ ମନ୍ଦିରକୁ ପୁନଃ ବିଜେ କରି ସ୍ଥାପିତ କରାଯାଇଥିଲା।ଶଙ୍ଖ ନାଦ,ଘଣ୍ଟ କାହାଳି ସାଙ୍ଗକୁ ହରିବୋଲ ହୁଳହୁଳିରେ ଭକ୍ତିମୟ ପରିବେଶ କମ୍ପି ଉଠୁଥିଲା।ଏହି ଅବସରରେ ନଗର କୀର୍ତ୍ତନ କରାଯିବା ସହ ଦିନତମାମ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟାରେ ଶ୍ରୀକୃଷ୍ଣ ପୁରାଣ ପାଠ କରାଯାଇଥିଲା।ଶହଶହ ସଂଖ୍ୟକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ଗ୍ରାମ୍ୟ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମକୁ ସଭାପତି ଗୋବିନ୍ଦ ଜାଲି,ଉପସଭାପତି ଗୋଲଖ ବେହେରା,କୋଷାଧ୍ୟକ୍ଷ ରଙ୍କନାଥ ଜାଲି,ଟ୍ରଷ୍ଟି ସଭ୍ୟ ଓଘର ଜାଲି,ଗାଜଲ ବେହେରା,ଦୁଃଖୀଶ୍ୟାମ ବେହେରା,ଦୁଃଶାସନ ବେହେରା,ପୂର୍ଣ୍ଣ ଚନ୍ଦ୍ର ବେହେରା,ଗନ୍ଧର୍ବ ଜାଲି ପ୍ରମୁଖ ପରିଚାଳନା କରିଥିବା ବେଳେ ଅଠରବାଟିଆ(ଚନ୍ଦ୍ରାପୁଟ) ଗ୍ରାମବାସୀବୃନ୍ଦ ସମ୍ପୃଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *