ରାଜ୍ୟ

ପରିଦର୍ଶକ ପକ୍ଷରୁ ବୃକ୍ଷଚାରା ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ


ଜଗତସିଂହପୁର : ଜିଲ୍ଲାର ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ପରିଦର୍ଶକ ଚାରିଟେବୁଲ୍ ଟ୍ରଷ୍ଟ ଜାରି ରଖିଛି ତାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଞ୍ଚାୟତର ବେଲବଣ ମଠ ପ୍ରାଗଣରେ ୧୦୨ଟି ବଉଳ, ଝାଉଁ, ଅର୍ଜୁନ, ଗମ୍ଭାରୀ, ଶିଶୁ, ବହାଡା, ଜାମୁ ଇତ୍ୟାଦି ବୃକ୍ଷ ଚାରା ରୋପଣ କରାଯାଇଥିଲା । ଏଥିରେ ବେଲବଣ ମଠର ପୀଠାଧିଶ ସନ୍ଥଶ୍ରୀ ରାମାଭିଷେକଦାଶ ଏବଂ ଟ୍ରଷ୍ଟର ନିର୍ଦ୍ଦେଶକ ବାବା ଲଲାଟେନ୍ଦୁ କେଶରୀ ତଥା ସଦସ୍ୟ ମାନଙ୍କ ଉପସ୍ଥିତରେ ମୁଖ୍ୟ ଅତିଥି ଭାବରେ ଯୁବ ସମାଜସେବୀ ଅମରେନ୍ଦ୍ର ଦାସ, ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ଦାଶ, ଅବସରପ୍ରାପ୍ତ ସେନା କର୍ମଚାରୀ ସୁରେନ୍ଦ୍ର କୁମାର ମହାରଣା, ବରିଷ୍ଠ ନାଗରିକ ଧୋବେଇ ଚରଣ ସ୍ବାଇଁ, ବରଦା ପ୍ରସାଦ ରାୟ, ସଞ୍ଜୟ କୁମାର ପଲାଇ, କାହ୍ନୁ ଚରଣ ନାୟକ, ରୁଦ୍ରନାରାୟଣ ମହାନ୍ତି, ନାନୁଆ ସାହୁ, ବୁଲୁ ମାଝି, କେଦାର ଚରଣ ମୁଦୁଲି, ରାକେଶ ସ୍ବାଇଁ, ପ୍ରଦୀପ କୁମାର ସ୍ବାଇଁସମେତ ବରିଷ୍ଠ ସାମ୍ବାଦିକ ଶରୋଜ ନାୟକ, ଜ୍ଯୋତି ରଞ୍ଜନ ପରିଡା, ତପନ ରାଉତ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକୁ ସଫଳ କରାଇ ଥିଲେ ।

Leave a Reply

Your email address will not be published. Required fields are marked *