ରାଜ୍ୟ

ଲକ୍ଷାଧିକ ତରଳ ପଦାର୍ଥ ହେରଫେରରେ ସାମିଲ ରାଜଧାନୀ ଭତ୍ତା ଅଫିସର

ବଡ଼ବିଲ : ପଦାକୁ ଆସିଲା ଲକ୍ଷାଧିକ ତରଳ ପଦାର୍ଥରେ ମଧ୍ୟ ହେରଫେରରେ ସାମିଲ ଥିବା ରାଜଧାନୀର ଏକ ମାସିକିଆ ଭତ୍ତା ଅଫିସର ବୋଲି ଜାଣିବାକୁ ମିଳେ ବିଭାଗର ଏକ ବରିଷ୍ଟ ଅଧିକାରୀଙ୍କ ଠାରୁ।ଘଟଣା କିଛି ଏପରି ନିଜ ଦାୟିତ୍ୱର ବାରମ୍ବାର ଅପବ୍ୟବହାର କରି ବହୁ କରନାମାରେ ଛନ୍ଦି ହୋଇ ପଡିଛନ୍ତି ଏହି ଚିତା କଟା ଭତ୍ତା ବାବୁ ଜଣକ । ତଥାବି ଖୁଲମଖୁଲା ରାଜ୍ୟ ପାଇଁ ଚାଲେଞ୍ଜ ସୃଷ୍ଟି କରି ଚାଲିଥିବା ଭତ୍ତା ଅଫିସର ଜଣକ ଲଗାମଛଡା ନିଜର ଉଚ୍ଚପଦସ୍ଥ ଅଧିକାରୀଗଣଙ୍କୁ ଭକୁଆ ବନାଇ ବେଖାତିର ଭାବରେ ଚଳାଇଛନ୍ତି ନିଜର ବହୁ ଅନୀତି କାରବାର । ଯାହାର ଅନେକ ଘଟଣା ପର୍ଦ୍ଦାଫାସ ହେଉଥିଲେ ମଧ୍ୟ ଏଯାଏ ରାଜଧାନୀର ଦାୟିତ୍ୱରେ ଥିବା କେତକ ଅଧିକାରୀ ସ୍ଥାଣୁ ପାଲଟି ଦେଖଣାହାରୀ ପାଲଟିଛନ୍ତି ମୋଟା ଅଙ୍କର ବେତନଧାରୀ ଅଫିସର । ଯାହା ସୂଚନା ବର୍ଷକୁ ପ୍ରାୟ ୪୦/୫୦ ପ୍ରକାରର ବହୁ ମୂଲ୍ୟର ତରଳ ପଦାର୍ଥ କିଣିବା ନିମନ୍ତେ ପ୍ରାୟ ୩୦ ଲକ୍ଷର ହୋଇଥାଏ ବ୍ୟବସ୍ଥା, କିନ୍ତୁ ଉକ୍ତ ଏହି ମାସିକିଆ ଭତ୍ତା ଅଫିସର ଚଞ୍ଚକତା କରି ପ୍ରତ୍ୟେକ ତରଳ ପଦାର୍ଥରେ ଲିଟର ଏବଂ କେ.ଜି ରେ ମଧ୍ୟ ପ୍ରାୟ ଶତକଡା ୧୫% ଘୋଟାଲା କରି ଯାହାର ମୂଲ୍ୟ ହାରାହାରି ପ୍ରାୟ ବର୍ଷକୁ ଅତି କମରେ ହିସାବକୁ ନେଲେ ୩/୪ ଲକ୍ଷ ପର୍ଯ୍ୟନ୍ତ ସେଥିରେ ହେରଫେର କରି ନିଜ ପକେଟକୁ ନେଉଥିବାର ଜଣାପଡ଼େ।ତେବେ ଦେଖିବାକୁ ଗଲେ ନିଜ କ୍ଷମତାର ଅପବ୍ୟବହାର କରିଏହି ଭତ୍ତା ବାବୁ ନିଜ ଅଧୀନରେ ଥିବା ଜିଲ୍ଲା ଶାଖା , ପ୍ରମୁଖ ସ୍ଥାନୀୟ ମଣ୍ଡଳ ପ୍ରତି, ମସିକିଆ ବ୍ୟବସ୍ଥା ରଖିବା ସହ କେତକ ଅନାବ୍ୟଶକ ମେସିନ କିଣାରେ ମଧ୍ୟ ହେରଫେର କରିଥିବାର ଶୁଣାଯାଏ । ଏତେ ସବୁ ଜାଣିବା ପରେ ମଧ୍ୟ ଅଞ୍ଚଳର ପୂର୍ବ କେତକ ଅଫିସର ଯାହା ବର୍ତ୍ତମାନ ରାଜଧାନୀର ଏକ ପ୍ରମୁଖ ପଦଵୀରେ ବିରାଜମାନ ରହି ଉକ୍ତ ମାସିକିଆ ଭତ୍ତା ଅଫିସରଙ୍କୁ ସ୍ଥାନୀୟ ଅଞ୍ଚଳର ବିଭାଗକୁ ପଠାଇବାକୁ ବ୍ୟାକୁଳ ଥିବା ବେଳେ ଉକ୍ତ ବିଭାଗର ସର୍ବନାଶ କରିବାକୁ ଲାଗିପଡିଛନ୍ତି ଅନେକ,ଯାହାର ସମସ୍ତ ଘଟଣା ଆଗାମୀ ଦିନରେ ପର୍ଦ୍ଦଫାଶ ହେବା ଥୟ ।

Leave a Reply

Your email address will not be published. Required fields are marked *