ମୁଖ୍ୟ ଖବର

ଗୋଦାମରେ ଅଗ୍ନିକାଣ୍ଡ: ୨ ଶ୍ରମିକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼,: ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ଲୁହୁରାଢ଼ିପାରେ ଏକ ଠିକାଦାରଙ୍କ ଗୋଦାମ ଘରେ ସୋମବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ଶ୍ରମିକ ଦ୍ୱୟ ହେଲେ ସଦରବ୍ଲକ ବାଉରୀ ମୁଣ୍ଡାର ମିଠୁ ଓରାମ(୩୬) ଏବଂ ଦିଲୀପ ସାଏ(୩୨)। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗୋଦାମରେ ନିଆଁ ଲାଗି ୨ଜଣ ପୋଡି ଯାଇଥିବା ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହେଲେ ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଫରେନସିକ ଟିମ୍‌ ପହଞ୍ଚି ନ ଥିବାରୁ ଶବ ବ୍ୟବଚ୍ଛେଦ ହୋଇନାହିଁ। ତେବେ ଘଟଣାସ୍ଥଳରେ ଟାଉନ ପୋଲିସ ଓ ସଦର ଏସ୍‌ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଫରେନ୍‌ସିକ ଟିମ୍‌ ଆସିବା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡି ନାହିଁ।

Leave a Reply

Your email address will not be published. Required fields are marked *