ଖେଳ

ଖୁବ୍‌ଶୀଘ୍ର ବାପା ହେବେ ଇଶାନ୍ତ ଶର୍ମା

ନୂଆଦିଲ୍ଲୀ,: ଭାରତୀୟ କ୍ରିକେଟ ଦଳର ଖେଳାଳି ଇଶାନ୍ତ ଶର୍ମା ବାପା ହେବାକୁ ଯାଉଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛି। ଏଥିରେ ଇଶାନ୍ତଙ୍କ ସହ ତାଙ୍କ ପତ୍ନୀ ପ୍ରତୀମା ସିଂ ମଧ୍ୟ ନଜର ଆସିଛନ୍ତି। ଏହି ଫଟୋ ପ୍ରତିମାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ମଧ୍ୟ ଶେୟାର କରାଯାଇଛି। ପ୍ରତୀମା ଏବଂ ଇଶାନ୍ତ ଖୁବ୍‌ଶୀଘ୍ର ମା’ବାପା ହେବାକୁ ଯାଉଛନ୍ତି। ଇଶାନ୍ତଙ୍କ ପତ୍ନୀ ପ୍ରତୀମା ଜଣେ ବାସ୍କେଟବଲ ଖେଳାଳି। ଇଶାନ୍ତ ଶର୍ମା ଏବଂ ପ୍ରତୀମା ଘରେ ଏକ ପାର୍ଟି ରଖିଥିଲେ। ତାଙ୍କର ଘନିଷ୍ଠ ଲୋକମାନେ ଏଥିରେ ଜଡିତ ଥିଲେ। ପ୍ରତୀମା ଇନଷ୍ଟାଗ୍ରାମରେ ଉତ୍ସବର କିଛି ଚିତ୍ର ଏବଂ ଭିଡିଓ ଶେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *