ରାଜ୍ୟ

ଗୋଦାମ ରୁ ଚୋରୀ ଅଭିଯୋଗ

ବାଲୁଗାଁ : ବାଣପୁର ବ୍ଲକ ନିକଟସ୍ଥ ଗମ୍ଭାରୀମୁଣ୍ଡା ବଜ଼ାର ରେ ଦିନକୁ ଦିନ ଚୋର ମାନଙ୍କର ଉତ୍ପାତ ବଢ଼ିବାରେ ଲାଗିଛି I ଆଜକୁ ପ୍ରାୟ ୬ ମାସ ଭିତରେ ୧0 ୧O ଟି ଚୋରି ଘଟଣା ବ୍ୟବସାୟୀ ମାନଙ୍କର ନିଦ ହଜିଯାଇଛି I ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳୁନାହିଁ ବୋଲି ବ୍ୟବସାହି ସଂଘ ମତପ୍ରକାଶ କରିଛନ୍ତି I ଆଜି ସୋମବାର ମଧ୍ୟରାତ୍ର ଏକଘଣ୍ଟା ତିରିଶ ମିନିଟ ସମୟରେ ବଜାରର ରାଇସିନ ଦୋକାନୀ ସତ୍ୟନାରାୟଣ ପାତ୍ର ଙ୍କ ଗୋଦାମ ଗୃହରୁ ଚୋର ମାନେ ପଚାଶ ହଜାରରୁ ଉର୍ଦ୍ଧ ସାମାନ ଲୁଟ ହୋଇଥିବା ନାଚୁଣୀ ଥାନାରେ ଅଭିଯୋଗ କରିଛନ୍ତି I ଉକ୍ତ ଘଟଣାକୁ ଗୁରୁତ୍ୱ ର ସହ ନାଚୁଣୀ ଥାନା ଅଧିକାରୀ ଶ୍ରୀ ଚନ୍ଦ୍ରଶେଖର ଯେନା ତଦନ୍ତ ଚଳାଇଛନ୍ତି I

Leave a Reply

Your email address will not be published. Required fields are marked *