ରାଜ୍ୟ

ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ଵାଳଙ୍କ ଶ୍ରାଦ୍ଧ ଦିବସ ପାଳିତ

ଜଗତସିଂହପୁର : ଓଡ଼ିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ କର୍ମବୀର ବସନ୍ତ କୁମାର ବିଶ୍ଵାଳଙ୍କ ୨୦ତମ ଶ୍ରାଦ୍ଧ ଦିବସ ଜଗତସିଂହପୁର ସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ପାଳନ ହୋଇଯାଇଛି।
ବସନ୍ତ କୁମାର ବିଶ୍ଵାଳ ସ୍ମୃତି କମିଟିର ସଭାପତି ରବିନ୍ଦ୍ରନାଥ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ରୂପେ ପୌରାଧ୍ୟକ୍ଷ ଅର୍ଚ୍ଚନା ସିଂହ ଯୋଗଦେଇ ସ୍ବର୍ଗତ ବିଶ୍ବାଳଙ୍କ ବହୁମୁଖି ପ୍ରତିଭା ବିଷୟରେ ଆଲୋକପାତ କରିବା ସହ ତାଙ୍କ ଭଳି ଯୋଗଜନ୍ମା ମହାପୁରୁଷ ପାଇଁ ଆଜି ଜଗତସିଂହପୁର ଜିଲ୍ଲା ସର୍ବାଙ୍ଗ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ।
ମୁଖ୍ୟ ବକ୍ତା ଭାବରେ ଜଗତସିଂହପୁରର ବରିଷ୍ଠ ନାଗରିକ ସମାଜସେବୀ ବିନାୟକ ପଟ୍ଟନାୟକ ଯୋଗଦେଇ ସ୍ବର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ ସହ ତାଙ୍କର ପାରିବାରିକ ସଂପର୍କ ବିଷୟରେ ଆଲୋକପାତ କରିବା ସହ ଜଣେ ଉଦାର ମନା, ବିଶାଳ ହୃଦୟର ବ୍ୟକ୍ତିତ୍ଵ ଓ ସମଗ୍ର ରାଜ୍ୟର ବିକାଶରେ ତାଙ୍କର ଆନ୍ତରିକ କାର୍ଯ୍ୟ ପାଇଁ ତାଙ୍କୁ ଜନମାନସ କର୍ମବୀର କହି ସମ୍ମାନ ଦେଉଥିଲା ବୋଲି ମତବ୍ୟକ୍ତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଯୋଗଦେଇ କଟକର ରିଂ ରୋଡ଼ ଠାରୁ ଆରମ୍ଭ କରି ଜଗତସିଂହପୁରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଫିସ, ସର୍କିଟ ହାଉସ, ହୋମିଓପାଥି ଚିକିତ୍ସାଳୟ,ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଆବାସିକ ଗୃହ, ଶାରଳା ଓ ରାହାମା ଠାରେ ସୂତାକଳ, ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସେତୁ ବନ୍ଧ ନିର୍ମାଣ, ଜଳସେଚନର ସୁବିଧା, ଜିଲ୍ଲାରେ ବିଭିନ୍ନ ସ୍କୁଲ,କଲେଜ ସ୍ଥାପନ ସହ ନୂତନ ଜଗତସିଂହପୁର ନିର୍ମାଣରେ ବସନ୍ତ ବିଶ୍ବାଳଙ୍କ ଅବଦାନ ବସନ୍ତ ବିଶ୍ବାଳଙ୍କୁ ସବୁଦିନ ପାଇଁ ଜଗତସିଂହପୁର ବାସୀଙ୍କ ନିକଟରେ ସ୍ମରଣୀୟ ହୋଇ ରଖିବ ବୋଲି ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ରୂପେ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ପ୍ରଦେଶ କଂଗ୍ରେସ ସଭ୍ୟ ଇଂ ନଳିନୀ କୁମାର ସ୍ବାଇଁ, ବରିଷ୍ଠ ନାଗରିକ ହେମନ୍ତ କୁମାର ରଥ, ସ୍ମୃତି କମିଟିର ସମ୍ପାଦକ ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ବିଶ୍ବାଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସ୍ମୃତି କମିଟିର ଉପ ସଭାପତି ପ୍ରଦୀପ୍ତ କୁମାର ସାହୁଙ୍କ ସଂଯୋଜନାରେ‌ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଆଇନଜୀବି କୃଷ୍ଣଚନ୍ଦ୍ର ଭୁଆଁ, ସମାଜସେବୀ ନିରୁପମା ଜେନା, ଜିଲ୍ଲାର ମାଟ୍ରିକ ଟପ୍ପର ସୁଶ୍ରୀ ସାଇ ଲିପ୍ପସା ପ୍ରଧାନ, ଯୁକ୍ତ ଦୁଇ ଜିଲ୍ଲା ବିଜ୍ଞାନ ଟପ୍ପର ସୁମନ ଶୁଚିସ୍ମିତା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରାରମ୍ଭରେ ସାରଦା ଏକାଡେମୀର କୃତି‌ ଛାତ୍ରୀ ଅମ୍ରିତା ନାୟକ ସ୍ବର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ ଜୀବନୀ ଉପରେ ସାରଗର୍ଭକ ଆଲୋଚନା କରି ଉପସ୍ଥିତ ବସନ୍ତ ପ୍ରେମୀ ମାନଙ୍କ ମଧ୍ୟରେ ସିହରଣ ସୃଷ୍ଟି କରିଥିଲେ।
ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନେତା ପ୍ରସନ୍ନ କୁମାର ସାମନ୍ତରାୟ,ନିରଞ୍ଜନ ବେହୁରା,ବଲ୍ଲଭାନନ୍ଦ ସ୍ବାଇଁ, ପୂର୍ଣଚନ୍ଦ୍ର ପ୍ରଧାନ,ଅଦ୍ଵୈତ ଚରଣ ଜେନା,ନାରୀନେତ୍ରୀ ମାନସୀ ନନ୍ଦ, ଦୀପ୍ତୀରାଣୀ ପ୍ରଧାନ,ମିନୁ ଚୌଧୁରୀ, ସୁମିତ୍ରା ବିଶ୍ବାଳ,ରିତାଞ୍ଜଳୀ ଦାସ, ପ୍ରଶାନ୍ତ କୁମାର ମଲ୍ଲିକ,ଲକ୍ଷ୍ମୀ ନାରାୟଣ ସାମନ୍ତରାୟ,ସର୍ବେଶ୍ଵର ପଣ୍ଡା,ଜଗଦାନନ୍ଦ ପଢିହାରୀ,ମିଲି ସେଠୀ, ପ୍ରଶାନ୍ତ ମହାପାତ୍ର,ସୁଦର୍ଶନ ବେହେରା,ରମାକାନ୍ତ ଦାସ, ଛାତ୍ର ନେତା ସ୍ମୃତି ରଞ୍ଜନ ଜେନା, ସ୍ବରୂପ କାନୁନଗୋ, କୃଷ୍ଣଚନ୍ଦ୍ର ପ୍ରଧାପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଯୁବନେତା ଅଭୟ କୁମାର ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରନେତା ସୁନିଲ ମାଟିଆ ଧନ୍ୟବାଦ ଅର୍ପଣ କରିଥିଲେ।
ପିତାଙ୍କ ସ୍ମୃତିରେ ପୂର୍ବତନ ବିଧାୟକ ତଥା ବସନ୍ତ ବିଶ୍ବାଳଙ୍କ ସୁପୁତ୍ର ଚିରଞ୍ଜିବ ବିଶ୍ବାଳଙ୍କ ପ୍ରଦତ୍ତ ସିଲେଇ ମେସିନ ୫ ଜଣଙ୍କୁ ପ୍ରଦାନ କରାଯାଇଥିଲା।
ପ୍ରତ୍ୟୁଷରେ ଗଣେଶ ମନ୍ଦିର ନିକଟରେ ତିଳୋତର୍ପଣ କରାଯିବା ସହ ସ୍ବାର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଉଲ୍ଲାସ ବିଶ୍ବାଳ,ନିରଞ୍ଜନ ସେନ,ସ୍ବାସ୍ତୀ ପ୍ରସାଦ ମିଶ୍ର, ଉପେନ୍ଦ୍ର ଦାସ, ସୁକାନ୍ତ ବେହୁରା,
ଲିପୁ ମହାନ୍ତି,ଭଗତ ତାରେଣିଆ, ଓମ୍ ସାଇ ସତ୍ୟପ୍ରକାଶ, ଦିଲ୍ଲୀପ ସିଂହ, ମନୋଜ ନାୟକ, ରଶ୍ମି ରଞ୍ଜନ ତ୍ରିପାଠୀ, ପଦ୍ମଚରଣ ରାଉତ,ଅବନୀକାନ୍ତ ମହାରଣା,ସୁବାସ ଚନ୍ଦ୍ର ସାହୁ,ତ୍ରିପୁରେଶ୍ବର ମଲ୍ଲିକ,ସତ୍ୟ ନାରାୟଣ ଚୌଧୁରୀ, ରଜନୀକାନ୍ତ ଚୌଧୁରୀ, ପ୍ରବୀର ପରିଜା, ସରୋଜ ନାୟକ,ନାରାୟଣ କାନୁନଗୋ,ବିଜୟ ବେହେରା,ବିଜୟ ବିଶ୍ବାଳ, ପୂର୍ଣଚନ୍ଦ୍ର ପ୍ରଧାନ, ଦୀପ୍ତି ରଞ୍ଜନ ସାହୁ, ମଣ୍ଟୁ ମହାନ୍ତି,ବାପୁ ନନ୍ଦ ,ମୁରଲୀଧର ମହାନ୍ତି, କୈଳାସ ଦାସ,ଇମତାଜ ଖାନ, ସଂଜୀବ ମିଶ୍ର, ସୂର୍ଯ୍ୟକାନ୍ତ ସାହୁ,ଅଶୋକ ଭୋଇ, ଅବଦୁଲ୍ ନସିମ ଖାଁ,ଅଞ୍ଜନ ସାମଲ, ବାରମ୍ବାର ବେହେରା, ମନୋରଞ୍ଜନ ମହାନ୍ତି,ଶଙ୍କେରେଶ୍ବର ଦାସ, ଦେବେନ୍ଦ୍ର ବେହେରା, ନାରାୟଣ ନାୟକ,ତପନ ସ୍ବାଇଁ, ବିଷ୍ଣୁ ସାହୁ, ଆଶିଷ ମହାପାତ୍ର, ଅତୁଲ୍ୟ ବିଶ୍ବାଳ, ସିଦ୍ଧାର୍ଥ ତ୍ରିପାଠୀ, ନିରଞ୍ଜନ ମହାପାତ୍ର, ନିରଞ୍ଜନ ସେଠୀ, ସଚ୍ଚିଦାନନ୍ଦ ମଲ୍ଲିକ,ରୁଦ୍ର ପ୍ରସାଦ ବାରିକ,ଅନିଲ ଦାସ, ରାଜେଶ ରାଉତ, ଦୁର୍ଗା ବିଶୋଇ, ଲଣ୍ଡନ ମଲ୍ଲିକ, ବୀରବର ନାୟକ, ଅଭିମନ୍ୟୁ ରାଉତ,ନିରଞ୍ଜନ ବେହେରା,ବାପୁ ରାୟ, ସୁନିଲ୍ ଦାସ,ସଂଜୟ ସ୍ବାଇଁ,
ଉମେଶ ସ୍ବାଇଁ,ହେଦାୟତ ଅଲ୍ଲୀ, ଧର୍ମାନନ୍ଦ ବିଶ୍ବାଳ,ହବବୁଲ ରେହେମାନ, କାର୍ତ୍ତିକ ମଲ୍ଲିକ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।।

Leave a Reply

Your email address will not be published. Required fields are marked *