ଦେଶ- ବିଦେଶ

ବାଇଡେନଙ୍କ ଠାରୁ ସୁନକଙ୍କ ପର୍ଯ୍ୟନ୍ତ ସମସ୍ତ ଅତିଥିଙ୍କ ସ୍ବାଗତ ପାଇଁ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ୱ

ନୂଆଦିଲ୍ଲୀ,: ଜି -୨୦ ଶିଖର ସମ୍ମିଳନୀ ପାଇଁ ବିଦେଶୀ ପ୍ରତିନିଧୀଙ୍କୁ ସ୍ବାଗତ କରିବା ପାଇଁ ଜାତୀୟ ରାଜଧାନୀକୁ ରାଜକୀୟ ଭାବେ ସଜାଯାଇଛି। ଏଥିସହ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ବାଗତ କରିବାକୁ କେନ୍ଦ୍ର ବିଭିନ୍ନ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାଗତ ସେପ୍ଟେମ୍ବର ୮ ସନ୍ଧ୍ୟା ୬.୫୫ (ଅସ୍ଥାୟୀ ସମୟାନୁସାରେ)ରେ ରାଜ୍ୟ ମନ୍ତ୍ରୀ ଭି.କେ ସିଂ ସ୍ବାଗତ କରିବେ। ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଦିନ ୧.୪୦ରେ ରାଜ୍ୟ ମନ୍ତ୍ରୀ ଅଶ୍ୱିନୀ ଚୌବେ ସ୍ବାଗତ କରିବେ। ସୂଚନାନୁସାରେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦିନ ୧୨.୩୦ରେ ରାଜ୍ୟ ମନ୍ତ୍ରୀ ଦର୍ଶନା ଜରଦେଶ ସ୍ବାଗତ କରିବାକୁ ଥିବା ବେଳେ ରାଜ୍ୟ ମନ୍ତ୍ରୀ ଅଶ୍ୱିନୀ ଚୌବେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ଅପରାହ୍ନ ୨.୧୫ରେ ସ୍ବାଗତ କରିବେ। ସୂତ୍ରରୁ ପ୍ରକାଶ ଯେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ରାଜ୍ୟ ମନ୍ତ୍ରୀ ଶୋଭା କରାଡଲାଜେ ସକାଳ ୬.୨୦ରେ ସ୍ବାଗତ କରିବେ। ସେହିପରି ଚାଇନାର ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ରାଜ୍ୟ ମନ୍ତ୍ରୀ (ଅବସରପ୍ରାପ୍ତ) ଭି.କେ ସିଂ ସା ୭.୪୫ରେ ଏବଂ ୟୁଏଇର ରାଷ୍ଟ୍ରପତି ଏଚ ଏଚ ଶେଖ ମହମ୍ମଦ ବେନ ଜାଏଦ ଅଲ ନାହୟାନଙ୍କୁ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସ୍ବାଗତ କରିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *