ମନୋରଞ୍ଜନ

କଙ୍ଗନାଙ୍କୁ ଦୁଇ ଚାପୁଡ଼ା ମାରିବାକୁ ଚାହୁଁଛି

ମୁମ୍ବାଇ: କଙ୍ଗନାଙ୍କ ମନ୍ତବ୍ୟରେ ଜଣେ ଅଭିନେତ୍ରୀ ତାଙ୍କୁ ଚାପୁଡ଼ା ମାରିବା ପାଇଁ କହିଛନ୍ତି। ଅଭିନେତ୍ରୀ ଜଣକ କହିଛନ୍ତି, ମୁଁ କଙ୍ଗନା ରାଣାଓ୍ବତଙ୍କୁ ଭେଟିବାକୁ ଚାହୁଁଛି। କାରଣ ତାଙ୍କୁ ଦୁଇ ଚାପୁଡ଼ା ମାରିବି। ଏପରି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନୀ ଅଭିନେତ୍ରୀ ନୌଶିନ ଶା। ସେ କହିଛନ୍ତି, କଙ୍ଗନାଙ୍କର ଅନ୍ୟ ଲୋକ ଏବଂ ସେମାନଙ୍କ ଦେଶ ପ୍ରତି ସମ୍ମାନ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ଜ୍ଞାନ ନ ଥାଇ ପାକିସ୍ତାନ ବିଷୟରେ ଓଲଟାପାଲଟା କଥାବାର୍ତ୍ତା କରିଥିବାରୁ ସେ ନିନ୍ଦା କରିଛନ୍ତି। ମୋମିନ ସାକିବଙ୍କ ଚାଟ୍‌ ଶୋ’ରେ କଙ୍ଗନାଙ୍କୁ ଦୁଇଥର ଚାପୁଡ଼ା ମାରିବାକୁ ଚାହୁଁଛନ୍ତି ବୋଲି ନୌଶିନ କହିଛନ୍ତି। ସେ କହିଛନ୍ତି, କଙ୍ଗନାଙ୍କର ଅନ୍ୟ ଲୋକଙ୍କ ପ୍ରତି ସମ୍ମାନ ନାହିଁ ଏବଂ ସେ ତାଙ୍କ ଅଭିନୟ, ବିବାଦ ଏବଂ ପୂର୍ବତନ ପ୍ରେମିକଙ୍କ ଉପରେ ଧ୍ୟାନ ଦେବା ଉଚିତ।

ଏହି ଚାଟ୍‌ ଶୋ’ରେ ଯେତେବେଳେ ନୌଶିନଙ୍କୁ ପଚରାଯାଇଥିଲା, ଆପଣ ବଲିଉଡ୍‌ର କେଉଁ ଅଭିନେତ୍ରୀ/ଅଭିନେତାଙ୍କୁ ଭେଟିବାକୁ ଚାହାନ୍ତି। ସେ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ, ମୁଁ କଙ୍ଗନାଙ୍କୁ ଭେଟି ତାଙ୍କୁ ଚାପୁଡ଼ା ମାରିବାକୁ ଚାହୁଁଛି। ସେ କହିଛନ୍ତି, ‘ମୋ ଦେଶ ବିଷୟରେ ସେ ଯେଉଁଭଳି ଭାବରେ କହୁଛନ୍ତି, ମୁଁ ତାଙ୍କୁ ଅଦମ୍ୟ ଅଭିବାଦନ ଜଣାଉଛି। ତାଙ୍କର କୌଣସି ଜ୍ଞାନ ନାହିଁ କିନ୍ତୁ ଅନ୍ୟ ଦେଶ ବିଷୟରେ କଥା କହୁଛନ୍ତି। ସେ ନିଜ ଦେଶ ଉପରେ ଫୋକସ କରନ୍ତୁ ବୋଲି କହିଥିଲେ

Leave a Reply

Your email address will not be published. Required fields are marked *