ରାଜନୀତି

ଏ.ରାଜାଙ୍କ ବିରୋଧରେ ମାମଲା ରୁଜୁ

ଚେନ୍ନାଇ,: ତାମିଲନାଡୁର ଶାସକ ଦଳ ଡିଏମକେ ଏମ୍‌ପି ଏ. ରାଜା ସନାତନ ଧର୍ମକୁ ଏଚଆଇଭି ଏବଂ କୁଷ୍ଠରୋଗ ସହିତ ତୁଳନା କରିଛନ୍ତି। ଗୁରୁବାର ରାଜାଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏକ ମାମଲା ରୁଜୁ କରାଯାଇଛି। ସାମାଜିକ କର୍ମୀ ତଥା ଓକିଲ ଭିନେଟ ଜିନ୍ଦଲ ଏହି ମାମଲା କରିଛନ୍ତି। ସେ ତାଙ୍କ ଅଭିଯୋଗରେ ସନାତନ ଧର୍ମକୁ ଅପମାନିତ କରିବା, ଧର୍ମ ଆଧାରରେ ସମାଜକୁ ବିଭାଜନ କରିବା ଏବଂ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ ରାଜା କହିଥିଲେ, ସନାତନ ଧର୍ମ ଏକ ସାମାଜିକ ରୋଗ। ଉଦୟନିଧି ସନାତନଙ୍କୁ ଡେଙ୍ଗୁ, ମ୍ୟାଲେରିଆ ସହିତ ତୁଳନା କରି ବିନମ୍ରତା ଦେଖାଇଥିଲେ। ଏହାକୁ ଏଚ.ଆଇ.ଭି ଏବଂ କୁଷ୍ଠ ରୋଗ ସହିତ ତୁଳନା କରାଯିବା ଉଚିତ୍‌। ଏହା ଏହି ରୋଗ ଅପେକ୍ଷା ଆହୁରି ଅଧିକ ଖରାପ।
ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ଥିବା ଉଦୟନିଧି ଷ୍ଟାଲିନ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗ ସହ ତୁଳନା କରିଥିଲେ। ଏଥିସହ ସେ ସନାତନ ଧର୍ମକୁ ବିଲୋପ କରିବାକୁ କହିଥିଲେ।

Leave a Reply

Your email address will not be published. Required fields are marked *