ରାଜ୍ୟ

ହେଡକ୍ୱାର୍ଟସର ଯୁବ ଅଧିକାରୀଗଣଙ୍କ ସହ ଅନ୍ଧପୁଟୁଳି ଖେଳ ଖେଳି ଭକୁଆ ବନଉଛି ଭତ୍ତା ଅଫିସର

ବଡ଼ବିଲ : ଅର୍ଥ ଲୋଭରେ ନିଜର ଘୋଟାଲାର କଳାକାରନାମା ସ୍ଥାନୀୟ ବିଭାଗରୁ ଏକ ଜୀବନ ଆରମ୍ଭ କରି ଦୀର୍ଘ ଦିନ ହେବ ଏବେ ରାଜଧନୀରେ କାୟା ବିସ୍ତାର କରି ବେସ ବିଳାସପୂର୍ଣ୍ଣରେ ଜୀବନ ଶୈଳୀ ଥିବା ବେଳେ ଅଜସ୍ର ସମ୍ପତି ବଢାଇ, ମୁଖ୍ୟତଃ ତରଳ ପଦାର୍ଥ,ମେସିନ କିଣାରେ,ପରୀକ୍ଷଣରେ ଘୋଟାଲା କରି ରାଜଧନୀରେ ଏକାଧିକ ସ୍ଥାନରେ ବହୁ ପ୍ଲଟ ବଢ଼ାଇବାରେ ଲାଗିଛନ୍ତି ମାସିକିଆ ଭତ୍ତା ଅଫିସର, ଯାହାର ପ୍ରମୁଖ ସହଯୋଗର ହାତ ରୁହେ ସ୍ଥାନୀୟ ଘୋଟାଲା ବିଭାଗର ଅଫିସରଙ୍କର । ତଥାବି ନିଜ ଠାରେ ଏପହିରି ଦକ୍ଷତା ରହିଛି ଯେ ହେଡ଼କ୍ୱାର୍ଟସର କେତକ ଜଣାଶୁଣା ଦକ୍ଷତାପୂର୍ଣ୍ଣ ନୂତନ ଭାବରେ ନିଯୋଗ ଯୁବ ଅଧିକାରୀଙ୍କୁ ଅତି ସହଜରେ ଭକୁଆ ବନେଇବା ସହ ରାଜଧାନୀର ଏକ ମୁଖ୍ୟଙ୍କୁ ମଧ୍ୟ ବହୁ ନିଜର ଘୋଟାଲା ଗୁଡ଼ିକୁ ଅନ୍ଧାରରେ ରଖି ଉକ୍ତ ଭତ୍ତା ଅଫିସର ଜଣକ ବାରମ୍ବାର ଘୋଟାଲା ପରେ ଘୋଟାଲା କରି ଅର୍ଥ ସାଉଁଟିବାରେ ଲାଗି ପଡ଼ିଥିଲେ ମଧ୍ୟ ହେଡ଼କ୍ୱାର୍ଟସରରେ ଅନ୍ଧପୁଟୁଳି ଖେଳ ଚାଲିଛି ଯେପରି କାହାକୁ ଜଣା ପଡୁନି । ତଥାବି ବେହିଆଙ୍କ ପରି ଅର୍ଥ ବିକଳଗୁଡ଼ା ଅଞ୍ଚଳକୁ ଲୁଟି ଖାଉଥିବା ଅଫିସରଙ୍କ ଅସଲ ମୁଖା ଏବେ ସାର୍ବଜନୀନ ହେବାକୁ ଲାଗିଥିବା ବେଳେ ତଥାବି ଅଲାଜୁକ ପରି ଧାଇଁ ଆସୁଛନ୍ତି ଧଳା ବୋଲେରୋରେ ଲୁଟି ଖାଇବାକୁ ସ୍ଥାନୀୟ ଅଞ୍ଚଳକୁ ତଥା ଘୋଟାଲା ବିଭାଗକୁ । ସେଥିରେ ପୁଣି ବିଶେଷ ସହଯୋଗର ହାତ ବଢ଼ାଇ ଏକ ପ୍ରମୁଖ କମ୍ପାନୀର କେତକ କୁଳାଙ୍ଗାର ଅଫିସର ଦଲାଲ ସାଜି ନିଜର ମାନ ସମ୍ମାନକୁ ମାଟିରେ ମିଶାଇ ଅତିଥି ଗୃହ ସେବା ଯୋଗାଇ ଚାପୁଲିଶ କରୁଥିବାର ଚର୍ଚ୍ଚା ଅଞ୍ଚାଲରେ ବେସ ସରଗରମ କରେ । ପୁଣି ସହଯୋଗରେ ସାମିଲ ହେଉଛନ୍ତି କେଇ ଭଦ୍ରମୁଖା ସ୍ଥାନୀୟ ଅଫିସର ବାରମ୍ବାର ଚାପ ପକାଇ ପ୍ରମୁଖ କାର୍ଶଦିର ଖଳନାୟକ ବନି ଗୋଟି ଚାଳନା କରି ଟପ୍ ଲେବୁଲରେ ରାଜନେତାଙ୍କ ସୁପାରିସ କ୍ରମେ ବସିପଡ଼ିଛନ୍ତି ଏଠାରେ। ତେବେ ଯେପରି ପୂର୍ବରୁ ଦୀର୍ଘ ଦିନ ଧରି ଘୋଟାଲା ଚଳାଇଥିଲେ ଏବେ ତାହା ବାଧକ ସାଜିଥିବାରୁ ଅଞ୍ଚଳକୁ ଆସି ତର୍ଜମା କରି ଦବେଇବା ଏକ ପ୍ରମୁଖ ବିଷୟ ପାଲଟିଥିବା ବେଳେ ଖବର ବ୍ୟାପକକୁ ଦବେଇବା କ୍ଷେତ୍ରରେ ହାର ମାନି ମୁହଁ ଲୁଚାଇ ଚାଲିଯିବା ହୁଏ ଲଜ୍ୟା ଜନକ ପୁଣି ରାଜଧାନୀକୁ ।

Leave a Reply

Your email address will not be published. Required fields are marked *