ବିଶେଷ

ଘର ନଥିବାରୁ ଗୁହାଳ ଘରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଶିକ୍ଷକ

ଜଗତସିଂହପୁର r-ସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନ କରୁଛନ୍ତି, ଆଉ ଏହି ଯୋଜନାକୁ ସଠିକ ରୁପାୟନ କରିବା ପାଇଁ ପ୍ରଶାସନିକ ଅଧିକାରୀ ରହିଥିବା ବେଳେ ତଦାରଖ କରିବା ପାଇଁ ଜନ ପ୍ରତିନୀଧି ମାନେ ରହିଛନ୍ତି । କିନ୍ତୁ ଗରିବ ଲୋକଙ୍କ ପାଖେ ପହଞ୍ଚି ପାରୁନି ସରକାରୀ ଯୋଜନା । ଯାହା ଫଳରେ ଲୋକଙ୍କ ପାଇଁ ସାତ ସପନ ପାଲଟିଛି ସରକାରୀ ଯୋଜନା। ଘର ଖଣ୍ଡିଏ ନଥିବାରୁ ଗୁହାଳ ପରି ଘରେ ଦିନ କାଟୁଛନ୍ତି ବୃଦ୍ଧ , ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ପୂରଣ ଗ୍ରାମରେ । ୭୫ ବର୍ଷୀୟ ବୃନ୍ଦାବନ ମହାରାଣା l 1972 ମସିହା ରେ ବୃନ୍ଦାବନ ପୂରଣ ଉଛ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଥିବା ବେଳେ ତାଙ୍କୁ ଯୋଜନା ଭାବେ ଚାକିରୀ ରୁ ବିଦା କରାଯାଇଥିଲା l ଚାକିରୀ ପାଇଁ କୋର୍ଟ ର ଦ୍ଵାରସ ହେଲା ପରେ ମଧ୍ୟ ଚାକିରୀ ପୁନର୍ବାର ଯୋଗ ଦେଇ ପାରିନାହାନ୍ତି, ପାଖରେ ଟଙ୍କା ନଥିବାରୁ ଘରେ ଖଣ୍ଡିଏ ନାହିଁ, କିମ୍ବା ପେଟ କୁ ଦାନା ଟିକେ ମିଳୁନି. ନାହିଁ l ଏପଟେ ଘର ର ଚିତ୍ର ଟିକେ ଦେଖିଲେ ଉପର ଚାଳ ଛଫର ବାଉଁଶ ଖୁଣ୍ଟ ପୋତା ଚାରି କର ମେଲା ଟିକେ ଟିକେ କୋଉଠି ନେସା ଯାଇଛି ମାଟି ଏହି ଘରେ ଜୀବନ ବିତାଉ ଛନ୍ତି ବୃନ୍ଦାବନ
ଘରର ମରାମତି ଏବଂ ସରକାରୀ ଆବାସ ଘର ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ କାର୍ୟ୍ୟାଳୟରେ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି। ଯାହା ଫଳରେ ଏହି ବର୍ଷା ପବନରେ ବହୁ ଦୟନୀୟ ଅବସ୍ଥାରେ ଦିନ କାଟୁଥିବା କହିଛନ୍ତି । ତେଣୁ ଏହି ବୃଦ୍ଧ କୁ ସରକାର ଆବସ ଯୋଜନାରେ ଖଣ୍ଡିଏ ଘର ଏବଂ ଶିକ୍ଷକ ଚାକିରୀ ବେଳେ ଚାଲିଥିବା କୋର୍ଟ ରେ ବିଚାର ହେବା ସହ ବୁଦ୍ଧ ଙ୍କୁ ନିଜର ଚାକିରୀ କରିଥିବା ପାପ୍ୟ ଯୋଗାଇ ଦେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *