ଅପରାଧ

ଯୁବକଙ୍କୁ ହାଣି ହତ୍ୟା: ମୃତକଙ୍କ ନାଁରେ ରହିଛି ଆପରାଧିକ ମାମଲା

ବଡବିଲ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଦାମୁହଟିଂ ସ୍ଥିତ ଭୂୟାଁ ସାହିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଦାମୁହଟିଂ ଅଞ୍ଚଳରେ ରହୁଥିବା ମହେନ୍ଦ୍ର ମହାକୁଡ଼ ଓରଫ ମୁନ୍ନା (୩୫)।

କେତେକ ଦୁର୍ବୃତ୍ତ ମହେନ୍ଦ୍ରଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହାୟତା ତଦନ୍ତ ଆରମ୍ଭ କରିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଅନ୍ୟପକ୍ଷେ ମହେନ୍ଦ୍ରଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ଆପରାଧିକ ମାମଲା ରହିଛି। କୌଣସି ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। ଏପରିକି ଗୁରୁବାର ରାତିରେ ମହେନ୍ଦ୍ର ଏବଂ କେତେକ ଦୁର୍ବୃତ୍ତଙ୍କ ମଧ୍ୟରେ ଦାମୁହଟିଂରେ ବଚସା ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏ ନେଇ ବଡ଼ବିଲ ଥାନା ପୋଲିସ ଏକ ମାମଲା(ନଂ.୨୪୬/୨୦୨୩) ରୁଜୁ କରିଛି

Leave a Reply

Your email address will not be published. Required fields are marked *