ମୁଖ୍ୟ ଖବର

ମୁଁ ଜଣେ ହିନ୍ଦୁ, ଏହାକୁ ନେଇ ମୁଁ ଗର୍ବ କରେ : ସୁନକ

ନୂଆଦିଲ୍ଲୀ,: ଜି୨୦ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ଦିଲ୍ଲୀରେ ପହଞ୍ଚିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ। ଭାରତରେ ପହଞ୍ଚିବାକୁ ନେଇ ସେ ନିଜର ଖୁସିବ୍ୟକ୍ତ କରିବା ସହ ହିନ୍ଦୁ ଧର୍ମକୁ ନେଇ ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି।

ସୁନକ କହିଛନ୍ତି, ମୁଁ ଜଣେ ଗୌରବାନ୍ବିତ ହିନ୍ଦୁ। ଏଭଳି ମୋର ପାଳନପୋଷଣ ହୋଇଛି। ଆଶା କରୁଛି ଆଗାମୀ କିଛି ଦିନ ଏଠାରେ ରହିବା ସମୟରେ ମନ୍ଦିରକୁ ଯାଇ ଦର୍ଶନ କରିପାରିବି। ନିକଟରେ ରକ୍ଷା ବନ୍ଧନ ଥିଲା। ଏଥିରେ ମୋ ଭଉଣୀମାନେ ମୋତେ ରାଖୀ ବାନ୍ଧିଥିଲେ। ମୋ ପାଖରେ କିନ୍ତୁ ଜନ୍ମାଷ୍ଟମୀ ପାଳନ କରିବାକୁ ସମୟ ନ ଥିଲା। ଏଠାରେ ଯଦି ମନ୍ଦିର ଯାଇପାରିବି ତେବେ ସେଇ ଅବଶୋଷ ପୂରଣ ହୋଇଯିିବ। ମୁଁ ଭାବେ ଆସ୍ଥା ଏଭଳି ଏକ ଜିନିଷ ଯାହା ପ୍ରତି ବ୍ୟକ୍ତିର ସହାୟତା କରିଥାଏ।

ସେହିଭଳି ଜି୨୦ ସମ୍ମିଳନୀ ଭାରତରେ ହେବାକୁ ନେଇ ସୁନକ କହିଛନ୍ତି, ଜି୨୦ ଭାରତ ପାଇଁ ବଡ଼ ଉପଲବ୍ଧି। ଭାରତ ଏହାର ଆୟୋଜକ ହେବା ଲାଗି ସଠିକ ସମୟରେ ସଠିକ ଦେଶ। ମୋତେ ଲାଗୁଛି ଯେ ଆମ ପାଖରେ କିଛି ଦିନ ଯାଏ ବିଚାର-ବିମର୍ଶ ଏବଂ ନିର୍ଣ୍ଣୟ ନେବା ଲାଗି ବହୁତ ଭଲ ସୁଯୋଗ ରହିବ।

Leave a Reply

Your email address will not be published. Required fields are marked *