ରାଜ୍ୟ

ଟାଇମ ପାସରେ ଆସିଲେ ଆଉ ଗଲେ ଟାଇମ ପାସ କରି ଭତ୍ତା ଅଫିସର

ବଡ଼ବିଲ – ରାଜଧାନୀ ହେଡକ୍ୱାଟର୍ସ ବହୁ ମୋଟା ଅଙ୍କ ଅର୍ଥ ଖର୍ଚ୍ଚ କରି ଆସିଲେ ଧଳା ଗାଡ଼ିରେ ରାଜଧାନୀର ଭତ୍ତା ଅଫିସର ହେଲେ ମୋନଟା ପୁରା ବିଚିକିତିଆ କଳା। ହେଲେ ଆସିଲେ ଟାଇମ ପାସରେ ଆଉ ଚାଲି ଗଲେବି ଟାଇମ ପାସରେ,ନିଜ ବାପା ସମ୍ପତି ହୋଇ ଥିଲେ କିଏ କଣ ଅଝଥାରେ ଏପରି ଆସି ଖର୍ଚ୍ଚ କରି ଉଡେଇଥନ୍ତା ବୋଲି ଅଞ୍ଚଲରେ ଚର୍ଚ୍ଚା । ଘଟଣା କିଛି ଏହିପରି ଯେ ଭତ୍ତା ବାବୁ ନିଜର ମାନ ମହତର ମର୍ଯ୍ୟାଦା ରକ୍ଷା ନିମନ୍ତେ ହେଡକ୍ୱାଟର୍ସର ବହୁ ଯୁବ ଅଧିକାରୀଙ୍କ ନିକଟରେ କାକୁତି ବିନତି ,ସୁପାରିସ କରି କରି ପରିସମାପ୍ତରେ ବହୁ କଷ୍ଟରେ ଏକ ଚିଠି ମାଧ୍ୟମରେ ଆସିବା ହୁଏ ଅଞ୍ଚଳର ଘୋଟାଲା ବିଭାଗକୁ । ହେଲେ ଲାଭ କଣ ହେଲା ? କାଳେ ଲୋକଲଜ୍ୟାରେ ମୁଣ୍ଡ ନଇଁ ଯିବା ଭୟରେ ଯୋଜନାବଦ୍ଧ ଭାବରେ ଅଞ୍ଚଳର ଘୋଟାଲା ବିଭାଗକୁ ଆସିବା କେବଳ ମାତ୍ର ଏକ ଲକ୍ଷ ବୋଲି ଖୋଦ୍ ବିଭାଗୀୟର ତଳୁ ଉପରର କର୍ମଚାରୀ ଗହଣରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳେ। ଏପରି ନିକଟରେ ନିଯୋଗ ଥିବା ପର୍ଯ୍ୟାପ୍ତ ସିକ୍ୟୁରୁଟୀ ମାନେ ମଧ୍ୟ ଉକ୍ତ ଦୁଇଦିନିଆ ଆସିଥିବା ଏହି ମାସିକିଆ ଭତ୍ତା ଅଫିସରଙ୍କୁ ଭଦ୍ର ମୁଖାଧାରୀ ଭି.ଆଇ.ପି ଙ୍କ ବହୁ କାରନାମା ବିଷୟରେ ନାନାଦି କଥା ବାର୍ତା ହେଉଥିବାର ଶୁଣିବାକୁ ମିଳେ। ତେବେ ଏଠି ପ୍ରଶ୍ନ ଉଠେ ଯେ ହେଡକ୍ୱାଟର୍ସରେ ନିଯୋଗ ଏତେ ବଡ ବଡ ଅଫିସର କିପରି ଜାଣିପାରନ୍ତି ନାହିଁ ଯେଉଁଠି କି ବହୁ ଦୂର ପର୍ଯ୍ୟନ୍ତ ସମ୍ପର୍କ ନଥିବା ସାଧାରଣ ସିକ୍ୟୁରୁଟୀ ମାନେ ଯେଉଁଠି ଅନେକ ଘୋଟାଲା ଘଟଣା ଜାଣନ୍ତି ଭତ୍ତା ବାବୁ ଏବଂ କାଳିଆ ଭାଲୁଙ୍କର । ନା ସବୁ ଜାଣି ଅଜଣା ହୁଅନ୍ତି ହେଡକ୍ୱାଟର୍ସର ଯୁବ ଅଫିସର ଭତ୍ତା ଅଫିସରଙ୍କ ଘୋଟାଲା କାରନାମା ସମ୍ବନ୍ଧ ବିଷୟକୁ ? ତେବେ ସୂଚନା ଯୋଗ୍ୟ ମାସିକିଆ ଭତ୍ତା ଅଫିସରଙ୍କ ଜଣକ ରାଜଧାନୀରୁ ଆସିବା ଧରି ଫେରିବା ପର୍ଯ୍ୟନ୍ତ ସମସ୍ତ ଯିବା ଆସିବାର ଗସ୍ଥ ଖର୍ଚ୍ଚ ବହନ କରିବ ହେଡକ୍ୱାଟର୍ସରେ ଥିବା ପ୍ରମୁଖ ବିଭାଗ ବେଳେ ଭତ୍ତା ବାବୁ ଜଣକ କିନ୍ତୁ ଘରୋଇ କମ୍ପାନୀରେ ଗତ ଗୁରୁବାର ଠାରୁ ଧରି ଶନିବାର ସକାଳ ଯାଏ ବେସ ବିଳାସରେ ରହି ଟାଇମପାସ କରି ଆଜି ସକାଳ ତରବରିଆ ଭାବରେ ୦୯.୦୦ ସମୟର ଘୋଟାଲା ବିଭାଗକୁ ଆସି ଘୋଟାଲା ଟିମଙ୍କ ସହ ଏକ ରୁଦ୍ଧଦ୍ଵାରା ବୈଠକ ବସାଇ ପ୍ରାୟ ୧୦.୩୦ ପରେ ପରେ ଘୋଟାଲା ବିଭାଗକୁ ବିଦାୟ ନେଇ ଚାଲିଯାଇଥିବାର ଜାଣିବାକୁ ମିଳେ ।

Leave a Reply

Your email address will not be published. Required fields are marked *