ମୁଖ୍ୟ ଖବର

ରାଷ୍ଟ୍ରପତିଙ୍କ ନୈଶ୍ୟଭୋଜିରେ ପାରମ୍ପରିକ ଭାରତୀୟ ଖାଦ୍ୟର ଆନନ୍ଦ ନେଲେ ବିଶ୍ୱନେତା

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଦିନର ଶେଷରେ ଦିଲ୍ଲୀର ଭାରତ ମଣ୍ଡପମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରିଭୋଜନରେ ବିଶ୍ବନେତାଙ୍କୁ ଆପ୍ୟାୟିତ କରିଛନ୍ତି।  ଜି-୨୦ ସମ୍ମିଳନୀର ଏହି ଭବ୍ୟ ନୈଶ୍ୟ ଭୋଜିରେ ବିଶ୍ୱନେତା ଓ ପ୍ରତିନିଧିମାନଙ୍କୁ ନିଆରା ଭାରତୀୟ ଖାଦ୍ୟ ପରିବେଷଣ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ଭବ୍ୟ ନୈଶ୍ୟ ଭୋଜିକୁ ସମସ୍ତ ରାଷ୍ଟ୍ରନେତାଙ୍କୁ  ସ୍ୱାଗତ କରିଥିଲେ।

ଏହି ନୈଶ୍ୟ ଭୋଜିରେ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟର ଝଲକ ପ୍ରଦର୍ଶନ କରୁଥିବା ରୁପା ଏବଂ ସୁନା ରଙ୍ଗର ବାସନରେ ଭୋଜନ ପରିବେଷଣ କରାଯାଇ ରାଷ୍ଟ୍ରମୁଖ୍ୟ ଏବଂ ବିଶ୍ୱର ଅନ୍ୟ ନେତାମାନଙ୍କୁ ଏକ ନିଆରା ଭୋଜନ ଅନୁଭୂତି ପ୍ରଦାନ କରାଯାଇଥିଲା।

ସମସ୍ତ ବିବିଧତା ସହିତ ଭାରତ କିପରି ‘ସ୍ୱାଦ’ ସହିତ ଜଡ଼ିତ ତାହାର ପରିଚୟ ଦେଇ ଭବ୍ୟ ନୈଶ୍ୟ ଭୋଜିର ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ଭାରତୀୟ ପରମ୍ପରା, ରୀତିନୀତିକୁ ଏହି ଭବ୍ୟ ନୈଶ୍ୟ ଭୋଜିରେ ବିଶେଷ ଗୁରୁତ୍ୱ ଦିଆ ଯାଇଥିଲା।

ଷ୍ଟାଟରରେ ବିଭିନ୍ନ ପ୍ରକାରରର ଏକାଧିକ ଚଟପଟା ଖାଦ୍ୟ ପରିବେଷଣ ହୋଇଥିଲା।

ମେନ୍‌ କୋର୍ସର ନାମ ରଖାଯାଇଥିଲା ବନବର୍ନମ୍‌। ଏଥିରେ ଛତୁ, ଛୋଟ ବାଜରା ତରକାରୀ, କେରଳ ଲାଲ ଚାଉଳ ସହିତ କଦଳୀ ଗ୍ୟାଲେଟ୍‌; ବିଭିନ୍ନ ପ୍ରକାରର ଭାରତୀୟ ରୁଟି, ମୁମ୍ବାଇ ପାଓ, ବକରଖାନି, ଫ୍ଲାଟବ୍ରେଡ୍‌, ଗୋସ୍ତ ବିରିୟାନି, ମିଲେଟରୁ ପ୍ରସ୍ତୁତ କିସମ କିସମର ଖାଦ୍ୟ ଓ ଆହୁରି ଅନେକ କିଛି।

ଡେଜର୍ଟର ନାମ ଥିଲା ମଧୁରିମା। ଏଥିରେ ଅଳେଇଚ ସୁଗନ୍ଧିତ ବର୍ଣ୍ଣୟାର୍ଡ, ବାଜରା ପୁଡିଂ, ଫିଗର-ପିଚ୍‌ କମ୍ପୋଟେ ଏବଂ ଆମ୍ବମୋହର ଚାଉଳ ଖିରି ଇତ୍ୟାଦି।

ସେହିପରି ପାନୀୟରେ କଶ୍ମୀର କହଓ୍ଵା, ଫିଲ୍‌ଟର କଫି ଏବଂ ଦାର୍ଜିଲିଂ ଚା’; ବିଭିନ୍ନ କିସମର ସୁପ୍‌ ଏବଂ ଶେଷରେ ଚକୋଲେଟ୍‌ ସ୍ୱାଦ ଯୁକ୍ତ ପାନ ପତ୍ର ଥିଲା।

Leave a Reply

Your email address will not be published. Required fields are marked *