ରାଜନୀତି

ଓଡ଼ିଶାରୁ ଫାଇବ୍ – ଟି ପାଞ୍ଚ ତାମିଲ୍ ଶାସନ ହଟାଅ : ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି

ଭୁବନେଶ୍ୱର : ଫିରିଙ୍ଗି ମାନଙ୍କ ଅତ୍ୟାଚାର ବିରୁଦ୍ଧରେ ନିଆଁ ଜାଳି ଇଣ୍ଡିଆକୁ ସ୍ଵାଧୀନତା ଦେଇଥିବା ବୀର ଓଡ଼ିଆ ମାନେ ୫ଟି- ପାଞ୍ଚ ତାମିଲ ଙ୍କୁ ଅତ୍ୟାଚାର ଓ ନିର୍ଯୟାତନାରୁ ମୁକ୍ତ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଓଡ଼ିଶା ବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଫାଇବ୍ ଟି ବା ପାଞ୍ଚ ତାମିଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରାୟତ କରି ୨୦୧୧ ମସିହା ଠାରୁ ଓଡ଼ିଆ ମାନଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ଓଡ଼ିଶାର ଖଣି ଖାଦାନ ଲୁଟ୍ କରିଚାଲିଛନ୍ତି ଏବଂ ଓଡିଶାର ଘରବାଡ଼ି ଚାଷଜମି ଅକ୍ତିଆର କରି ଚାଲିଛନ୍ତି। ଓଡିଶା ଶାସନ କଳ ଯଥା – ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ, ବିଧାୟକ, ବିଧାୟିକା ମାନଙ୍କୁ ଓଡିଶାବାସୀ ଭେଟି ପାରୁ ନାହାନ୍ତି। ଗଣତନ୍ତ୍ର କୁ ହତ୍ୟା କରି ଓଡିଶାରେ ୫ଟି ପାଞ୍ଚ ତାମିଲ ଶାସନ ଚାଲିଛି। ସାମ୍ବାଦିକ ମାନଙ୍କୁ ଲୋକସେବା ଭବନ ସମେତ ସରକାରୀ କାର୍ଯ୍ୟାଳୟ ମାନଙ୍କୁ ଅବାଧ ପ୍ରବେଶକୁ ବନ୍ଦ କରିଛନ୍ତି। ବରିଷ୍ଠ ରାଜନେତା ମାନଙ୍କୁ ଦାଦନ ଶ୍ରମିକରେ ପରିଣତ କରିଛନ୍ତି ଏବଂ ନିର୍ଯାତନା ଦେଉଛନ୍ତି। ବରିଷ୍ଠ ପ୍ରଶାସକ ମାନଙ୍କୁ ଭୟଭୀତ କରି ନିର୍ଯାତନା ଦେଉଛନ୍ତି। ସରକାରୀ କର୍ମଚାରୀ ମାନଙ୍କୁ ଗୋତି ଶ୍ରମିକ ଭଳି ବିଜୁଜନତା ଦଳର ଦଳୀୟ ସାଂଗଠାନିକ କାର୍ଯ୍ୟରେ ଲଗାଇଛନ୍ତି। ସାରା ଓଡ଼ିଶାରେ ବିଜୁଳି ଧପ୍ ଧପ୍ କରୁଛନ୍ତି। ଦୁର୍ଘଟଣାରେ ହଜାର ହଜାର ଲୋକଙ୍କୁ ମରୁଛନ୍ତି। ଘଡଘଡି ବିଜୁଳି, ସାପ କାମୁଡା, ହାତୀ ଶୁଣ୍ଢରେ ଏବଂ କୁମ୍ଭୀର ଆଁ ରେ ହଜାର ହଜାର ଲୋକଙ୍କୁ ମାରୁଛନ୍ତି। ଓଡ଼ିଆର ଖଣି ଖାଦାନ, ପାହାଡ଼, ବାଲି ଲୁଟ୍ କରି ଚାଲିଛନ୍ତି। ଓଡିଶାକୁ ଋଣଗ୍ରସ୍ତ କରିସାରିଲେଣି , ଓଡିଶାର ରାଜକୋଷର ଅପବ୍ୟୟ, ଅପଚୟ କରିଚାଲିଛନ୍ତି । ତୃଣମୂଳସ୍ତର ର ଲୋକପ୍ରତିନିଧି ଯଥା – କର୍ପୋରେଟର, କାଉନସିଲର, ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତି ସଭ୍ୟ, ସଭ୍ୟା, ସରପଞ୍ଚ, ନାଏବ ସରପଞ୍ଚ ଏବଂ ୱାର୍ଡମେମ୍ବର ମାନଙ୍କୁ ସେମାନଙ୍କର ନାର୍ଯ୍ୟ ଅଧିକାର ଓ ପ୍ରାପ୍ୟ ଦେବା ରେ ବ୍ୟାଘାତ ସ୍ତୃଷ୍ଟି କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ଚାକିରୀ କାଳକୁ ବଢେଇ ଦେଉଛନ୍ତି, ପୁନଃନିଯୁକ୍ତି ଦେଉଛନ୍ତି, କିନ୍ତୁ ଗରିବ ବେକାରୀ, ବେରୋଜଗାରୀ ଓଡିଆ ଯୁବକ, ଯୁବତୀ ଚାକିରୀ ନପାଇ ଆତ୍ମହତ୍ୟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖେଳନା ମୁଖ୍ୟମନ୍ତ୍ରୀରେ ପରିଣତ କରିଛନ୍ତି। ଓଡିଶାରେ ଲଲିପପ୍ ଶାସନ ଚାଲିଛି। ସାମ୍ବାଦିକ, ଆଇନଜୀବୀ, ତୃଣମୂଳ ଲୋକପ୍ରତିନିଧି ସରକାରୀ କର୍ମଚାରୀ, ବ୍ୟବସାୟୀ, କୃଷକ, ଶ୍ରମିକ, ଡ୍ରାଇଭର, ଆଉଟ୍ ସୋର୍ସଂ କର୍ମଚାରୀ, ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ମାନଙ୍କୁ ୫ଟି ସେମାନଙ୍କର ନାର୍ଯ୍ୟ ଅଧିକାରରୁ ବଞ୍ଚିତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜଣେ କନିଷ୍ଠ ଅଫିସର ଭିକେ ପାଣ୍ଡିଆନ ଓଡିଶାକୁ ଏକ ଋଣଗ୍ରସ୍ତରାଜ୍ୟ ଅଗଣତାନ୍ତ୍ରିକ ଶାସନର ରାଜ୍ୟ, ଅପବ୍ୟୟ ଓ ଅପଚୟର ରାଜ୍ୟ, ମାନବିକ ଅଧିକାରରୁ ବଞ୍ଚିତ ରାଜ୍ୟବାସୀ ସମ୍ବୀଧାନିକ ଓ ନାଗରିକ ଅଧିକାରରୁ ବଞ୍ଚିତ ରାଜ୍ୟ, ଉତ୍ତପ୍ତ ଓ ନିଆଁ ପିଣ୍ଡୁଳାର ରାଜ୍ୟ, ଦୁର୍ଘଟଣାରେ ମୃତ୍ୟୁର ହାହାକାରର ରାଜ୍ୟ, ବିଜୁଳି ଘଡଘଡିରେ ମୃତ୍ୟୁର ହାହାକାର ର ରାଜ୍ୟ, ସାପ କାମୁଡାରେ ମୃତ୍ୟୁରେ ହାହାକାର ରାଜ୍ୟ, ହାତୀ ଶୁଣ୍ଢରେ କଚାଡି ମାରିବାର ହୃଦୟ ବିଦାରକ ଦୃଶ୍ୟ, କୁମ୍ଭୀର ଟାଣି ଖାଇବାର ରାଜ୍ୟ, ନକସାଲ ମାନଙ୍କ ଦ୍ଵାରା ନିରୀହ ଲୋକଙ୍କ ମୁଣ୍ଡକାଟ ଶାସ୍ତିର ରାଜ୍ୟ, ଗାଁ ସାହି ବସ୍ତିରେ କଙ୍ଗାରୁ କୋର୍ଟର ଶାସନ, ରାସ୍ତାଘାଟରେ ଗୁଣ୍ଡା ବଦମାସ୍ ଙ୍କ ଅତ୍ୟାଚାର, ପିଇବା ପାଣି ନ ପାଇଁ କିଡ଼ନି ରୋଗରେ ଷଢୁଥିବା ରାଜ୍ୟ, ମଶା କାମୁଡାରେ ଜ୍ୱର ଓ ଫାଇଲେରିଆ ରେ ଥରୁଥିବା ରାଜ୍ୟ, ବିଶ୍ଵବିଦ୍ୟାଳୟ , ମହାବିଦ୍ୟାଳୟ ରେ ରାଗୀଙ୍ଗ ର ଅତ୍ୟାଚାର କୁନିକୁନି ପିଲା ମାନଙ୍କ ଉପରେ ବେତ୍ରାଘାତ ଓ ନିର୍ଯାତନା ରାଜ୍ୟରେ ପରିଣତ କରିଛନ୍ତି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି। ତେଣୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଓଡିଶାରୁ ନବୀନ ପଟ୍ଟନାୟକ ହଟାଅ ୫ଟି – ପାଞ୍ଚ ତାମିଲ ହଟାୟ ଆୱାନ ଦେଇଛନ୍ତି। (ଇତି) ରମେଶ ଚନ୍ଦ୍ର ରାଉତ ସଭାପତି

Leave a Reply

Your email address will not be published. Required fields are marked *