ଦେଶ- ବିଦେଶ

ଜି -୨୦ ବୈଠକରେ ଯୋଗ ଦେବେ ଚୀନର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଳୀ: ଚୀନର ବୈଦେଶିକ ମନ୍ତ୍ରୀ କିନ୍‌ ଗ୍ୟାଙ୍ଗ୍‌ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଆଗାମୀ ୨ ତାରିଖ (ଗୁରୁବାର) ଯୋଗ ଦେବେ ବୋଲି ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କିନ୍‌ ଗ୍ୟାଙ୍ଗ୍‌ଙ୍କ ଉପସ୍ଥିିତ ସଂପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ମୁଖପାତ୍ର ମାଓ ନିଙ୍ଗ୍‌ କହିଛନ୍ତି, ‘ଜି -୨୦ ବିଶ୍ବ ଅର୍ଥନୀତିର ପ୍ରମୁଖ ଆହ୍ବାନ ଉପରେ ଧ୍ୟାନ ଦେବା ଉଚିତ। ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଚୀନ ସବୁ ଦଳ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି।’

ଆଗାମୀ ମାର୍ଚ ୧ ତାରିଖରୁ ରାଷ୍ଟ୍ରପତିଙ୍କ ଅଧୀନରେ ନୂଆଦିଲ୍ଲୀଠାରେ ଏହି ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥର ଭାରତର ଜି-୨୦ ପ୍ରେସିଡେନ୍ସିର ଥିମ୍‌ ରହିଛି ‘ବସୁଦୈଭ କୁଟୁମ୍ବକମ୍‌, ଅର୍ଥାତ ଏକ ପୃଥିବୀ, ଏକ ପରିବାର ଓ ଏକ ଭବିଷ୍ୟତ’।

ଆଗାମୀ ସେପ୍ଟେମ୍ବର ୯ ଏବଂ ୧୦ରେ ହେବାକୁ ଥିବା ଅନ୍ତିମ ଜି-୨୦ ସମ୍ମିଳନୀର ଏହା ହେବ ଏକ ବଡ଼ ବୈଠକ। ୨୦୨୩ ଜି-୨୦ ଦିଲ୍ଲୀ ସମ୍ମିଳନୀ ଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ପ୍ରାୟ ୩୧ ମାସ ଧରି ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖର ସୀମା ବିବାଦ ଲାଗି ରହିଥିଲା। ଶେଷରେ ୨୦୨୦ ମସିହା ଜୁନ୍‌ ମାସରେ ପୂର୍ବ ଲଦାଖର ଗାଲୱାନ୍ ଉପତ୍ୟକାରେ ସଂଘର୍ଷ ପରେ ଦ୍ୱିପାକ୍ଷିକ ସମ୍ପର୍କ ହୋଇଥିଲା। ସୀମାରେ ବିବାଦ ନତୁଟିଲେ ଦୁଇ ଦେଶ ମଧ୍ୟରେ ସଂପର୍କ ସୁଧୁରି ପାରିବ ନାହିଁ ବୋଲି ଭାରତ ପୂର୍ବରୁ କହିସାରିଛି

Leave a Reply

Your email address will not be published. Required fields are marked *