ବିଶେଷ

ରକ୍ତଦାନ କରି ସମ୍ମାନୀତ ହେଲେ ଆଦିତ୍ୟ

ନିମାପଡ଼ା: ରକ୍ତଦାନ ଏକ ମହତ ଦାନ। ରକ୍ତଦାନ ହେଉଛି ଜୀବନ ଦାନ। ଏମିତି ଅନେକ ଲୋକ ଅଛନ୍ତି ,ଅନ୍ୟକୁ ରକ୍ତଦାନ କରି ଜୀବନ ବଞ୍ଚାଇବାରେ ସବୁବେଳେ ଚେଷ୍ଟିତ। ସବୁବେଳେ ଅନ୍ୟର ବିପଦରେ ଠିଆ ହୋଇ ରକ୍ତଦାନ କରି ଜୀବନ ବଞ୍ଚାଇବାକୁ ନିସ୍ୱାର୍ଥପର ଭାବେ ଆଗେଇ ଆସନ୍ତି। ଏଭଳି ଜଣେ ଯୁବକ ହେଉଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଜିଉଁନ୍ତି ଗ୍ରାମର ଯୁବ ସମାଜସେଵୀ ତଥା ସାମ୍ବାଦିକ ଆଦିତ୍ୟ କୁମାର ରାଉତ । କଲେଜ ପଢା ସମୟରୁ ସେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଈବାରେ ସହଯୋଗ କରି ଆସୁଛନ୍ତି।ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସେ ଯେତିକି ଆନନ୍ଦ ପାଆନ୍ତି ରକ୍ତ ଅଭାବ ଖବର ପାଇଲେ ମାତ୍ରେ ଦିନରାତି ଏକ କରି ରକ୍ତ ର ଯୋଗାଡ଼ରେ ଲାଗିପଡ଼ନ୍ତି l ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ପଣ କରିଥିବା ଆଦିତ୍ୟ ଏବେ ସବୁରି ପ୍ରଶଂସାର ପାତ୍ର ହୋଇପାରିଛନ୍ତି l ରବିବାର ଦିନ ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅସ୍ତରଙ୍ଗ ବ୍ଲକ ଯୁବ ବିଜେଡି ଦ୍ୱାରା ଆୟୋଜିତ ଏକ ମେଗା ରକ୍ତଦାନ ଶିବିରରେ ସେ ତାଙ୍କର ୫୦ତମ ଥର ରକ୍ତଦାନ ପୂର୍ଣ୍ଣ କରିବା ପରେ ରାଜ୍ୟ ସରକାର ଙ୍କ କ୍ରୀଡା, ଯୁବବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କୁ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ପୁରୀଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ,ପୁରୀଜିଲ୍ଲା ଜୀବନ ବିନ୍ଦୁର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ଅସ୍ତରଙ୍ଗ ଯୁବ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ,ଅସ୍ତରଙ୍ଗ ବ୍ଲକ ବିଜେଡି ସଭାପତି କେଦାରନାଥ ବିଶ୍ୱାଳ,ଯୁବ ସମାଜସେବୀ ସତ୍ୟବ୍ରତ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ରାଉତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *