ଦେଶ- ବିଦେଶ

୧୪ ଦିନିକିଆ ରିମାଣ୍ଡରେ ଗଲେ ଚନ୍ଦ୍ରାବାବୁ ନାଇଡୁ

ହାଇଦ୍ରାବାଦ୍‌,: ଦୁର୍ନୀତି ମାମଲାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଭାପତି ଏନ ଚନ୍ଦ୍ରାବାବୁ ନାଇଡୁଙ୍କୁ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) କୋର୍ଟ ଦ୍ୱାରା ୧୪ ଦିନିଆ ରିମାଣ୍ଡରେ ପଠାଯାଇଛି। ନାଇଡୁଙ୍କୁ ରାଜହମୁନ୍ଦରି ସେଣ୍ଟ୍ରାଲ୍‌ ଜେଲରେ ୧୪ ଦିନ ରଖାଯିବ।
ସେପ୍ଟେମ୍ବର ୯ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କୁ ପୋଲିସ ଗିରଫ କରିଥିଲା। ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ବିଜୟୱାଡାସ୍ଥିତ ସରକାରୀ ସାଧାରଣ ଡାକ୍ତରଖାନାକୁ ନିଆଯାଇଥିଲା। ଏହାପୂର୍ବରୁ ତାଙ୍କୁ ଏଠାରେ କୁଞ୍ଚନପାଲ୍ଲୀର ସିଆଇଡି କାର୍ଯ୍ୟାଳୟରେ ପ୍ରାୟ ୧୦ ଘଣ୍ଟା ପଚରାଉଚରା କରାଯାଇଥିଲା।
ସ୍କିଲ ଡେଭଲପମେଣ୍ଟ କର୍ପୋରେସନ ସ୍କାମରେ ନାଇଡୁଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଆନ୍ଧ୍ରପ୍ରଦେଶ ପୋଲିସ କହିଛି। ଏହି ଅଭିଯୋଗ ହେତୁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା କ୍ଷତି ସହିଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *