ରାଜ୍ୟ

ଘୋଟାଲା ଦିଗହାରା ପାଇଁ ଅଫିସରଙ୍କୁ ଡେପୁଟେସନ ଲୋଡା

ବଡ଼ବିଲ : ଅଞ୍ଚଳରେ ଆଉ ଏକ ଘଟଣା ଏବେ ପଦାକୁ ଆସେ,ନିଜ ଘୋଟାଲା କାରନାମା ଘୋଡାଇବାକୁ ଯାଇ ଅଫିସର ସମସ୍ତ ଘଟଣା ଦିଗହରା ନିମନ୍ତେ ଡେପୁଟେସନର( କର୍ମାନ୍ତର ପ୍ରେରଣ) ଆଶ୍ରୟ ନେଉଛନ୍ତି ବୋଲି ଏକ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ମିଳେ। ସୂତ୍ର ଯାହା ପୂର୍ବରୁ ଘଟିଛି ନିଜ ଘୋଟାଲା ଟିମକୁ ମଜବୁତ କରିବା ଉଦ୍ଧେଶରେ ରାଜଧାନୀର ପ୍ରମୁଖ ପଦବୀରେ ବସି ଥିବା ମାସିକିଆ ଭତ୍ତା ଅଫିସର ଗୋଟି ଚାଳନା କରି ଘୋଟାଲା ଟିମ ଚୟନ କରିଥାନ୍ତି ଯାହା ନିଜକୁ ସୁହାଇଲା ପରି । ତେବେ ସୂଚନା ଯୋଗ୍ୟ ଗତ ଜାନୁଆରୀ ମାସରେ ନିଜ ଘୋଟାଲାରେ ବାଧକ ସାଜିଥିବା ମାତ୍ରା ଆଠ ମାସର ନିଯୋଗରେ ଆସିଥିବା ବିଭାଗୀୟ ସରଳ ଅଧିକାରୀଙ୍କୁ ମିଛ ବାହାନାରେ ଫସାଇ ନିକଟ ଜିଲ୍ଲାକୁ ବଦଳି କରି ,ଡେପୁଟେସନରେ ଆସି ତଳ ପାହ୍ୟାର ଦୀର୍ଘ ବର୍ଷ ଧରି ଆସନରେ ମାଡ଼ି ବସିଥିବା କାଳିଆ ଭାଲୁକୁ ନିଜ ଘୋଟାଲା ଟିମର ଯୋଗ୍ୟ ମୋନେ କରି ହେଡ ଅଫ ଡିପାର୍ଟମେଣ୍ଟରେ ରଖି ରାଜଧନୀରୁ ଆସି ପ୍ରତ୍ୟେକ ମାସରେ ନିଜ ମାସିକିଆ ଭତ୍ତା ନେଇ ଯାଉଥିଲେ । ହେଲେ ଗତ ମାସରେ ହୋଇ ଥିବା ପଦଉର୍ଣ୍ଣତି ପାଇ ଏକ ତଳସ୍ଥ ଅଫିସର ପାହ୍ୟା ଦେଇ ସୁଦୂର ସ୍ଥାନର ଅଚଳ ବିଭାଗକୁ ପଠାଇବା ,ପୁଣି ତୁରନ୍ତ ଗୋଟିଏ କି ଦୁଇ ଦିନ ମଧ୍ୟରେ ଡେପୁଟେସନରେ ଖଳ ବୁଦ୍ଧି ଖଟାଇ ଖଣି ଜିଲ୍ଲାର ବିଭାଗରେ ବସେଇଦେଲେ ଯାହା ଜଳ ଜଳ ହୋଇ ପ୍ରମାଣ କରୁଛି ଯେ ଏହି ଭତ୍ତା ଅଫିସର ସମାଜ ପାଇଁ କେତେ ବିପଦ ଥିବା ବେଳେ ଭତ୍ତା ବାବୁ ଚିତା କାଟି ଯାହା ବିଭାଗକୁ ଖୋଳ କରି ଲୁଟ କରି ଚାଲିଛି। କିନ୍ତୁ ଯାହାର ନାମରେ ଏକାଧିକ ଅଭିଯୋଗ ( ଆଗାମୀ ଅଧ୍ୟାୟରେ – ପରିବାର ପାଇଁ କଳଙ୍କ) ତଥା ଖବର ବ୍ୟାପକ ହେବା ସହ ପ୍ରମାଣିତ କାଳିଆ ଭାଲୁ ଉପରେ କାର୍ଯ୍ୟାନୁଷ୍ଠାନ ନାହିଁ କିନ୍ତୁ ପୂର୍ବ ଅଫିସର ଘୋଟାଲାରେ ବାଧକ ସଜିବାରୁ ମିଛ କାର୍ଷଦି କରି ହଟେଇ ଦିଆଗଲା । ଏପରିକି ମୁଣ୍ଡି ସାଜିଥିବାଙ୍କୁ ମଧ୍ୟ ଉକ୍ତ ଘଟଣାମାନ ଅଛପା ହୋଇ ରହି ନାହିଁ କିନ୍ତୁ ମୁହଁ ବୁଲାଇ ରହିଛନ୍ତି ? ଅଞ୍ଚଳର କେଇ ଅଫିସରଙ୍କ ଅସଲି ମୁଖା ଏବେ ଖୋଲିବାରେ ଲାଗିଛି ଯାହା ଅଞ୍ଚଳ ପାଇଁ ବହୁ ବିପଦ ଜନକ ଦେଖା ଦେବା ଆରମ୍ଭ ହୋଇଛି । ଏପରିକି ଯଦି କୌଣସି କର୍ମଚାରୀ ଅନୀତିକୁ ବର୍ତ୍ତମାନ ବିରୋଧ କରିଲେ ମଧ୍ୟ ଡେପୁଟେସନର ଭୟ ଦେଖାଇ,ଭତ୍ତା ଅଫିସର ନିଜ କ୍ଷମତାର ଅପବ୍ୟବହାର କରିବେ ବୋଲି ଜଣାଇଦେଇ କାଲି ଗଲେ । ନିକଟ ମଣ୍ଡଳ ଏବଂ ନିକଟ ବିଭାଗର ଡେପୁଟେସନ ସଂଖ୍ୟାର ବିବରଣୀ ଆଗାମୀରେ,,,,

Leave a Reply

Your email address will not be published. Required fields are marked *