ରାଜ୍ୟ

ବ୍ୟାଙ୍କ ଭିତରେ କାହାର ଗାଡ଼ି ଚାର୍ଜ ହେଉଛି ?

ଯୋଡ଼ା : ଯୋଡ଼ା ସହରରେ ଥିବା କେନ୍ଦୁଝର କୋ – ଓପ୍ରେଟିଭ(କେ.ସି.ସି ବ୍ୟାଙ୍କ) ଶାଖାଟି ଏକ ବହୁ ପୁରାତନ ବ୍ୟାଙ୍କ ଅଞ୍ଚଳର ଅଟେ। ଉକ୍ତ ଶାଖାରେ ଯୋଡ଼ା ବ୍ୟତୀତ ନିକଟ ଆଖ ପାଖର ବହୁ ସାଧାରଣ ଲୋକଙ୍କ ଜମାରାଶି ନିମନ୍ତେ ଖାତା ବର୍ଷ ବର୍ଷ ଧରି ଚାଲୁ ଥିବାର ଜାଣିବାକୁ ମିଳେ। ତେବେ ଅଞ୍ଚଳରେ ଥିବା ସାଧାରଣ ଲୋକଙ୍କର ବ୍ୟାଙ୍କ ମାନଙ୍କ ମଧ୍ୟରୁ କେତେକ ପ୍ରମୁଖ ବ୍ୟାଙ୍କ ତଥା ବ୍ୟାଙ୍କ କର୍ମଚାରୀଙ୍କ ମୋନମୁଖୀ କାର୍ଯ୍ୟକଳପ ଦିନକୁ ଦିନ ଅଞ୍ଚବାସୀଙ୍କୁ ନାକେଦମ୍ କରିବାକୁ ଲାଗିଛି । ଅଞ୍ଚଳ ସାଧାରଣ ଖାତାଧାରୀଙ୍କୁ ସହଯୋଗ ମିଳିବା ପ୍ରତିବଦଳରେ ଅନେକ ସମୟରେ ହିନସ୍ଥା ହେବାକୁ ପଡୁଥିବାର ବାରମ୍ୱାର ଅଭିଯୋଗ ମଧ୍ୟ ହୋଉଥିବାର ଦେଖାଯାଏ। ତେବେ କେତେକ ବ୍ୟାଙ୍କ କର୍ମଚାରୀଙ୍କ ମୋନମୁଖୀ କାର୍ଯ୍ୟକଳାପ ଜନଅନ୍ତୋଷର କାରଣ ପାଲଟିଛି,ତେବେ ଗତ କିଛି ଦିନ ତଳେ ଉକ୍ତ କେନ୍ଦୁଝର କୋ- ଓପ୍ରେଟିଭ ବ୍ୟାଙ୍କ ଯୋଡ଼ା ଶାଖାରେ କାହାର ଅନୁମତିରେ ଏକ ଏଲୋକ୍ଟ୍ରନିକ୍ସ୍ ଗାଡ଼ି ବ୍ୟାଙ୍କ ଭିତରେ ଚାର୍ଜ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯଦ୍ୱାରା ସାଧାରଣରେ ଏକ ଅସନ୍ତୋଷର କାରଣ ପାଲଟିଥିବା ବେଳେ ବ୍ୟାଙ୍କ ଭଳି ଗୁରୁତ୍ବପୁର୍ଣ ଭୂମିକା ନିର୍ବାହ କରୁଥିବା ସ୍ଥାନରେ ଏଭଳି ଘଟିବା ଆଗକୁ କିଛିବି ଘଟିବାର ଭୟରେ ଖାତାଧରୀ। ତେବେ ଉକ୍ତ ଘଟଣା ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ଯାହା ସମୟ ସାପକ୍ଷ , ଯଦ୍ୱାରା ଅଞ୍ଚଳର ଖାତାଧାରୀ ଚିନ୍ତା ମୁକ୍ତ ହୋଇବେ ।

Leave a Reply

Your email address will not be published. Required fields are marked *