ମୁଖ୍ୟ ଖବର

ନବ ଦାସ ହତ୍ୟାକାଣ୍ଡ ନେଇ ଗୃହରେ ପୁଣି ଗର୍ଜିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଭାରତୀୟ ଜନତା ପାର୍ଟି ଆଜି ବିଧାନସଭା ଘେରାଉ କରିଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଆଜି ବିରୋଧୀ ବିଜେପି ପକ୍ଷରୁ ନବ ଦାସଙ୍କ ହତ୍ୟାକୁ ମାସେ ପୁରୁଥିବା ବେଳେ ନ୍ୟାୟ ନ ମିଳିବାରୁ ଗଣତନ୍ତ୍ର ମନ୍ଦିର ବିଧାନସଭାକୁ ଘେରାଉ କରି ନ୍ୟାୟ ମାଗିବାକୁ ଚାହି ଯଦି ପ୍ରତିବାଦ କରିବା କଣ ଭୁଲ। ଆଜିର ପ୍ରତିବାଦ ସମୟରେ ପୁରୁଷ ପୁଲିସ ମହିଳା ବିଜେପି କର୍ମୀଙ୍କୁ ମାଡ଼ ମାରିଛନ୍ତି। ରାଜ୍ୟରେ ମନ୍ତ୍ରୀ, ନେତା ଓ ଜନତା ସୁରକ୍ଷିତ ନାହାନ୍ତି। ପ୍ରତିବାଦ କରିବାରୁ ପୁଲିସ ଗୋଡେଇ ଗୋଡେଇ ବାଡ଼ଉଛି। ପୁଲିସ ଆଜି ଯେଉଁଭଳି ନିଜ ଦକ୍ଷତା ଏଠି ଦେଖାଇଲା ନବ ଦାସଙ୍କ ହତ୍ୟାରେ ଦେଖାଇଥିଲେ ହୁଏତ ହତ୍ୟା ପଛର କାହାଣୀ ଉନ୍ମୋଚିତ ହୋଇସାରିଥାନ୍ତା। କିନ୍ତୁ ତାହା ପୁଲିସ କରୁନାହିଁ। ଏନେଇ ତଦନ୍ତ ନିର୍ଦେଶ ଦେଇ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହରେ ଜୟନାରାୟଣ ମିଶ୍ର ଦାବି କରିଛନ୍ତି।

ଅନ୍ୟପଟରେ ବିରୋଧୀଙ୍କ ହଟଗୋଳ ଭିତରେ ବିରୋଧୀଙ୍କୁ ଶାସକ ଦଳ ଜବାବ ଦେଇଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଗୁଣ୍ଡା ଗର୍ଦି କରିବା କଣ ଉଚିତ୍। ବିଜେଡି ବିଧାୟକ ଦେବୀ ମିଶ୍ର ମଧ୍ୟ ଏକ ଉଦ୍ଧାରଣ ଦେଇ କହିଛନ୍ତି ବିରୋଧୀ ଦଳ ପ୍ରତିବାଦ କରିବା ସମୟରେ ନିଜର ସଂଯମତା ରକ୍ଷା କରିବା ଦରକାର। ସାଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ବିରୋଧୀ ନେତାଙ୍କୁ ନେଇ ରଖିଛନ୍ତି ଜବାବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗୃହର ମର୍ଯ୍ୟାଦା ହାନୀ କରୁଛି ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି। ଗୋଟିଏ ପ୍ରସଙ୍ଗ ଗୃହରେ ଥରେ ଆଲୋଚନା ପରେ ପୁନର୍ବର ଉଠାଇ ଗୃହର ନିୟମକୁ ବାରମ୍ୱାର ଭଙ୍ଗ କରିଛନ୍ତି ବିରୋଧୀ।

ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ଗୃହ ମଧ୍ୟ ଭାଗରେ ହଟଗୋଳ କରିଥିଲେ। ବାଚସ୍ପତି ପ୍ରଥମେ ୧୦ ମିନିଟ ଗୃହକୁ ମୁଳତବି କରିଥିଲେ। ତା ପରେ ବିରୋଧୀ ହଟଗୋଳ କରୁଥିବାରୁ ଆଉ ଥରେ ୧୦ ମିନିଟ ପାଇଁ ମୁଳତବି ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଥିଲେ।

Leave a Reply

Your email address will not be published. Required fields are marked *