ରାଜ୍ୟ

ଯୋଡ଼ା ପୌରପାଳିକା ଏଟିମ ସମ୍ମୁଖ ନାଳ ଉପର ସ୍ଲାପ ଭାଙ୍ଗିଛି

ଯୋଡ଼ା – ଯୋଡ଼ା ପୌରାଞ୍ଚଳ ଅବସ୍ଥା ଦିନକୁ ଦିନ ଏବେ ବିଗିଡିବାରେ ଲାଗିଛି। ସହର ମଧ୍ୟେ ରାସ୍ତା ଘାଟର ଅବସ୍ଥା ଖୁବ୍ ଦୟନୀୟ ରହିଥିବା ବେଳେ , କେତେ ଗୁଡ଼ିକ ନାଳ ଖୋଲା ମେଲା ରହିଥିବାର ଦେଖିବାକୁ ମିଳେ। ଏପରିକି ବହୁ ନାଳ ଉପର ସ୍ଲାପ୍ ପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ହୀନତା ହେତୁ ବହୁ ସ୍ଲାପ ଭାଙ୍ଗି ଭିତର ଛଡ ମଧ୍ୟ ଦେଖା ଦେଖା ଦେବା ହୋଇସାରିଛି। ତାପରେ ଶ୍ୱତ୍ୟ ଏଯାଏ ପୌରକର୍ଯ୍ୟଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ପାରିନାହିଁ । ତେବେ ଦେଖିବାକୁ ଗଲେ ପୌରାଞ୍ଚଳ ଚତୁର୍ପାର୍ଶ୍ଵରେ ବହୁ ଖଣି ଖାଦାନ ରହିଥିବାରୁ ପ୍ରତ୍ୟେକ ଦିନ ସହର ମଧ୍ୟକୁ ବହୁ ଯାନ ବାହାନ ଚଳପ୍ରଚଳ କରିବା,ସହରରେ ମଧ୍ୟ ପ୍ରମୁଖ ଟାଟା ଷ୍ଟିଲ ମଧ୍ୟ ରହି ଖଣି କାର୍ଯ୍ୟ କରି ନିଜର ବହୁ ଯାନ ବାହାନ ବହୁଳ ଚଳାଚଳ ହେବା ବ୍ୟତୀତ ସହର ବାସୀ ମଧ୍ୟ ପ୍ରତ୍ୟେକ ଦିନ ଚଳ ପ୍ରଚଳ କରିବା ଦ୍ୱାରା ଏବେ ଉକ୍ତ ଭଗ୍ନ ନାଳ ସଭିଙ୍କ ପାଇଁ ଏକ ପ୍ରକାର ବିପଦ ଜନକ ପରିସ୍ଥିତି ସୃଷ୍ଟି କରିଛି । ଏତେ ସବୁ ପରେ ମଧ୍ୟ ଯୋଡ଼ା ପୌରକର୍ଯ୍ୟଳୟ ଏକ ପ୍ରକାର ଚୁପ୍ ବସିଯାଇଛି। ଜାଣିବା ଆବଶ୍ୟକ ଯେ ବର୍ଷା ହେଲେ ପାଣିରେ ରାସ୍ତା ଘାଟରେ ପାଣିର ପ୍ରଭାହ ଫଳରେ କେହି ଯଦି ଉକ୍ତ ଭଗ୍ନ ନାଳ ଅଜାଣତରେ ଉପରେ ଯାଅ ଆସ କରିବା କେତେ ଯେ ବିପପୂର୍ଣ୍ଣ ତାହା କେବେ ବୁଝିବା ହେବ ଯୋଡ଼ା ପୌରକାର୍ଯ୍ୟଳୟର ଦାୟିତ୍ବବାନ ଅଧିକାରୀ ? ତେବେ ସଭିଏ ଜାଣିବା ଆବଶ୍ୟକ ଦିନ ଥିଲା ନିଜର ପୌରାଞ୍ଚଳର ସର୍ବାଙ୍ଗୀନ ଉର୍ଣ୍ଣତି ତଥା ପ୍ରଗତି ନିମନ୍ତେ ଯୋଡ଼ା ପୌରପାଳିକା ବହୁ ବାର ପୁରସ୍କୃତ ମଧ୍ୟ ହାସଲ କରିଛି । ଯଦି ଆଗାମୀ ଦିନରେ ପୁନର୍ବାର ଯୋଡ଼ା ପୌରକାର୍ଯ୍ୟଳୟକୁ ଏକ ପ୍ରକାର ଚାଲେଞ୍ଜ ସୃଷ୍ଟି କରିଛି କିପରି ସର୍ବାଙ୍ଗୀନ ଉନ୍ନତିକୁ ପୁଣି ଫେରିବ ?

Leave a Reply

Your email address will not be published. Required fields are marked *