ରାଜନୀତି

ଇଣ୍ଡିଆ ହିଁ ଆମ ଦେଶର ଏକମାତ୍ର ନାମ, ପରିବର୍ତ୍ତନ କରାଯାଇପାରିବ ନାହିଁ

ଭୁବନେଶ୍ୱର : ଆମ ଦେଶର ସମ୍ବିଧାନ ଅନୁଯାୟୀ ଦେଶର ଏକମାତ୍ର ନାମ ଇଣ୍ଡିଆ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ତଥା ଓଡିଶା ହାଇକୋର୍ଟ ର ଆଡଭୋକେଟ୍ ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତି ରେ କହିଛନ୍ତି। ଆମ ଦେଶର ସସ୍କୃତି ରେ ଜଣଙ୍କର ଦୁଇଟି ନାମ ଥାଏ। ଗୋଟିଏ ଅସଲି ନାମ ଓ ଆଉ ଗୋଟିଏ ଡାକନାମ। ଆମ ଦେଶର ଅସଲୀ ନାମ ଇଣ୍ଡିଆ ଏବଂ ଇଣ୍ଡିଆ ର ଡାକ ନାମ ହେଉଛି ଭାରତ। ସମ୍ବିଧାନ କୁ ଭଲକରି ପଢ଼ି ବିବୃତି ଦେବା ଉଚିତ୍ ବୋଲି ଶ୍ରୀ ରାଉତ କହିଛନ୍ତି। ଇଣ୍ଡିଆ ର ଜନସାଧାରଣ ହିଁ ଏ ଦେଶକୁ ଜନ୍ମ ଦେଇଛନ୍ତି। ମାନ୍ୟବର ସୁପରିମକୋର୍ଟ ଙ୍କ ନିଷ୍ପତ୍ତି ଆଧାରରେ ଇଣ୍ଡିଆ ହିଁ ପ୍ରେରଣାର ଉତ୍ସ। ଇଣ୍ଡିଆ ଏକ ସର୍ବପୁରାତନ ସସ୍କୃତି ଓ ସଭ୍ୟତା ସମ୍ପନ୍ନ ନାମ ହୋଇଥିବା ବେଳେ ଭାରତ ଏକ ରାଜ ରାଜୁଡ଼ା ଶାସନର ନାମ । ଗଣତନ୍ତ୍ରରେ ରାଜା ରାଜୁଡ଼ାଙ୍କର ସ୍ଥାନ ନାହିଁ। ତେଣୁ ଭାରତ ନାମକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଦେଶବାସୀ ଙ୍କୁ ବିଭ୍ରାନ୍ତ କରୁଥିବାର ଶ୍ରୀ ରାଉତ କହିଛନ୍ତି । ଭାରତ ସ୍ଥାନରେ ଦେଶର ଅନ୍ୟ ନାମ ମହାତ୍ମା ଗାନ୍ଧୀ ଦେଶ ବୋଲି ରଖାଯାଉ। ତେଣୁ ଆମ ଦେଶର ନାମ ଇଣ୍ଡିଆ ଏବଂ ମହାତ୍ମା ଗାନ୍ଧୀ ଦେଶ ବୋଲି ରଖିବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଦେଶବାସୀ ଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *