ରାଜ୍ୟ

ରାସ୍ତା ମରାମତି ଦାବିରେ ରାସ୍ତା ରୋକ ଆନ୍ଦୋଳନ

ନିମାପଡ଼ା: ପୁରୀ ଜିଲ୍ଲା କୋଣାର୍କ-ଗୋପ ବେଣୀପୁର ରାସ୍ତା ମରାମତି ଦାବିରେ ଗୋପ କୁଶଭଦ୍ରା ସେତୁ ଉପରେ ବିଜେପି ପକ୍ଷରୁ ରାସ୍ତା ରୋକ ଆନ୍ଦୋଳନ କରାଯାଇଥିଲା।ଖବର ଅନୁସାରେ ଗୋପ ରୁ ବେଣୀପୁର ନଦୀବନ୍ଧ ରାସ୍ତା ମରଣଯନ୍ତା ପାଲଟିଥିବା ସଂପର୍କ ରେ ଜଳସମ୍ପଦ ବିଭାଗ ପାଖରେ ସ୍ଥାନୀୟ ବେଣୀପୁର ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କରିଥିବା ବେଳେ ଗୋପ ବ୍ଲକ ବିଜେପି ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ଜଳସମ୍ପଦ ବିଭାଗ କୌଣସି ପ୍ରତିକାର ବ୍ୟବସ୍ଥା ନ କରିବାରୁ ଆଜି ବିଜେପି ପକ୍ଷରୁ ଗୋପ କୁଶଭଦ୍ରା ସେତୁ ଉପରେ ଧାରଣା ଦିଆଯାଇ ରାସ୍ତାରୋକ ଆନ୍ଦୋଳନ ହୋଇଛି।ଯାହାକୁ ନେଇ ଗୋପ- ବାଲିଘାଇ ରାସ୍ତା ରେ ଯାତାୟତ ପୁରା ଠପ ହୋଇଯାଇଛି।ଅନ୍ୟପକ୍ଷରେ ରାସ୍ତାର ଉଭୟ ପକ୍ଷରେ ରାସ୍ତାରେ ଶହ ଶହ ଯାତ୍ରୀ ଅଟକି ରହିଛିନ୍ତି।ଘଟଣା ସ୍ଥଳରେ ପୋଲିସ ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲା କିନ୍ତୁ ବିଜେପି କର୍ମୀ ମାନେ ଆନ୍ଦୋଳନରୁ ଓହରି ନଥିଲେ। ଦୀର୍ଘ ଘଣ୍ଟା ଧରି ଶହଶହ ଗାଡି ଅଟକି ରହିଥିଲା।

Leave a Reply

Your email address will not be published. Required fields are marked *