ରାଜ୍ୟ

ଖଣି ବିଭାଗ ସ୍ଥିତି ବିଗୁଡୁଛି, ବିପଦରେ ରାଜ୍ୟସରକାରଙ୍କ ରାଜସ୍ଵ

ବଡ଼ବିଲ : ଯୋଡ଼ା ଖଣି ଓ ବିଭାଗ ଅବସ୍ଥା ସେପରି ଆଉ ଭଲ ନାହିଁ। ଅଞ୍ଚଳର ଖଣି ବିଭାଗର ପରୀକ୍ଷଣ ଉପରେ ଆଦାୟ ହେଉଥିବା ରାଜସ୍ଵରେ ଜିଲ୍ଲା ବ୍ୟତୀତ ରାଜ୍ୟ ସରକାରଙ୍କ ପ୍ରଗତି ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ନିର୍ଭର କରିଥାଏ । ଯଦି ପୁଣି ସେପରି କିଛି ହେଉଥାଏ ଘୋଟାଲା ଯାହା ଏବେ ସମ୍ପୂର୍ଣ୍ଣ ସନ୍ଧେହ ଘେରରେ ଥିବା ବେଳେ ରାଜ୍ୟ ସରକାରଙ୍କର ରାଜକୋଷ ଉପରେ ଏପରି ଶକ୍ତ ପ୍ରହାର ପଡ଼ିବ ଯେ ଭୋଗିବେ କେବଳ ରାଜ୍ୟର ହଜାର ହଜାର ଗରିବ । ତେବେ ଏହାର ଏକ ଉଚ୍ଚସ୍ତରୀୟ ଅନୁଧ୍ୟାନ ଜରୁରୀ ହୋଇ ଚାଲେଞ୍ଜ ସୃଷ୍ଟି କରିଛି ଉଚ୍ଚପ ଅଧିକାରୀଙ୍କ ପାଇଁ,ତେବେ ଯାଇ ସରକଙ୍କ ରାଜସ୍ଵରେ ଅଧିକରୁ ଅଧିକ ସୁଧାର ଆସିବା ସହ ଅସାଧୁ ଖଣି କମ୍ପାନୀ ବ୍ୟତୀତ ଅଧିକାରୀଙ୍କ ଚିଠା ପଦାକୁ ଆସିବା ଥୟ ।

ତେବେ ଦେଖିବାକୁ ଗଲେ ବହୁ ଘଟଣାର ଖବର ମଧ୍ୟ ଖଣି ବାସୀ ତଥା ରାଜ୍ୟବାସୀଙ୍କୁ ଆଉ ଅଛପା ହୋଇ ରହି ନାହିଁ କି ପୂର୍ବ ଘଟଣା ବଳିର ଇତିହାସ ଯାହା କୁହେ, ତଥା ରାଜ୍ୟସରକାରଙ୍କ ଅଧିନସ୍ଥ ଯୋଡ଼ା ସ୍ଥିତ ଉପ – ନିର୍ଦ୍ଦେଶକ ରସାୟନିକ ବ୍ଲିସେଶଣ ଶ୍ରୀ ଦାସମାତ ସୋରେନ ଯାହା କୁହନ୍ତି ଫେବୃୟାରୀ ମାସ ପୂର୍ବରୁ ମାନୁଆଲ ପରୀକ୍ଷଣ ହେତୁ ଅସାଧୁ ଖଣି କମ୍ପାନୀ ଖଣି ବ୍ୟବସାୟରେ ରାଜ୍ୟସରକାରଙ୍କୁ ଠକିଛନ୍ତି ଯାହାର ତାଲିକା ନଦେଇ ଗତ ୨୪.୦୭ ଠାରୁ ଏଯାଏ ସରକାରଙ୍କ ବେତନଧାରୀ ଶ୍ରୀ ସୋରେନ ଚୁପ ରହିଛନ୍ତି କାହିଁକି ? ନା ଖଣି କମ୍ପାନୀଙ୍କ ପ୍ରେମରେ ଅଧିକାରୀ ?ତେବେ ଆଉ ଏକ ସନ୍ଧେହ ଘନୀଭୂତ ହୁଏ କି ଯୋଡ଼ା ଡି.ଡି.ସି.ଏଙ୍କ କାର୍ଯ୍ୟଳୟରୁ ସୂଚନା ପ୍ରସାର କରିବା ସତ୍ତ୍ବେ ଏଯାଏ ବହୁ ଉଚ୍ଚ ପଦସ୍ଥ ଅଧିକାରୀ କାର୍ଯ୍ୟାନୁଷ୍ଠାନ ପ୍ରତିବଦଳରେ ହାତକୁ ଯୋଡ଼ି ବସି ପଡିଛନ୍ତି ମୋଟା ଅଙ୍କର ବେତନ ରାଜ୍ୟସରକାରଙ୍କ ଠାରୁ ପାଇ କାହିଁକି ? ତେବେ ବିଭାଗ ପାଇଁ ଏ କିପ୍ରକାର ବଡ଼ କଥା ଯେ, ଦେଖିବାକୁ ଗଲେ ଯୋଡ଼ା ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ବିଭାଗରେ କେଉଁ ଆଧାର କରି ପ୍ରମୁଖ ଖଣି କମ୍ପାନୀଙ୍କ ଲୋକ ପ୍ରାୟ ଦିନ ବିଭାଗକୁ ଆସି ସରକାରୀ ଚୌକୀରେ ବସି କାର୍ଯ୍ୟ କରୁଥିବାର ଖବର ପ୍ରକାଶନର ଏକ ମାସ ବିତିସାରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନଥିବାରୁ ରାଜ୍ୟସରକାର ସରଳତାର ଲାଭ ଉଠାଉଛନ୍ତି ରାଜ୍ୟ ରାଜଧାନୀର ନଅ ତାଲାର ହେଡକ୍ୱାଟର୍ସର ଏ/ସି କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁକାନ୍ତ ମିଶ୍ରଙ୍କ କାର୍ଯ୍ୟକଳାପ ଉପରେ ଦୁର୍ନୀତିର ବହୁ ଗନ୍ଧ ଇଙ୍ଗିତ କରେ । କାରଣ ଶ୍ରୀ ମିଶ୍ର ଗତ ୨୪.୦୭ରେ ସୂଚନା ଦିଅନ୍ତି ଯେ ହେଡ କ୍ୱାଟର୍ସର ନଅ ତାଲାରେ ବସି କ୍ୟାମେରା ଯୋଗେ ସ୍ଥାନୀୟ ବିଭାଗର କାର୍ଯ୍ୟକଳାପ ଉପରେ ତନ ତନ ନଜର ରଖିବା ସତ୍ତ୍ବେ କିପରି ଖଣି ଲୋକ ଖଣି ବିଭାଗର ଚୌକୀରେ ବସି କାର୍ଯ୍ୟ କରୁଥିବାର ଖବର ଜାଣି ଚୁପ ବସିଛନ୍ତି, ନା ଆଉ କିଛି ଭିତର ରହସ୍ୟ ରହିଛି ଉଭୟଙ୍କ ମଧ୍ୟରେ ? ଯାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବିଭାଗୀୟ ବହୁ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ । ତେବେ ସୂଚନା ଯୋଗ୍ୟ ରାଜଧାନୀରୁ ଏକ ବୋଲେରୋ ଯୋଗେ ( ଓଡ଼ି – ୩୩ – ଏ ବି – ୩୭୪୭) ସରକାରୀ ଖର୍ଚ୍ଚରେ ଯୋଡ଼ା ସ୍ଥିତ କାର୍ଯ୍ୟାଳୟକୁ ଆସି ଗତ ଗୁରୁବାର ଠାରୁ ଶନିବାର ସକାଳ ଯିବା ମଧ୍ୟରେ ଶ୍ରୀ ମିଶ୍ର ଉକ୍ତ ସରକାରୀ ଚୌକୀରେ ଖଣି ଲୋକ ବସି କାର୍ଯ୍ୟ କରୁଥିବାର ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ କି’କାରଣ ଯୋଗୁ ସ୍ଥାଣୁ ପାଲଟିଛି ? ତେବେ ଶ୍ରୀ ମିଶ୍ରଙ୍କୁ ଫୋନ ଯୋଗେ ଗତ ମଙ୍ଗଳବାର ଦିନ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ ,ହେଲେ ଖଣି ଲୋକ ସହ ସ୍ଥାନୀୟ ବିଭାଗର ଶ୍ରୀ ସୋରେନଙ୍କୁ (ଡି.ଡି.ସି.ଏ) କେଉଁ କାରଣରୁ ଘଣ୍ଟ ଘୋଡାଉଛନ୍ତି ଶ୍ରୀ ମିଶ୍ର ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରେ। ଖବର ପରେ ଖବର ବ୍ୟାପକ ହେବା ତଥା ବିଭାଗୀୟ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ରାଜସ୍ବ ହାରକୁ ଯଦି ଚିନ୍ତା କରୁଥାନ୍ତେ ତିନି ବିଭାଗର ପ୍ରମୁଖ ନିର୍ଦେଶକ ଶ୍ରୀଯୁକ୍ତ ଜି ରାଜେଶ ଗତ ୨୮.୦୮ରେ ଦଇତାରୀ ନିକଟ ଖଣି ଅଞ୍ଚଳକୁ ଆସିଥିବାର ଏକ ଖବର ଶୁଣିବାକୁ ମିଳେ।ଯାହା କେନ୍ଦୁଝର ଜିଲ୍ଲା ସିମାନ୍ତକୁ ସ୍ପର୍ଶକରିଥାଏ,ସେଠାରୁ ସ୍ଥାନୀୟ ବିଭାଗର ଦୂରତା କମ ଥିବା ସ୍ୱତ୍ୟେ ଯୋଡ଼ା ଉପନିର୍ଦ୍ଦେଶକ ରସାୟନିକ ବିଶ୍ଳେଷଣ ବିଭାଗକୁ ନଆସି କାର୍ଯ୍ୟାନୁଷ୍ଠାନ ନଥିବାରୁ ଖଣି ବାସୀଙ୍କ ହୃଦୟକୁ କୋଠାରଘାତ କରିଥିବାର ବୁଦ୍ଧିଯୀବୀ ମହଲରେ ଅସନ୍ତୋଷର ବାତାବରଣ ଦେଖାଦିଏ ।

Leave a Reply

Your email address will not be published. Required fields are marked *