ଦେଶ- ବିଦେଶ

ଉପହାର ଟଙ୍କାରେ ନିଜ ଖର୍ଚ୍ଚ ଉଠାଉଛନ୍ତି ସଚିନ ଓ ସୀମା

ନୂଆଦିଲ୍ଲୀ: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଚ‌ାଲି ଆସିଥିବା ସୀମା ହାଇଦର ଓ ସଚିନ ମିନାଙ୍କୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି।କୁହାଯାଉଛି କି, ଯାଞ୍ଚ ଚାଲିବା ସହିତ ଥାନାରେ ସୀମାଙ୍କ ବିରୋଧରେ ମାମଲା ଥିବା ହେତୁ ସଚିନ ଓ ସୀମା ଦୁହେଁ ଘରେ ହିଁ ରହୁଛନ୍ତି। ବାହାରକୁ ଯିବାକୁ କୌଣସି ପ୍ରକାର ଦୁହିଁଙ୍କୁ ଅନୁମତି ନାହିଁ। ଏମିତିରେ ପ୍ରଶ୍ନ ଉଠୁଛି କି ସଚିନଙ୍କ କାମ ବନ୍ଦ ଥିବା ବେଳେ ତାଙ୍କ ପରିବାର ଚଳୁଛି କେମିତି? ଟଙ୍କା କେଉଁଠୁ ଆସୁଛି? ଲୋକେ ଏହାର ଉତ୍ତର ଜାଣିବାକୁ ଚାହୁଁଛନ୍ତି।

ଏହି ପ୍ରସଙ୍ଗ ଉପରେ ଆଲୋଚନା କରି ଓକିଲ ଏପି ସିଂହ କହିଛନ୍ତି, ‘ସୀମା ଓ ସଚିନଙ୍କ ଆର୍ଥିକ ଅବସ୍ଥା ଏବେ ବି ଭଲ ନାହିଁ। ସୀମା ଓ ସଚିନଙ୍କୁ ଲୋକେ ଉପହାରରେ ଯେଉଁ ଟଙ୍କା ଦେଇଥିଲେ ସେଥିରେ ଦୁହେଁ ବହୁତ କଷ୍ଟରେ ଦିନ କାଟୁଛନ୍ତି।

ତେଣୁ ଟଙ୍କା ରୋଜଗାର ପାଇଁ ସଚିନ ଓ ମିନା ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ନିଜର ଚାନେଲ ଖୋଲି ଭିଡିଓ ପୋଷ୍ଟ କରୁଛନ୍ତି। ଏଥିରୁ ଘରେ ବସି ଦୁଇପଇସା ରୋଜଗାର ହୋଇପାରିବ ବୋଲି ଦୁହେଁ ଆଶା ବାନ୍ଧିଛନ୍ତି।

ଏହି କ୍ରମରେ ସଚିନଙ୍କ ବାପା ନେତ୍ରପାଲ ଘରର ଖର୍ଚ୍ଚ ଉଠାଇବା ପାଇଁ କାମକୁ ଯିବା ଆରମ୍ଭ କରିଛନ୍ତି। ସଚିନଙ୍କ ବାପା ଚାରା ବିକ୍ରି କରିବାର କାମ କରିଥାଆନ୍ତି। ଚାରା ବିକ୍ରି କରି ନେତ୍ରାପାଲ ଯେତିକି ଟଙ୍କା ପାଉଛନ୍ତି ସେଥିରେ ସେ ପରିବାରର ଖର୍ଚ୍ଚ ଉଠାଉଛନ୍ତି।

Leave a Reply

Your email address will not be published. Required fields are marked *