ରାଜ୍ୟ

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଂଯୋଜକ ଭାବେ ପ୍ରଶାନ୍ତ ସ୍ୱାଇଁ ମନୋନୀତ


ନିମାପଡ଼ା: ପୁରୀ ଜିଲ୍ଲା ନିମାପଡା ନିର୍ବାଚନମଣ୍ଡଳୀ ର ଗୋପ ପଞ୍ଚାୟତ ର ଯୁବ ବିଜେପି ନେତା ପ୍ରଶାନ୍ତ କୁମାର ସ୍ୱାଇଁ ଙ୍କୁ ରାଜ୍ଯ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ ଭାବେ ମନୋନୀତ କରାଯାଇଛି। ସମଗ୍ର ପୁରୀ ଜିଲ୍ଲାଟି ହେଉଛି କୃଷି ପ୍ରଧାନ ଅଞ୍ଚଳ ଭାବେ ଜଣାଶୁଣା। ଏହି ଜିଲ୍ଲାର ସମସ୍ତ ବ୍ଲକ ରେ ଥିବା ପଞ୍ଚାୟତ ଗୁଡିକ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ l ବିଶେଷ କରି ଧାନ, ପାନ, ମିନ, ପନିପରିବା, ଦୁଗ୍ଧ ଉତ୍ପାଦନ, ପର୍ଯ୍ୟଟନ ଶିଳ୍ପ, ନଦୀ , ନାଳ,ଭରପୁର ମାନବ ସମ୍ବଳ ରେ ପରିପୂର୍ଣ୍ଣ ଥିବା ସତ୍ତ୍ୱେ ଉକ୍ତ ଅଞ୍ଚଳ କୁ ବିନିଯୋଗ କରିବାରେ ରାଜ୍ଯ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ତେଣୁ ଏ ସବୁ ପ୍ରାକୃତିକ ସମ୍ପଦ କୁ ସଦଉପଯୋଗ କରି ଯୁବ ଚାଷୀଙ୍କୁ ଉନ୍ନତ ପ୍ରଣାଳୀରେ କମ୍ ବିନିଯୋଗ ରେ ଅଧିକ ଫସଲ ଉତ୍ପାଦନ କରାଇବା ସହ ମାର୍କେଟ ଲିଙ୍କେଜ୍ ପାଇଁ ବ୍ୟବସ୍ଥା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଷୀ କଲ୍ୟାଣ ଯୋଜନା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି , ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ କିଷାନ କ୍ରେଡ଼ିଟ୍‌ କାର୍ଡ଼ , ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆଦିର ଫାଇଦା କିପରି ସମଗ୍ର ପୁରୀ ଜିଲ୍ଲାର ଚାଷୀ ମାନେ ପାଇପାରିବେ ସେ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରଶାନ୍ତ ଗଣମାଧ୍ୟମ କୁ କହିଛନ୍ତି। ଏଥିପାଇଁ ପୁରୀ ଜିଲ୍ଲାର ସମସ୍ତ ଚାଷୀ ସଂଗଠନ ଓ ଅନ୍ୟାନ୍ୟ ଅନୁଷ୍ଠାନ କୁ ଏକାଠି କରାଯାଇ ସରକାର ଙ୍କ ବିଭିନ୍ନ ଯୋଜନା କିପରି ଚାଷୀ ମାନେ ପାଇପାରିବେ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି ସେ ସୂଚନା ଦେଇଥିଲେ। ବିଭିନ୍ନ ବ୍ୟକ୍ତିବିଶେଷ,
ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି।

Leave a Reply

Your email address will not be published. Required fields are marked *