ଅପରାଧ

ପ୍ରେମିକ ସହ ଫେରାର ହେଲେ ନୂଆବୋହୁ

ବ୍ରଜରାଜନଗର : ବିବାହ ପରେ ଘରକୁ ଫେରୁଥିଲେ ବରକନ୍ୟା। ରାସ୍ତାରେ ବାନ୍ତି ଲାଗୁଛି କହି କାରରୁ ଓହ୍ଲାଇ ପ୍ରେମିକ ସହ ଫେରାର ହେଲେ ନୂଆବୋହୁ । ଏଭଳି ଘଟଣା ଘଟିଛି ବ୍ରଜରାଜନଗର ଥାନା ଅଞ୍ଚଳରେ । ବିବାହ ସରିବା ପରେ ନବ ବିବାହିତାଙ୍କୁ ନେଇ ବରଯାତ୍ରୀ ଘରକୁ ଫେରୁଥିଲେ । ପରେ ବରପକ୍ଷ ଓ କନ୍ୟାପକ୍ଷର ସହମତିରେ କନ୍ୟାର ସାନ ଭଉଣୀକୁ ପୁଣି ବିବାହ କରି ବର ଘରକୁ ଫେରିଥିବା ଜଣାପଡ଼ିଛି।
ସୂଚନାନୁସାରେ ଯୁବତୀଙ୍କ ବିବାହ ସୁନ୍ଦରଗ ଜିଲାର ଜଣେ ଯୁବକଙ୍କ ସହ ହୋଇଥିଲା। ଶନିବାର ବରପକ୍ଷ କନ୍ୟା ଘରେ ପହଞ୍ଚିଥିଲେ। ବିବାହ ପରେ କନ୍ୟାଙ୍କୁ ନେଇ ବରପକ୍ଷ ଘରକୁ ବାହାରିଥିଲେ । ଗାଁ ମୁଣ୍ଡରେ ପହଞ୍ଚିବା ପରେ କନ୍ୟା ବାନ୍ତି ଲାଗୁଛି କହି ଗାଡ଼ିରୁ ଓହ୍ଲାଇଥିଲେ । ପରେ ସେଠାରେ ପୂର୍ବରୁ ଥିବା ପ୍ରେମିକ ସହ ଫେରାର ମାରିଥିଲେ ।

Leave a Reply

Your email address will not be published. Required fields are marked *