ଅପରାଧ

ବଧୂ ହତ୍ୟା ଅଭିଯୋଗ ରେ ଦୁଇ ଭାଇ ନିର୍ଦ୍ଦୋଷ ରେ ଖଲାସ


ନିମାପଡ଼ା : ନିମାପଡା ଅତିରିକ୍ତ ଜିଲ୍ଲା ଦୌରାଜଜ ଲୋକନାଥ ସାହୁ ଆଜି ଏକ ବଧୂ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଦୁଇ ଭାଇ ଙ୍କୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି। ଘଟଣା ରୁ ପ୍ରକାଶ ଯେ, ନିମାପଡା ଥାନା ଦୋଳ ଗୋବିନ୍ଦପୁର ଗ୍ରାମ ର ରଘୁନାଥ ନାୟକ ଙ୍କ କନ୍ୟା ମମି ନାୟକ ୧୦ ବର୍ଷ ପୂର୍ବେ ଚାରିଛକ ଥାନା ଅନ୍ତର୍ଗତ ବେଲପଡା ଗ୍ରାମ ର ଗୁରୁବାରି ସାହୁ ଙ୍କ ମଝିଆଁ ପୁଅ ସୁକାନ୍ତ ସାହୁ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।
ଗତ ୨୦୨୧ ସେପ୍ଟେମ୍ବର ୩୦ ତାରିଖ ଦିନ ମମି ସାହୁ ଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଅଭିଯୋଗ କ୍ରମେ ପୋଲିସ ମୃତା ମମି ଙ୍କ ସ୍ବାମୀ ସୁକାନ୍ତ ଓ ତାଙ୍କ ଭାଇ ପ୍ରଶାନ୍ତ ଙ୍କୁ ଗିରଫ କରିବା ସହିତ ଏକ ମାମଲା ରୁଜୁ କରିଥିଲା। ନିମାପଡା ଥାନା କେସ ନଂ ୩୪୪/୨୧। ପରେ ଦୁଇ ଭାଇ ଜାମିନ ରେ ଆସିଥିଲେ। ଆଜି ଏହି ମାମଲା ର ବିଚାର କରି କୋର୍ଟ ଅଭିଯୁକ୍ତ ଦୁଇ ଭାଇ ଙ୍କୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି। ଅଭିଯୁକ୍ତ ମାନଙ୍କ ପାଇଁ ଆଇନୀଜିବି ରଜନୀକାନ୍ତ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *