ରାଜ୍ୟ

ଖଣି ଅଫିସର ମାଲେମାଲ, ଗରିବ ଖଣି ବାସୀ ବେହାଲ

ଯୋଡ଼ା : ଘୋଟାଲା ପରେ ଘୋଟଲା ତଥାବି ଖଣି ଅଫିସରଙ୍କ ପାଇଁ ଅଧିକାରୀ ଲାଗୁ କରିପାରିନାହାନ୍ତି କୌଣସି ଏକ ସାଧାରଣ ଅଙ୍କୁଶ । ଅଙ୍କୁଶ କେବଳ କଣ ଖଣି ମାଲିକ ଏବଂ ଗରିବ ଖଣିବାସୀଙ୍କ ନିମନ୍ତେ କି ? କେନ୍ଦୁଝର ଜିଲ୍ଲାର ସ୍ଥିତ ଖଣି ବିଭାଗର ଅଦଭୂତ ରୂପ ଏଠି ପ୍ରାୟ ଖଣି ଅଫିସର ଧନୀ ହେଲେ ଖଣି ବାସୀ ଗରିବ । ଯେଉଁ ଖଣିର ପକୃତ ମାଲିକ ତଥା ପ୍ରଭାବିତ ସ୍ଥାନୀୟ ଲୋକ କିନ୍ତୁ ନାମକୁ ମାତ୍ର ଖଣି ସ୍ଥାନୀୟ ଲୋକଙ୍କର ହେଲେ ଧନୀ ହୁଅନ୍ତି ଖଣି ଅଫିସର । ପୂର୍ବରୁ ଯଦି ଦେଖାଯାଏ ଖଣି କମ୍ପାନୀ ଧନୀଶାଳି ରହିଥିଲେ ହେଲେ ଗତ କିଛି ବର୍ଷ ମଧ୍ୟେ ହିସାବକୁ ନିଆଗଲେ ଅଞ୍ଚଳର ବିଭାଗର ଖଣି ଅଧିକାରୀଙ୍କ ସମ୍ପତି ବଢିବାରେ ଲାଗିଛି ।ଯେଉଁ ଖଣି ଅଧିକାରୀଙ୍କ ସମ୍ପତି ଆକଳନ କରିବା ମଧ୍ୟେ ଅନେକ ସମୟରେ ଫେଲ ମାରିବା ସୂତ୍ର ଯାହା କୁହେ । ତେବେ ପୂର୍ବ ଘଟଣାକୁ ନଜର ପକାଇଲେ ଯାହା ଜଣା ଯାଏ ବହୁ ଖଣି ଅଫିସର ଅବୈଧ ସମ୍ପତି ଅଭିଯୋଗ ହାତେଇ ଭିଜିଲାନ୍ସ ଜାଲରେ ପଡ଼ିଥିବାର ନଜିର ମଧ୍ୟ ରହିଛି। ତେବେ ବିଭାଗ ପାଇଁ ଏ କୌଣସି ନୂଆ ବିଷୟ ନଥିବା ବେଳେ ବର୍ତମାନ ମଧ୍ୟ କେଇ ଖଣି ଅଫିସରଙ୍କ କାର୍ଯ୍ୟକଳାପର ତଥ୍ୟ ଯାହା କୁହେ ତେଣୁ ସଂନ୍ଧେହ ଘନୀଭୂତ ହେବା ସତ୍ବେ ହେଡକ୍ୱାଟର୍ସର ବିଭାଗୀୟ ଅଧିକାରୀଙ୍କ ନୀରବତା ହେତୁ ରହସ୍ୟ ଘେରରେ ଏବେ ଯୋଡ଼ା ସ୍ଥିତ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣଙ୍କ କାର୍ଯ୍ୟାଳୟ ଯାହା ରାଜ୍ୟ ବ୍ୟାପୀ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ଆରମ୍ଭ ହେଲାଣି । ଏତେ ସବୁ ପରେ ମଧ୍ୟ ଖବର ପରେ ଖବର ବ୍ୟାପକ ସତ୍ତ୍ବେ ଉକ୍ତ ବିଭାଗର ୯୬ଟି ନମୁନାର ରିପୋର୍ଟ ଯାହା କୁହେ ଗତ ୧୩.୨.୨୩ ଠାରୁ ୩୦.୦୪.୨୩ ମଧ୍ୟରେ ହୋଇଥିବା ନମୂନାର ପ୍ରଥମ ପରୀକ୍ଷଣର ରିପୋର୍ଟ ଏବଂ ପରୀକ୍ଷଣର ଅମ୍ପ୍ୟାର ରିପୋର୍ଟ ପ୍ରାୟ ୯୬ ମଧ୍ୟରୁ ତାଲିକାରୁ ପ୍ରାୟ ୬ ଗୋଟିକୁ ବାଦ ଦେଲେ, ସମାନ ନମୂନାର ପ୍ରଥମ ଏବଂ ଦ୍ଵିତୀୟ ( ଅମ୍ପ୍ୟାର) ପରୀକ୍ଷଣ କେହି କାହାରି ସହ ମେଳ ରହୁନଥିବାର ସନ୍ଧେହ ବେସ ଘନୀଭୂତ ହୋଇଥିଲେ ମଧ୍ୟ ଏଯାଏ ତାହାର କୌଣସି ସଠିକ କାର୍ଯ୍ୟାନୁଷ୍ଠାନ ଦୀର୍ଘ ଦିନ ବିତି ଥିଲେ ମଧ୍ୟ ହୋଇପାରୁନାହିଁ । ଏଠାରେ ସୂଚନଯୋଗ୍ୟ କି ଭୁବନେଶ୍ୱରରୁ ବିଭାଗୀୟ ଯୁଗ୍ମନିର୍ଦ୍ଦେଶକ ଶ୍ରୀ ସୁକାନ୍ତ ମିଶ୍ର ଯେକି ପୂର୍ବରୁ ସ୍ଥାନୀୟ ବିଭାଗକୁ ପ୍ରାୟ ପ୍ରତ୍ୟେକ ମାସରେ ଆସି ଏକ ଗେଷ୍ଟ ହାଉସରେ ୪/୫ ଦିନ ରହି ଫେରୁଥିଲେ ଭୁବନେଶ୍ୱରକୁ, ଯେତେ ବେଳେ ସମସ୍ୟାରେ ଯୁଡୁ ବୁଡୁ ସ୍ଥାନୀୟ ବିଭାଗ ହେଉଥିବାର ଦେଖି ଜାଣି କିପରି ଶ୍ରୀ ମିଶ୍ର କିପରି ଫେରୁଥିଲେ ? ଏତେ ସବୁ ପରେ ମଧ୍ୟ କି ଉଦ୍ଧେଶ ରଖି ଆସନ୍ତି ପ୍ରତ୍ୟେକ ମାସରେ ଯୋଡ଼ା ସ୍ଥିତ ବିଭାଗକୁ ? ଯାହା ପୁଣି ଆଉ ଏକ ପ୍ରଶ୍ନ ବାଚୀ ସୃଷ୍ଟି ରହିଥିବା ବେଳେ ଖବର ବ୍ୟାପକ ହେବା ପରେ ଗତ ଜୁଲାଇ ଏବଂ ଅଗଷ୍ଟ ଦୁଇ ମାସରେ ମଧ୍ୟରେ ଏମିତିକି ଶ୍ରୀ ମିଶ୍ର ଗୋଟିଏ ଦିନ ମଧ୍ୟ ଆଉ ଆସିବା ହୁଏନାହିଁ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ ଯୋଡ଼ା ସ୍ଥିତ କାର୍ଯ୍ୟାଳୟକୁ । ଏପରିକି ସୂଚନା ଯାହା ରୁହେ ପୂର୍ବରୁ ପ୍ରାୟ ବିନା ଚିଠି ଧରି ଆସୁଥିବା ଶ୍ରୀ ମିଶ୍ର, ଚଳିତ ମାସରେ କିନ୍ତୁ ଏକ ଅଧିକାୀଙ୍କ ନାମ ମାତ୍ର ଚିଠି କରି ଆସିଥିବାର ଜାଣିବାକୁ ମିଳେ ଶ୍ରୀ ମିଶ୍ରଙ୍କୁ। ଯଦି ଶ୍ରୀ ମିଶ୍ରଙ୍କ ଦ୍ଵାରା ଉକ୍ତ ବିଭାଗର ସମସ୍ୟା ଦୂରୀଭୂତ ହେଉନଥିବା ବେଳେ ରାଜଧାନୀର ଚିଠି ପ୍ରସ୍ତୁତ କରିଥିବା ଅଫିସର ଶ୍ରୀ ସଲିଲ ବେହେରା କିମ୍ବା ଗତ ୨୮.୦୮.୨୩ ରେ ଆସି ଦଇତାରୀ ନିକଟ ଏକ ଖଣିରୁ କାର୍ଯ୍ୟ କରି ଫେରି ଯାଇଥିବା ତିନି ବିଭାଗର ମୁଖ୍ୟ ଶ୍ରୀ ଜି ରାଜେଶ ମହୋଦୟ କୃପାୟା ଦୟାକରି ସ୍ଥାନୀୟ ବିଭାଗକୁ ଆସି ସମସ୍ୟା ଦୁର କରିବାରେ ସହଯୋଗ କରିବେକି ? ଯାହା ସାଧାରଣରେ ଦାବି ହୁଏ ।

Leave a Reply

Your email address will not be published. Required fields are marked *