ବାଣିଜ୍ୟ

ଏସ.ଏନ. ସୁବ୍ରମଣ୍ୟନ ହେଲେ ଏନ୍‌ଆଇଟି ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ​ର ଅଧ୍ୟକ୍ଷ

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ​ର ଅଧ୍ୟକ୍ଷ ଭାବେ ଲାର୍ସନ ଆଣ୍ଡ୍‌ ଟବ୍ରୋ(ଏଲ୍‌ ଆଣ୍ଡ୍‌ ଟି)ର ସିଇଓ ତଥା ଏମ୍‌ଡି ଏସ.ଏନ. ସୁବ୍ରମଣ୍ୟନ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଶ୍ରୀ ସୁବ୍ରମଣ୍ୟନ ତିନି ବର୍ଷ ଧରି ଏହି ଦାୟିତ୍ବରେ ରହିବେ। ଉଲ୍ଲେଖଯୋଗ୍ୟ, ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ ନିର୍ମାଣକାରୀ ସଂସ୍ଥା ଏଲ୍‌ ଆଣ୍ଡ୍‌ ଟିରେ ଶ୍ରୀ ସୁବ୍ରମଣ୍ୟନ ବିଭିନ୍ନ ଉଚ୍ଚ ପଦବିରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ନିଜର କୁଶଳ ନେତୃତ୍ବ ଯୋଗୁଁ ୨୦୨୨ରେ ବିଜିନି​ସ୍‌ ଟୁଡେ୍‌ ପକ୍ଷରୁ ଶ୍ରେଷ୍ଠ ସିଇଓ, ୨୦୨୦ରେ ସିଏନ୍‌ବିସି ଆୱାଜ୍‌ ପକ୍ଷରୁ ଶ୍ରେଷ୍ଠ ସିଇଓ ପୁରସ୍କାର, ୨୦୨୧ରେ ‘କନଷ୍ଟ୍ରକ୍ସନ ୱାର୍କ ପାୱାର’ ଶ୍ରେଷ୍ଠ ରୢାଙ୍କିଂ ମଧ୍ୟରେ ୧୧ତମ ସ୍ଥାନ, ୨୦୧୨ରେ ‘ଇନ୍‌ଫ୍ରାଷ୍ଟ୍ରକ୍ଚର ପର୍ସନ୍‌ ଅଫ୍‌ ଦ ଇୟର୍‌’ ଆଦି ଏକାଧିକ ପୁରସ୍କାର ପାଇଥିଲେ। ଏମିତିକି ବିଭିନ୍ନ ସାମ୍ବିଧାନିକ ପଦବିରେ ମଧ୍ୟ ରହିଛନ୍ତି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ଦ୍ବାରା ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ, କ୍ଲାଇମେଟ୍‌ ଫାଇନାନ୍ସ ଲିଡରସିପ୍‌ ଇନିସିଏଟିଭ୍‌(ସିଏଫ୍‌ଏଲ୍‌ଆଇ)ର ପ୍ରତିଷ୍ଠାତା ସଦସ୍ୟ ଭାବେ ଦାୟିତ୍ବ ତୁଲାଇଛନ୍ତି।

Leave a Reply

Your email address will not be published. Required fields are marked *