ମହାନଗର

ଯୁବ ସମାଜସେବୀ ଶଶିକାନ୍ତଙ୍କ ପୁଣ୍ୟ ଏକାଦଶୀ ତିଥି ପାଳିତ

ଭୁବନେଶ୍ଵର: ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ କୁଆଁପାଳ ପକ୍ଷରୁ ସମାଜସେବୀ ଶଶିକାନ୍ତ ଙ୍କ ପୁଣ୍ୟ ଏକାଦଶୀ ତିଥି ପାଳନ କରାଯାଇଛି। ଏଥିରେ ସଭାପତିତ୍ଵ କରିଥିଲେ ଆଞ୍ଚଳିକ ଟାଇଗର କ୍ଲବ ର ସଭାପତି, କ୍ୟାପିଟାଲ ଫ୍ରେଣ୍ଡସ୍ ଆସୋସିଏସନ ର ଚେୟାରମ୍ଯାନ ତଥା ସତ୍ୟମ୍ ଶିବମ୍ ସୁନ୍ଦରମ୍ ପତ୍ରିକା ର ଏଡିଟର ଇଂ ଜିତେନ କୁମାର ରାଉତରାୟ ।ମୁଖ୍ଯ ଅତିଥି ରୂପେ ପ୍ରଫେସର ଡ଼କ୍ଟର କାର୍ତ୍ତିକ ଚନ୍ଦ୍ର ପୃଷ୍ଟି ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଶଶିକାନ୍ତ ଙ୍କ ଜୀବନଦର୍ଶନ ସମ୍ବନ୍ଧରେ ଆଲୋକପାତ କରିଥିଲେ ।ମୁଖ୍ଯ ବକ୍ତା ରୂପେ ଓଡିଶା ଯାଦବ ସଙ୍ଘ ର ସଭାପତି ଶ୍ରୀ ଉତ୍ତମ ଚରଣ ଦାସ, ସମ୍ମାନ୍ନିତ ଅତିଥି ରୂପେ ଓଡିଶା ର ପ୍ରସିଦ୍ଧ କବି ଡ଼ମ୍ବରୁଧର ପରିଡା,ସୁସାହିତ୍ୟିକ ପ୍ରଶାନ୍ତ କର, କ୍ଲବ ର କ୍ରୀଡା ସମ୍ପାଦକ ଶ୍ରୀ ଜୟଦେବ ମୁଦୁଲି,ସାଇମନ୍ଦିର ର ମୁଖ୍ଯ ଶ୍ରୀ ରାମଚନ୍ଦ୍ର ପରିଡା, ଶିକ୍ଷାବିତ୍ ଶ୍ରୀ ଅକ୍ଷୟ ସୁନ୍ଦରରାୟ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । କ୍ଲବ ର ସାଧାରଣ ସମ୍ପାଦକ ସମାଜସେବୀ ଶ୍ରୀ ରବିନ୍ଦ୍ର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଟାଇଗର କ୍ଲବ ର ସଙ୍ଗଠକ ଶ୍ରୀ ଅନନ୍ତ ପଲେଇ ଧନ୍ଯବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *