ରାଜନୀତି

ପ୍ରଧାନମନ୍ତ୍ରୀ ଓ ବିଜେପି ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି

ଭୁବନେଶ୍ୱର :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଛତ୍ରବାଦୀ ଏବଂ ଅଗଣତାନ୍ତ୍ରିକ ଶାସନ ଚଳାଇ ଦେଶର ନାମ ଉପରେ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି। କେନ୍ଦ୍ରର ବିଜେପି ସରକାର ର ଦୁଇଟି ନିଷ୍ପତ୍ତି ଯଥା: ଜାମ୍ମୁକାଶ୍ମୀରରୁ ୩୭୦ ଧାରାର ଉଚ୍ଛେଦ କରିବା ଏବଂ ଜି -୨୦ ସମ୍ମିଳନୀ ଦୁଇଟି ଗ୍ରହଣ ଯୋଗ୍ୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ବିମୁଦ୍ରୀକରଣ , ପ୍ରଧାନମନ୍ତ୍ରୀ ମନ୍ କି ବାତ୍ ଏବଂ ଇଣ୍ଡିଆ ନାମକୁ ଭାରତ ପରିବର୍ତ୍ତନ କରିବା ଇତ୍ୟାଦି କାର୍ଯ୍ୟକ୍ରମ ଦେଶବାସୀ ଙ୍କୁ ଦିନରେ ଲଣ୍ଠନ ଦେଖାଇ ବିଭ୍ରାନ୍ତ କରୁଥିବାରୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି। ଇଣ୍ଡିଆର ସମ୍ବିଧାନର ପ୍ରଥମ ଧାଡ଼ିରେ ଦେଶର ନାମ ଇଣ୍ଡିଆ ରହିଛି। ସମ୍ବିଧାନର ଧାରା ୧(୧) ରେ ଇଣ୍ଡିଆ ର ଅର୍ଥ ଭାରତ ବୋଲି ଲେଖାଯାଇଛି। ଏହାର ଅର୍ଥ ନୁହେଁ ଯେ ଭାରତ ଇଣ୍ଡିଆର ଅନ୍ୟ ଏକ ନାମ। ଧାରା ୧(୧) ଅନୁଯାୟୀ ଦେଶବାସୀ ଭାରତକୁ ଇଣ୍ଡିଆର ଏକ ଡାକନାମ ଭାବେ କହି ପାରିବେ ଏବଂ ବୁଝି ପାରିବେ। କିନ୍ତୁ ସରକାରୀ
ଭାବେ ଇଣ୍ଡିଆ ହିଁ ଏକମାତ୍ର ନାମ। ସମ୍ବିଧାନର ପ୍ରଥମ ଧାଡ଼ିରେ ଯଦି ଇଣ୍ଡିଆ କିମ୍ଵା ଭାରତ ଲେଖାଯାଇ ଥାଆନ୍ତା ତେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ର ଦାବି ଯଥାର୍ଥ ହୋଇ ଥାଆନ୍ତା। ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଯଦି ଦେଶର ନାମ ମହାତ୍ମାଗାନ୍ଧୀ ଦେଶ ଏବଂ ହିନ୍ଦୁସ୍ଥାନ ରଖାଯିବାକୁ ଦାବି କରନ୍ତେ ତେବେ ଇଣ୍ଡିଆବାସୀଙ୍କର ସମର୍ଥନ ପାଇ ପାରନ୍ତେ। ବ୍ରିଟିଶରାଜ ଆମକୁ ଅନ୍ଧକାରରୁ ଆଲୋକ ଦେଖାଇଥିବାବେଳେ ଆମେ ଉପନିବେଶବାଦ ଏବଂ ରାଜତନ୍ତ୍ରକୁ ହଟାଇ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା କଲୁ। ସେହି ପରିପ୍ରେକ୍ଷୀରେ ଦେଶର ନାମ ଜଣେ ରାଜାଙ୍କ ନାମରେ ନାମିତ କରିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ସମ୍ବିଧାନ ଅନୁଯାୟୀ ସରକାରୀ ନାମ ଇଣ୍ଡିଆ। ଆମ ଦେଶର କୌଣସି ବ୍ୟକ୍ତିର ଦୁଇଟି ନାମ ରହିଛି କି? କୌଣସି ଅନୁଷ୍ଠାନ ଓ ସଂଗଠନ ର ଦୁଇଟି ନାମ ରହିଛି କି?ବୋଲି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସ୍ପଷ୍ଟୀ କରଣ ଦିଅନ୍ତୁ। ଜି – ୨୦ ସମ୍ମିଳନୀ ରେ ରାଷ୍ଟ୍ରପତିଙ୍କୁ ପ୍ରେସିଡେଣ୍ଟ ଅଫ୍ ଭାରତ ଭୁଲ୍ ନିଷ୍ପତ୍ତି ବୋଲି ଶ୍ରୀ ରାଉତ୍ କହିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଦୀର୍ଘ ବର୍ଷ ଧରି ଶାସନରେ ରହି ମଧ୍ୟ ହିନ୍ଦୁ ମାନଙ୍କୁ ନିମ୍ନଗାମୀ ଜନସଂଖ୍ୟା ରୋକିବାରେ ସଫଳ ହୋଇନାହାନ୍ତି। କିମ୍ଵା ଇଣ୍ଡିଆରେ ଗୋହତ୍ୟା ନିଷେଧ କରିପାରି ନାହାନ୍ତି। ଚୀନ ଆମ ଦେଶ ଭିତରେ ପଶି ଯୁଦ୍ଧ ଚଳାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସରକାର୍ ମାଓବାଦୀ ମାନଙ୍କୁ ମୂଳୋତ୍ପାଟନ କରିପାରି ନାହାନ୍ତି। ଚରସ୍ ଧଳା ଜହର, ମଦ ଆମର ଭବିଷ୍ୟତ ନାଗରିକ ମାନଙ୍କୁ ଗ୍ରାସ କରି ସାରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସରକାର୍ କୌଣସି ସମ୍ପ୍ରଦାୟଙ୍କ ଧନ, ଜୀବନ ଓ ମର୍ଯ୍ୟାଦା ସୁରକ୍ଷା ଦେଇ ପାରୁ ନାହାଁନ୍ତି। ଇଣ୍ଡିଆରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍ ଏବଂ ଅନ୍ୟ ସଂଖ୍ୟାଲଘୁ ମାନଙ୍କର ଧନ ଜୀବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ପାଇଁ ସ୍ଵତନ୍ତ୍ର ଆଇନ୍ ଏବଂ ସ୍ଵତନ୍ତ୍ର ସ୍କିମ୍ ପ୍ରଚଳନ କରିବାର ଆବଶ୍ୟକତା ରହିଛି। ଆନ୍ତର୍ଜାତୀୟ ସ୍ତରରେ ଇଣ୍ଡିଆ କୁ ଏକ ବାସ୍ତବ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଗଢିତୋଳିବା ହେଉଛି ବାସ୍ତବ ଓ ବଳିଷ୍ଠ ନେତୃତ୍ବ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ଦଳରେ ଏକଛତ୍ରବାଦୀ ନେତୃତ୍ବ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଏବଂ ସାଂସଦ ଏବଂ ବିଧାୟକ, ବିଧାୟିକା ମାନଙ୍କୁ ପେନସନ ଓ ଫାମିଲି ପେନସନ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭୁଲ୍ ନିଷ୍ପତ୍ତି ବୋଲି ଶ୍ରୀ ରାଉତ୍ କହିଛନ୍ତି। ଦେଶର ଲୋକସଭା, ରାଜ୍ୟସଭା, ବିଧାନସଭା, ବିଧାନପରିଷଦ ଥିବାବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ କଥା କାହିଁକି ଶୁଣାଉଛନ୍ତି, ତାହା ଆଇନ୍ ସମ୍ମତ ବା ସମ୍ବିଧାନ ସମ୍ମତ କି? ସେ ସମ୍ବନ୍ଧରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟୀକରଣ ଦିଅନ୍ତୁ। ପରନ୍ତୁ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀମଣ୍ଡଳର ସଭ୍ୟ,ସଭ୍ୟା, ସାଂସଦ, ବିଧାୟକ, ବିଧାୟିକା ମାନେ ଦେଶ ବା ରାଜ୍ୟ ଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଯଦି ଲୋକସଭା, ରାଜ୍ୟସଭା ଏବଂ ବିଧାନସଭା, ବିଧାନ ପରିଷଦରେ ନିଜର ମନ୍ କି ବାତ୍ କୁହନ୍ତେ ତେବେ ଦେଶବାସୀ ସେସବୁ ଶୁଣନ୍ତେ। ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ୍ ପାଇଁ ଯୋଗାଡ଼ କରି ପିଲା ମାନଙ୍କୁ ବସାଇ ଶୁଣାଇବାକୁ ପଡ଼ନ୍ତାନି କିମ୍ଵା ଓଡିଶାରେ ଭିକେ ପାଣ୍ଡିଆନ୍ ଙ୍କ ବିଜୁଜନତା ଦଳର ସଭା ସମିତି କରିବାକୁ ମିଶନ ଶକ୍ତି କୁ ନିୟୋଜିତ କରିବାକୁ ପଡ଼ନ୍ତା ନାହିଁ। ଆର୍. ଏସ. ଏସ କୁ ବିରୋଧ କରୁଥିବା ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ
ଙ୍କୁ ସୁରକ୍ଷା ଦେଇ ଜଣେ କେନ୍ଦ୍ର ସରକାରୀ ଅଫିସର କୁ ସିଧା ସଳଖ ରାଜନୀତି କରିବା ପାଇଁ ଭିତିରି ପ୍ରୋତ୍ସାହନ ଦେବା ଏକ ସମ୍ପୂର୍ଣ ବେଆଇନ୍ ଓ ଅନୈତିକ କାର୍ଯ୍ଯ ବୋଲି ଶ୍ରୀ ରାଉତ୍ କହିଛନ୍ତି। ତେଣୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ବିନମ୍ର ନିବେଦନ କରୁଛି କି ସେ ତୁରନ୍ତ ମନ୍ କି ବାତ୍ କାର୍ଯ୍ୟକ୍ରମ ବନ୍ଦ୍ କରନ୍ତୁ। କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସଦସ୍ୟ, ସଦସ୍ୟା, ସାଂସଦ ମାନଙ୍କୁ ଲୋକସଭା ଓ ରାଜ୍ୟସଭାରେ ମନ୍ କି ବାତ୍ କହିବାର ସୁଯୋଗ ଦିଅନ୍ତୁ। ସ୍ଵାଧୀନତା ସମୟରେ ଥିବା ବିଭିନ୍ନ ସମ୍ପ୍ରଦାୟର ଆନୁପାତିକ ଜନସଂଖ୍ୟା ବଜାୟ ରଖନ୍ତୁ, ସମଗ୍ର ଇଣ୍ଡିଆରେ ଗୋ -ହତ୍ୟା ନିଷେଧ କରନ୍ତୁ। ସମ୍ପୂର୍ଣ୍ଣ ନିଶାମୁକ୍ତ ଇଣ୍ଡିଆ କରନ୍ତୁ। କୋଟି କୋଟି ସଂଖ୍ୟାରେ ଚାକିରୀ ସୃଷ୍ଟି କରି ଭବିଷ୍ୟତ ନାଗରିକ ମାନଙ୍କୁ ନିଜ ଉପରେ ଆସ୍ଥା ବିଶ୍ଵାସ ଦିଅନ୍ତୁ, ଇଣ୍ଡିଆ କୁ ଏକ ସବୁଜ, ଶୀତଳ ଓ ପ୍ରାକୃତିକ ସୌନ୍ଦର୍ଯ୍ୟମୟୀ ଦେଶରେ ପରିଣତ କରିବା ପାଇଁ ସ୍କିମ ପ୍ରଣୟନ କରନ୍ତୁ, ଇଣ୍ଡିଆ କୁ ଶତ ପ୍ରତିଶତ ଦୁର୍ଘଟଣା ମୃତ୍ୟୁମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ସ୍ଵତନ୍ତ୍ର ସ୍କିମ ପ୍ରଚଳନ କରନ୍ତୁ ଏବଂ ଦେଶବାସୀ ଙ୍କୁ ଘଡଘଡି ବିଜୁଳି ମୃତ୍ୟୁରୁ ରକ୍ଷା କରିବା ପାଇଁ ତୁରନ୍ତ ସ୍ଵତନ୍ତ୍ର ସ୍କିମ ସବୁ ପ୍ରଚଳନ କରନ୍ତୁ।

Leave a Reply

Your email address will not be published. Required fields are marked *