ମୁଖ୍ୟ ଖବର

ବାଣ କାରଖାନାରେ ବିସ୍ଫୋରଣ: ୨ ମୃତ

ଜଗତ୍‌ସିଂହପୁର, : ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଇଚ୍ଛାପୁର ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତାହତମାନେ ଇଚ୍ଛାପୁର ଓ ଆଖାପାଖ ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଦିଲୁ ମହାନ୍ତି। ତାଙ୍କ ଘର ଇଚ୍ଛାପୁରରେ। ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ୩ ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେହି ଦୁଇ ଜଣ ହେଲେ ସୁଶାନ୍ତ ପୃଷ୍ଟି ଓ ଗୋପାଳପୁରର ଦୀନବନ୍ଧୁ ଦାସ। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *