ବାଣିଜ୍ୟ

ବ୍ରିଟେନରେ ବଡ ନିବେଶ କରିବେ ଟାଟା

ନୂଆଦିଲ୍ଲୀ, ଭାରତର ବଡ ବ୍ୟବସାୟୀ ଓ କୋଟିପତିଙ୍କ ମଧ୍ୟରେ ଅନ୍ୟତମ ରତନ ଟାଟା ବ୍ରିଟେନରେ ଏକ ବଡ ପୁଞ୍ଜି ନିବେଶ କରିବାକୁ ଯାଉଛି। ଟାଟା ଷ୍ଟିଲ ଓ ବ୍ରିଟିଶ ସରକାର ମଧ୍ୟରେ ଏହି ଆର୍ଥିକ ପ୍ୟାକେଜକୁ ନେଇ ଚୁକ୍ତି ହୋଇଛି। ଶୁକ୍ରବାର ଟାଟା ଷ୍ଟିଲ ବ୍ରିଟେନ ସରକାରଙ୍କ ସହ ୱେଲ୍ସର ପୋର୍ଟ ତାଲବୋଟ ଷ୍ଟିଲ ପ୍ଲାଣ୍ଟରେ ଏକ ବୃହତ ପୁଞ୍ଜି ନିବେଶ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷର କରିଛି। ଏହି ଚୁକ୍ତିନାମା ଅନୁଯାୟୀ ବ୍ରିଟେନ ସରକାର ଟାଟା ଷ୍ଟିଲକୁ ସବସିଡି ପ୍ରଦାନ କରିବେ। ଏହି ପ୍ରକଳ୍ପରେ ୧.୨୫ ବିଲିୟନ ପାଉଣ୍ଡର ମିଳିତ ନିବେଶ ପାଇଁ ଯୋଜନା ହୋଇଛି।

Leave a Reply

Your email address will not be published. Required fields are marked *