ରାଜ୍ୟ

କିଏ ସୁରକ୍ଷା ଦେଉଛି ଡିଡିସିଏ ଓ ଜେଡିସିଏଙ୍କୁ ? ବିଭାଗକୁ ମନ୍ତ୍ରୀ ଭରଷା

ଯୋଡ଼ା : ବର୍ତ୍ତମାନ ସମୟରେ ସ୍ଥାନୀୟ ଖଣି ବିଭାଗକୁ ଖଣି ମନ୍ତ୍ରୀଙ୍କ ଗସ୍ଥ କରିବାର ନିହାତି ଜରୁରୀ ହୋଇପଡିଛି । ଘଟଣା ଯାହା ଦିନକୁ ଦିନ ବିଗିଡ଼ି ଥିବା ବେଳେ ଯଦି ଯଥା ସମ୍ଭବ ଏହାର ତୁରନ୍ତ ନିରପେକ୍ଷ ତଦନ୍ତ କରି ସମାଧାନର ଏକ ଉତ୍ତମ ବ୍ୟବସ୍ଥା ନହୋଇଲେ ଉକ୍ତ ବିଭାଗ ହୁଏ ଯଦି ଖୋଳ ହେବା ସହ ସରକାରଙ୍କ ରାଜକୋଷ ପ୍ରଭାବିତ ହେବା ଥୟ ବୋଲି ଆକଳନ। ବିଭାଗର କେଇ କାରନାମା ଧରା ପଡ଼ିବା ସହ ଖବର ପ୍ରସାର ବ୍ୟାପକ ହେବା ସତ୍ବେ କିଏ ଦେଉଛି ସୁରକ୍ଷା ଦୁଇ ଖଣି ଅଧିକାରୀ ,ଯୋଡ଼ା ସ୍ଥିତ ଉପନିର୍ଦେଶକ ରସାୟନ ବିଶ୍ଳେଷଣ ଶ୍ରୀ ଦାସମାତ ସୋରେନ ଏବଂ ଭୁନେଶ୍ବରର ନଅ ତାଲାରେ ନିଯୋଗ ଥିବା ଯୁଗ୍ମ ନିର୍ଦ୍ଦେଶକ ରସାୟନ ବିଶ୍ଳେଷଣ ଶ୍ରୀ ସୁକାନ୍ତ ମିଶ୍ରଙ୍କୁ ? ତେବେ ଘଟଣା କିଛି ଏପରି ଯାହା ଗତ କିଛି ଦିନ ତଳେ ଯୋଡ଼ା ସ୍ଥିତ ସରକାରୀ ଖଣି ବିଭାଗର ସରକାରୀ ଚୌକୀରେ ବହୁ ବେସରକାରୀ ଖଣି ଲୋକ କାହାର ଅନୁମତିରେ ବସି ସରକାରୀ କାର୍ଯ୍ୟ କରନ୍ତି ? ଯାହାର ତଦାରଖ ପୁଣି ସ୍ଥାନୀୟ ବିଭାଗକୁ କ୍ୟାମେରା ଯୋଗେ ରାଜ୍ୟ ସରକାରଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟର ଏ/ସି ରୁମରେ ବସି ରାଜ୍ୟ ସରକାରଙ୍କ ବେତନଧାରୀ ଅଫିସର ଶ୍ରୀ ସୁକାନ୍ତ ମିଶ୍ର (ଜେ.ଡି.ସି.ଏ)ନଜର ରଖିଥିବା ସତ୍ତ୍ବେ ଶ୍ରୀ ମିଶ୍ରଙ୍କ ନୀରବଦ୍ରଷ୍ଟା ,ଏବେ ଶ୍ରୀ ସୋରେନଙ୍କ ମଧ୍ୟରେ ଥିବା ଘନିଷ୍ଠଟା ବେସ ଘନୀଭୂତ ହେବାର ଲାଗିଥିଲେ ମଧ୍ୟ ଭୁବନେଶ୍ୱର ସ୍ଥିତ ତିନି ବିଭାଗର ନିର୍ଦ୍ଦେଶକ ଶ୍ରୀ ଜି ରାଜେଶ କାର୍ଯ୍ୟ ଅନୁଷ୍ଠାନ ଦୀର୍ଘ ଦିନ ବିତିଥିଲେ ମେଧ୍ୟ ସ୍ଥାଣୁ କାହିଁକି ? ସୂଚନା ଯୋଗ୍ୟ ଗୋଟିଏ ମାସରୁ ଉର୍ଦ୍ଧ ହେବ ତଥ୍ୟ ଭିତ୍ତିକ ସୂଚନା ସତ୍ତ୍ବେ ରାଜ୍ୟ ସରକାରଙ୍କ ଠାରୁ ମୋଟା ଅଙ୍କର ବେତନ ଭୋଗୀଙ୍କ ନୀରବଦ୍ରଷ୍ଟା ଖଣି ଜିଲ୍ଲାର ଗରିବ ଖଣି ବାସୀଙ୍କୁ ଚକିତ କରିବା ସହ ରାଜ୍ୟ ସରକାରଙ୍କ ସରଳତାକୁ ଉକ୍ତ ସରକାରୀ ଅଫିସର ଠକିବା ହୁଏ ବୋଲି ସାଧାରଣରେ ଆଲୋଚନା ହୁଏ। ଏପରିକି ଏତେ ସବୁ ତଥ୍ୟ ଭିତ୍ତିକ ସୂଚନା ସତ୍ତ୍ବେ, ଅଞ୍ଚଳର ତତ୍କାଳୀନ ପୂର୍ବ ଖଣି ଉପନିର୍ଦେଶକ ରହି ସାରିଥିବା ବର୍ତ୍ତମାନର ଯୁଗ୍ମ ନିର୍ଦ୍ଦେଶକ ଖଣି ଶ୍ରୀ ସଲିଳ ବେହେରା ମହୋଦୟ ଏକ ଚିଠି ମାଧ୍ୟମରେ ବିଭାଗରେ ନିଯୋଗ ଥିବା ସଚ୍ଚୋଟ ଅଫିସରଙ୍କୁ ବାଦ ଦେଇ ସ୍ଥାନୀୟ ବିଭାଗକୁ ଶ୍ରୀ ମିଶ୍ର ଯିଏକି କ୍ୟାମେରା ଯୋଗେ ତନ ତନ ନଜର ରଖିଥିବା ଖୋଦ କହି ,ବାରମ୍ବାର ବିଭାଗୀୟଙ୍କ ଆଖିରେ ଧୂଳି ଦେଇ ,ଖଣି ଲୋକ ସରକାରୀ କାର୍ଯ୍ୟ କରିବା ଉପରେ ନୀରବଦ୍ରଷ୍ଟା ସାଜିଥିବା ଶ୍ରୀ ମିଶ୍ରଙ୍କ ନାମରେ ଚିଠି ହୁଏ ସ୍ଥାନୀୟ ବିଭାଗକୁ ଆସିବା ନିମନ୍ତେ । ରାଜଧାନୀରୁ ବିଭାଗୀୟ ଖର୍ଚ୍ଚରେ ଏକ ଦାମୀ ଗାଡ଼ି ବୋଲେରୋରେ ସ୍ଥାନୀୟ ବିଭାଗକୁ ଆସି, ପୁଣି ଏକ ନାମୀ ଦାମୀ ଖଣି କମ୍ପାନୀର ମନ୍ଦାକିନୀ ଗେଷ୍ଟ ହାଉସରେ ଗୁରୁବାର ଏବଂ ଶୁକ୍ରବାର ରହି ଯିବାର ହୁଏ ଶନିବାର ସକାଳ । ତେବେ ଏଠି ଆଉ ଗୋଟେ ପ୍ରଶ୍ନ ଆସେ ସ୍ଥାନୀୟ ଉପନିର୍ଦେଶକ ରସାୟନିକ ବିଶ୍ଳେଷଣ କାର୍ଯ୍ୟାଳୟ ଠାରୁ ମାତ୍ର ୧୦୦ ମିଟର ଦୂରତା ଥିବା ସରକାରୀ ଆ.ବିରେ ଶ୍ରୀ ମିଶ୍ର (ଜେ.ଡି.ସି.ଏ)ନରହି କିମ୍ବା ଅନ୍ୟ କେଉଁଠି ନରହି ଏକ ଘରୋଇ ଖଣି କମ୍ପାନୀର ଗେଷ୍ଟ ହାଉସରେ ରହଣି ହୁଏ କାହା ସ୍ୱାର୍ଥରେ ? ନା ଶ୍ରୀ ମିଶ୍ରଙ୍କ ଠାରେ କମ୍ପାନୀ ପ୍ରୀତି ଥିବାର ମହମହ ବାସେ ବୋଲି ବୁଦ୍ଧିଯିବି ମହଲରେ ଆଲୋଚନା ହୁଏ। ଖଣି କମ୍ପାନୀ ଗେଷ୍ଟ ହାଉସରେ ରହଣି ବିଷୟ, ଯାହା ରାଜଧାନୀର ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟିଗୋଚର ହୁଏ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ ଥିବା ବେଳେ ଏଥିପ୍ରତିକି କାର୍ଯ୍ୟ ଅନୁଷ୍ଠାନ ରହିବା କଥା ବୋଲି ସାଧାରଣରେ ଲୋକେ ଅପେକ୍ଷାରେ ? ଏପରିକି ପୂର୍ବରୁ ମଧ୍ୟ କୋଭିଡ ସମୟରେ ଆଉ ଏକ ଅଫିସର ଉକ୍ତ କମ୍ପାନୀର ଏକ ଗେଷ୍ଟ ହାଉସରେ ଦୀର୍ଘ ପ୍ରାୟ ୧୦ ମାସ ଧରି ରହିବା ଏ କୌଣସି ବିରଳ ଘଟଣା ନଥିବାରୁ ସେ ସମୟରେ ଖବର ଅନେକ ପ୍ରସାର ହୋଇଥିବାର ଜାଣିବାକୁ ମିଳେ ,ଯାହା ତଦନ୍ତ ପକ୍ରିୟାକୁ ଆସିଲେ ଅଫିସରଙ୍କ ଅସଲମୁଖା ଖୋଲିବା ଥୟ,ଏବେ ଉକ୍ତ ଅଫିସର ଜଣକ ରାଜଧାନୀର ଉଚ୍ଚ ପଦବୀରେ ବିରାଜମାନ । ତେବେ ଦେଖିବାକୁ ଗଲେ ସରକାରୀ ଖଣି କାର୍ଯ୍ୟରେ ନିଜକୁ ଲିପ୍ତ କରିବା ନିମନ୍ତେ କିପ୍ରକାରର ବନ୍ଦୋବସ୍ତ କରି , ଖଣି ଲୋକ ଯଦି ସରକାରୀ ଜରୁରୀ ଗୁପ୍ତ ତଥ୍ୟ ହାସଲ କିମ୍ବା ନମୂନା ପରୀକ୍ଷଣରେ ହେରଫେର ଯଦି ହୋଇଥିବାର ସମ୍ଭାବନା ଅଧିକ ରହିଥିବାରୁ ଏବେ ବିପଦରେ ସରକାରଙ୍କ ରାଜକୋଷ । ଦୀର୍ଘ ଦିନ ବିତି ଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନଥିବାରୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଖଣି ମନ୍ତ୍ରୀ ଉପରେ ଜିଲ୍ଲାର ବହୁ ଗରିବ ଖଣି ବାସୀଙ୍କ ବିଶ୍ୱାସ ଯେ ସ୍ଥାନୀୟ ବିଭାଗ ଉପରେ ଯଥା ସମ୍ଭବ ମନ୍ତ୍ରୀ ମହୋଦୟ ଦୃଷ୍ଟି ଦେବା ସହ ସମସ୍ତ କାର୍ଯ୍ୟକଳାପ ଏବଂ ଦୁର୍ନୀତିର ବିଚାର କରି ରାଜ୍ୟ ସରକାରଙ୍କୁ ଠକିଥିବା ଦୋଷୀଙ୍କ ପ୍ରତି ଉଚିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

Leave a Reply

Your email address will not be published. Required fields are marked *