ରାଜନୀତି

ମୂଳରୁ ମାଇପ ନାହିଁ ପୁଅ ନାଁ ଗୋପାଳିଆ : ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି


ଭୁବନେଶ୍ବର : ଗ୍ରାମ ପଞ୍ଚାୟତରୁ ଭୁବନେଶ୍ବରକୁ ବସ୍ ସେବା ଯୋଡ଼ିବା ପାଇଁ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପାଣ୍ଡିଆନ୍ ଙ୍କ ପ୍ରାୟୋଜିତ ଘୋଷଣା ଓଡ଼ିଶା ବାସୀଙ୍କ ମନରେ ଭୃକୁଞ୍ଚନ ସୃଷ୍ଟି କରିଛି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି।
ଦୀର୍ଘ ୨୪ ବର୍ଷ ଶାସନରେ ରହି ଗ୍ରାମ, ଗ୍ରାମାଞ୍ଚଳର ୱାର୍ଡର ବିକାଶ ପାଇଁ ବିଜେଡି ସରକାର ଯୋଜନା କରିପାରିଲେ ନାହିଁ। ପ୍ରତି ଗ୍ରାମପଞ୍ଚାୟତକୁ ରାଜଧାନୀ ଭୁବନେଶ୍ଵର ସହ ଯୋଡ଼ିବା ଦୂରର କଥା ପ୍ରତି ବ୍ଲକ ମୁଖ୍ୟାଳୟକୁ ମଧ୍ୟ ଭୁବନେଶ୍ଵର ସହ ଯୋଡ଼ାଯାଇ ପାରିଲା ନାହିଁ । ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କୁ କରାୟତ କରି ଆଉ କେତେ ଦିନ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବେ ତାହା ଦେଖିବାକୁ ବାକି ରହିଲା। ରାଜଧାନୀରୁ ଗ୍ରାମପଞ୍ଚାୟତକୁ ଗୋଟିଏ ଚାରିଚକିଆ ଯାନ ଯିବା ପାଇଁ ରାସ୍ତା ନଥିବା ବେଳେ କିପରି ବସ୍ ଯାତାୟତ କରିବ ତାହା ଦେଖିବାକୁ ବାକି ରହିଲା। ଏହି ବସ୍ ଯାତାୟତ ଯୋଜନା ନବୀନ ପଟ୍ଟନାୟକଙ୍କ ମୂଳରୁ ମାଇପ ନାହିଁ ପୁଅ ନାଁ ଗୋପାଳିଆ ସହିତ ସମାନ। ରାସ୍ତା ତିଆରି ନକରି ବସ୍ ଚଳାଇଲେ ଯେଉଁ ସବୁ ଦୁର୍ଘଟଣା ଘଟିବ ଏବଂ ମୃତ୍ୟୁ ହେବ ସେ ସବୁ ପାଇଁ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ୍ ଏବଂ ବିଜୁ ଜନତା ଦଳ ଦାୟୀ ରହିବ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ କହିଛନ୍ତି।

Leave a Reply

Your email address will not be published. Required fields are marked *