ଦେଶ- ବିଦେଶ

ନାଇଜରରେ ଖାଦ୍ୟଭାବ,ଭୋକରେ ୧୦ଲକ୍ଷ ଲୋକ

ନାଇରୋବି,: କ୍ଷମତାସୀନ ସରକାରଙ୍କୁ ହଟାଇ ସେନା ନାଇଜରକୁ ଦଖଲ କରି ସାରିଛି। ନାଇଜରରେ ଏବେ ସାମରିକ ଶାସନ ଚାଲିଛି। ହେଲେ ଦେଶରେ ଏବେ ଖାଦ୍ୟ ଶସ୍ୟ ସରିଯିବା ଯୋଗୁ ଖାଦ୍ୟ ସମସ୍ୟା ଦେଖାଯାଇଛି। ଡାଲି, ଚାଉଳ ଠାରୁ ଆରମ୍ଭ କରି ରନ୍ଧନ ତେଲ ପର୍ଯ୍ୟନ୍ତ ସବୁ କିଛିର ଅଭାବ ଦେଖାଦେଇଛି। ନାଇଜରରେ ସେନା କ୍ଷମତାକୁ ଆସିବା ପରେ ପଶ୍ଚିମ ଆଫ୍ରିକୀୟ ଦେଶମାନେ ଆର୍ଥିକ କାରବାରକୁ ବନ୍ଦ କରିଦେଇଛନ୍ତି। ଏହି ପ୍ରତିବନ୍ଧକ ଏବଂ ଅନ୍ୟ ଦେଶ ସହ ବଢୁଥିବା ତିକ୍ତତା ନାଇଜରର ଅର୍ଥନୀତିକୁ ଅଡୁଆରେ ପକାଉଛି। ଖାଦ୍ୟଶସ୍ୟର ମୂଲ୍ୟ ବୃଦ୍ଧି ପାଉଛି। ଦେଶରେ ଜରୁରୀକାଳୀନ ଔଷଧର ମଧ୍ୟ ଅଭାବ ଦେଖାଦେଇଛି।

ଦୁନିଆର ସବୁଠାରୁ ଗରିବ ଦେଶ ନାଇଜର ପାଇଁ ସାମରିକ ବିବାଦ ବର୍ତ୍ତମାନ ଦେଶକୁ ବିପର୍ଯ୍ୟସ୍ତ କରିଦେଇଛି। ବିଶ୍ୱରେ ଦ୍ରୁତ ଗତିରେ ବଢୁଥିବା ଜନସଂଖ୍ୟା ମଧ୍ୟରେ ନାଇଜର ମଧ୍ୟ ରହିଛି। ରାଷ୍ଟ୍ରପତି ମହମଦ ବଜୌମ କାର୍ଯ୍ୟକାଳ ମଧ୍ୟରେ ନାଇଜରର ଅର୍ଥନୀତି ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିଲା। ବର୍ତ୍ତମାନ ସାମରିକ ଦଖଲ ପରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇଛି। ପ୍ରତିବନ୍ଧକ ଯୋଗୁଁ, ନାଇଜରକୁ ଯିବାକୁ ଥିବା ଶସ୍ୟ ସାମଗ୍ରୀ ସୀମାନ୍ତ ଅଞ୍ଚଳରେ ଅଟକି ରହିଛି।
ନାଇଜର ସୀମାରେ ୭ହଜାର ଟନରୁ ଅଧିକ ଶସ୍ୟ ଅଟକି ରହିଛି। ଯଦି ସୀମାରେ ପ୍ରତିବନ୍ଧକ ନ ହଟେ ତେବେ ୧୦ ଲକ୍ଷ ଲୋକ ଖାଦ୍ୟ ଅଭାବରୁ ମୃତ୍ୟୁବରଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଦେଶରେ ଏହି ସମୟରେ ଡ୍ରଗ୍ସର ଚୋରା କାରବାର ମଧ୍ୟ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *