ମହାନଗର

ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ,: କଟକରେ ନେତାଜୀ  ବସ୍‌ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନରେ ଲୋକାର୍ପଣ କରିଛନ୍ତି। ସହରର ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବସ୍‌ ଟର୍ମିନାଲର ଆଜି ଶୁଭ ଲୋକାର୍ପଣ ହୋଇଛି। ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବସ୍‌ ଟର୍ମିନାଲ।

ବସ୍‌ ଟର୍ମିନାଲରେ ଡ୍ରାଇଭର ଏବଂ ବସ୍‌ର ସହାୟକମାନଙ୍କ ପାଇଁ ବିଶ୍ରାମ ଗୃହ, ଆହାର କେନ୍ଦ୍ର, ମିଶନ ଶକ୍ତି କାଫେ ଓ ବସ୍‌ ରହଣି ସ୍ଥାନ ରହିଛି।

ଉକ୍ତ ଲୋକାର୍ପଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏମ୍‌ପି ଭର୍ତ୍ତୃହରି ମହତାବ, ୫-ଟି ସଚିବ ଭିକେ ପାଣ୍ଡିଆନ, ଜିଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ କମିଶନର ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *