ଦେଶ- ବିଦେଶ

ମହଙ୍ଗା ହେବ ଏୟାରଟେଲ୍‌ର ସମସ୍ତ ପ୍ଲାନ

ନୂଆଦିଲ୍ଲୀ, : ଭାରତୀ ଏୟାରଟେଲ୍‌ ଚଳିତ ବର୍ଷ ନିଜର ଗ୍ରାହକଙ୍କୁ ବଡ ଝଟ୍‌କା ଦେବାକୁ ଯାଉଛି। ଭାରତରେ ଟେଲିକମ୍‌ କମ୍ପାନୀର ବିଭିନ୍ନ ପ୍ଲାନର ଦର ବଢ଼ାଇବାର ଆବଶ୍ୟକତା ଥିବା ଚେୟାରମ୍ୟାନ୍‌ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି। ନିକଟ ଅତୀତରେ କମ୍ପାନୀ ବିପୁଳ ପୁଞ୍ଜି ବିନିଯୋଗ କରିଛି। ଏଥିଲାଗି ଏଭଳି ବୃଦ୍ଧି କରାଯାଉଥିବା ମିତ୍ତଲ ସ୍ପଷ୍ଟ କରିଛନ୍ତି। ଏହାପୂର୍ବରୁ କମ୍ପାନୀ ସର୍ବନିମ୍ନ ରିଚାର୍ଜ ପ୍ଲାନ ଅର୍ଥାତ ୨୮ ଦିନିଆ ଅବଧି ଲାଗି ଶୁଳ୍କକୁ ପ୍ରାୟ ୫୭% ବୃଦ୍ଧି କରି ୧୫୫ ଟଙ୍କା କରିଦେଇଥିଲା। ୮ ସର୍କଲରେ ଏହି ବୃଦ୍ଧି କରାଯାଇଥିଲା।

ଟେଲିକମ୍‌ ବ୍ୟବସାୟରେ ପୁଞ୍ଜି ନିବେଶ ଉପରେ ରିଟର୍ନ ବହୁତ କମ୍‌। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଭାରତରେ ଶୁଳ୍କ ବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ଅନ୍ୟ ଜିନିଷ ତୁଳନାରେ ମୋବାଇଲ୍‌ ଦାମ୍‌ରେ ବୃଦ୍ଧି ବହୁତ କମ୍‌ ବୋଲି ମିତ୍ତଲ କହିଛନ୍ତି।

ଏହାପୂର୍ବରୁ ବିଏସ୍‌ଏନ୍‌ଏଲ୍‌ ୭୧,୧୦୪,୧୩୫,୩୯୫ ଟଙ୍କିଆ ଏସ୍‌ଟିଭି ପ୍ଲାନ୍‌କୁ ବନ୍ଦ କରିଥିଲା। ଏବେ ଏୟାରଟେଲ୍‌ ପରେ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଶୁଳ୍କ ବୃଦ୍ଧିକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *