ମହାନଗର

ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରତ୍ୟାହାର ଦାବିରେ ଏଆଇଏସ୍ଏଫ୍ ପକ୍ଷରୁ ଛାତ୍ର ଅଧିକାର ସମାଵେଶ

ଭୁବନେଶ୍ଵର : ଓଡ଼ିଶାରେ ଗତ ୨୦୧୮ମସିହାରୁ ସରକାରଙ୍କ ଦ୍ଵାରା ବନ୍ଦ କରି ଦିଆ ଯାଇଥିବା ଛାତ୍ର ସଂସଦ ନିର୍ଵାଚନ ନିଷ୍ପତ୍ତି ପ୍ରତ୍ୟାହାର କର, +୨ସ୍ତର ଠାରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ମାଧ୍ଯମରେ ଛାତ୍ର ସଂସଦ ଗଠନ କର, ଭାରତ ସରକାରଙ୍କ ନିର୍ଦ୍ଦେଶରେ ଘରୋଇ ଶିକ୍ଷା ଵେପାରୀଙ୍କ ଲାଭ ପାଇଁ କେବଳ ଓଡ଼ିଶାରେ ୧୫ହଜାରରୁ ଅଧିକ ସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ କରି ଅବହେଳିତ ଅଞ୍ଚଳର ଅବହେଳିତ ପରିବାରର ଛାତ୍ର ଛାତ୍ରୀଙ୍କୁ ପାଠ ପଢାରୁ ବଞ୍ଚିତ କରିବା ନିଷ୍ପତ୍ତି ପ୍ରତ୍ୟାହାର କର, ସମସ୍ତଙ୍କୁ
ନିଃଶୁଳ୍କ, ବିଜ୍ଞାନ ସମ୍ମତ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନକର ସମେତ ଶିକ୍ଷା ସମସ୍ୟା ସମ୍ବଳିତ ବିଭିନ୍ନ ଦାବି ନେଇ ଏଆଇଏସ୍ଏଫ୍ ପକ୍ଷରୁ ଛାତ୍ର ଅଧିକାର ସମାଵେଶ ଅନୁଷ୍ଠିତ ହୋଇଯାଇଛି। ଏଆଇଏସ୍ଏଫ୍ ଓଡ଼ିଶା ରାଜ୍ଯ ସଭାପତି ସଂଘମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଜଵାହାରଲାଲ ନେହେରୁ ବିଶ୍ବ ଵିଦ୍ଯାଳୟର ପୁର୍ଵତନ ଏସ୍ଆଇଏସ୍ ଡିନର ପ୍ରଫେସର ଅଜୟ ପଟ୍ଟନାୟକ, ଆଇଫକ୍ଟୋ ତଥା ଵିଶ୍ଵ ଶିକ୍ଷକ ସଂଘ ସଭାପତି ପ୍ରଫେସର ଅମୀୟ କୁମାର ମହାନ୍ତି, ଏଆଇଏସ୍ଏଫ୍ ର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଭିକି ମାହେଶ୍ଵରୀ, ରାଜ୍ଯ ସମ୍ପାଦକ କାହ୍ନୁ ଚରଣ ପରିଡା, ବିବେକ କୃଷ୍ଣ, ରାଜାରାମ ଡୋଙ୍ଗରୀ, ଏମ୍ଏଲ୍ ଦେଶପ୍ରିୟ ପଣ୍ଡା, ଶୁଭ୍ରା ରାଣୀ ସାହୁ, ଏମ୍ ରାଜେଶ୍ଵରୀ, ମନୋରଞ୍ଜନ ରାଉତ, ସୁଜାତା ପଣ୍ଡା,ପପୁ ରାଉତ ପ୍ରମୁଖ ଉଦଵୋଧନ ଦେଇ ଅବିଳମ୍ବେ ଦାବି ପୂରଣ ନ କଲେ ରାଜ୍ଯ ଵ୍ଯାପୀ ଛାତ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଆଜି ଅଖିଳ ଭାରତ ଛାତ୍ର ସଂଘର ୩୮ତମ ରାଜ୍ଯ ସମ୍ମିଳନୀର ଉଦଘାଟନୀ ସମାରୋହ ଖାରବେଳ ନଗର ମଦର ଟେରେସା ରୋଡ଼ ସ୍ଥିତ ଓଡ଼ିଶା ଆସୋସିଏସନ୍ ଫର ଵ୍ଲଆଇଣ୍ଡ ହଲରେ ଭୀମ ଭୋଇ ମଣ୍ଡପ, ଅନନ୍ତ ପଟ୍ଟନାୟକ ନଗରରେ ଅନୁଷ୍ଠିତ ହୋଇ ଆସନ୍ତା କାଲି ଅପରାହ୍ନ ପର୍ଯ୍ଯନ୍ତ ଓଡ଼ିଶା ର ବିପର୍ଯ୍ୟସ୍ତ ଶିକ୍ଷା ଵ୍ଯଵସ୍ଥା ସମ୍ପର୍କରେ ସବିଶେଷ ଚର୍ଚ୍ଚା ହେବା ସହ ଆଗାମୀ ଦିନରେ ଆନ୍ଦୋଳନ ଓ ସଂଗଠନର ଖସଡ଼ା ପ୍ରସ୍ତୁତ ହେବ।

Leave a Reply

Your email address will not be published. Required fields are marked *