ରାଜ୍ୟ

ନିମାପଡ଼ାରେ ସହିଦ ଦିବସ ପାଳିତ

ନିମାପଡ଼ା : ୧୯୪୨ମସିହା ଭାରତଛାଡ଼ ଆନ୍ଦୋଳନ ସମୟରେ ମହାତ୍ମାଗାନ୍ଧୀଙ୍କ ଡ଼ାକରାରେ ଅନୁପ୍ରାଣିତ ହୋଇ ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନେ ନିମାପଡା ଥାନା ଦଖଲ କରିବାକୁ ଗଲାବେଳେ ପୋଲିସ ଗୁଳିରେ ଶହୀଦ ହୋଇଥିଲେ ଚଅଁରପଦାର ସଂଗ୍ରାମୀ ଉଚ୍ଛବ ମଲ୍ଲିକ।ତାଙ୍କ ସ୍ମୃତିରେ ଆଜିର ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଇ ଆସୁଛି।ଏହି ପରିପ୍ରେକ୍ଷି ରେ ନିମାପଡା ଏନ.ଏ.ସି ଓ ସହିଦ ସୃତିସଂସଦ ଆନୁକୂଲ୍ୟରେ ସ୍ଥାନୀୟ ସହିଦ ପଡ଼ିଆ ଠାରେ ସହିଦ ଦିବସ ପାଳିତ ହୋଇଥିଲା। ପ୍ରଥମେ ସହିଦଙ୍କ ଗ୍ରାମରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ନିମାପଡା ବଜାର ପରିକ୍ରମା କରି ଥାନା ସମ୍ମୁଖରେ ଥିବା ସହିଦ ଉଚ୍ଛବ ମଲ୍ଲିକଙ୍କ ସ୍ମୁତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ନିମାପଡା ପୋଲିସ ପକ୍ଷରୁ ସହିଦଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।ଏହି ଉପଲକ୍ଷେ ଆୟୋଜିତ ସଭାରେ ଅତିଥି ଭାବେ ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ, ନିମାପଡା ପଞ୍ଚାୟତ ସମିତି ଅଧକ୍ଷ ଶଙ୍କର ଭୋଇ, ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଜଗତ ପ୍ରସାଦ ସାବୁତ୍,ଏନ.ଏ.ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ ପ୍ରମୁଖ ଯୋଗଦେଇ ସହିଦ ଉଛବ ଙ୍କ ସ୍ମୃତି ଚାରଣ କରିଥିଲେ।ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସହୀଦ ସୃତି ସଂସଦର ସମ୍ପାଦକ ବେଣୁଧର ସେନାପତି ମଞ୍ଚ ପରିଚାଳନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *