ରାଜ୍ୟ

ଡେପୁଟେସନରେ ଅଣା ଯାଉଛି ଅଫିସରଙ୍କୁ ,ଘୋଟାଲାର ସର୍ଦ୍ଧାର ବନେଇବାକୁ

ଯୋଡ଼ା – ଫୁଲ୍ ଦମରେ ହୁଏ ବିଭାଗରେ ଘୋଟାଲା କାରବାର । କ୍ଷମତା ବଳରେ ଯାହା ଇଛା ତାହା କରିବା ମଧ୍ୟ ସମ୍ଭବ ହୁଏ ,ଯଦି କିଛି ନହୁଏ ତେବେ ଗୋଡ଼ ବି ଧରନ୍ତି ବହୁ ବାର ରାଜଧାନୀର ଅଲାଜୁକ ମାସିକିଆ ଭତ୍ତା ଅଫିସର। କଥା କଥାରେ ଚିତା କାଟୁ ଥିବା ରାଜଧାନୀର ଭତ୍ତା ଅଫିସରଙ୍କ ଦକ୍ଷତା ହେଉଛି ମେସିନ କିଣାରେ ଘୋଟାଲା କରିବା , ତରଳ ପଦାର୍ଥରେ ଘୋଟାଲା କରି ବାର୍ଷିକ ପ୍ରାୟ ୩/୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିବା ସହ ସ୍ଥାନୀୟ ଘୋଟାଲା ବିଭାଗରୁ ପ୍ରାୟ ମାସିକ ୧ ଲକ୍ଷରୁ ଉର୍ଦ୍ଧ ଭତ୍ତା ରହିଛି ବୋଲି ନିଜ ନାମ ଗୋପନ ରଖି ବିଭାଗୀୟର ୪ଜଣ ଏବଂ ଉପର ମୁଣ୍ଡିଙ୍କୁ ବାଦ ଦେଇ ସଭିଏ ଜଣେ ଜଣେ କରି ସୂଚନା ଦିଅନ୍ତି। ସୂଚନା ଯୋଗ୍ୟ ଯେ ନିଜ ଘୋଟାଲାରେ କେହି ବାଧକ ହେଉ ଅବା ଏବେ ସଭିଙ୍କ ଦୃଷ୍ଟି ଆକର୍ଷଣ ରହିଥିବାରୁ ଘୋଟାଲାର ଅଠା ଆଉ କାହାର ମୁଣ୍ଡରେ ବୋଳିବାକୁ ହୁଏ ମସ୍ତ ବାଡ ଡେପୁଟେସନର ଷଡ଼ଯନ୍ତ୍ର । ଖବର ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ନିଜ ଘୋଟାଲାର ଖବର ପରେ ଖବର ବ୍ୟାପକ ହେତୁ ଘୋଟାଲା ଦିଗହରା କରିବା ନିମନ୍ତେ ଜିଲ୍ଲାରୁ ଏକ ବୟସ୍କ ଅଫିସର ଶ୍ରେଣୀ ଅଧିକାରୀଙ୍କୁ ସ୍ଥାନୀୟ ବିଭାଗକୁ ଆଣି ଘୋଟାଲାର ସର୍ଦ୍ଦାର ବନେଇବାକୁ ଭିତିରିଆ ଯୋଜନା ରହିଥିବାର ଶୁଣିବାକୁ ମିଳେ । ତେବେ ବଡ଼ ଆଶ୍ଚର୍ଯ୍ୟର ବିଷୟ ଯେ ସ୍ଥାନୀୟ ବିଭାଗକୁ କୌଣସି କର୍ମଚାରୀ କିମ୍ବା ଅଫିସର ଆବଶ୍ୟକତା ରହିଥିବାର ସୂଚନାର ଖବର ପ୍ରକାଶ ଥାଉ କି ନଥାଉ କିନ୍ତୁ ରାଜଧନୀର ହେଡକ୍ୱାଟର୍ସ ବସି ନିଜ ଆଡୁ ଘୋଟାଲାର ଅଭିବୃଦ୍ଧି ନିମନ୍ତେ ଗୋଟି ଚାଳନା କରି ତରବରିଆ ଭାବରେ ପୁଣି ଭୁଲ କରନ୍ତି ବିନା ସୂଚନା ପ୍ରାପ୍ତରେ ଡେପୁଟେସନର ନିର୍ଦ୍ଦେଶନାମା ବିକଳ ହୋଇ ଭତ୍ତା ଅଫିସର। ଯାହାକୁ ରାଜଧନୀରେ ବସି ଥିବାଅନ୍ୟ ନିକର୍ମଣିଆ ଅଧିକାରୀ ଜାଣିପାରୁନାହନ୍ତି କିପରି ? ତେବେ ଡ଼େପୁଟେସନ ନିର୍ଦ୍ଦେଶନାମା ପାଇଥିବା ବୟସ୍କ ଅଫିସର ଜଣକ ସାବଧାନ ହୋଇ ରୁହନ୍ତୁ କାରଣ ରାଜଧାନୀର ଚୂନ ମରା ଭତ୍ତା ଅଫିସର ଏବଂ ସ୍ଥାନୀୟ ଘୋଟାଲା ଟିମଙ୍କ ଠାରୁ ନଚେତ ଘୋଟାଲାର ଅଠା ବୋଳି ଘୋଟାଲାର ସର୍ଦ୍ଧାର ବନେଇଦେବା ଥୟ ବୋଲି ବୁଦ୍ଧି ଯିବି ମହଲରେ ପୂର୍ବ ଆଲୋଚନା ହୁଏ।

Leave a Reply

Your email address will not be published. Required fields are marked *