ରାଜ୍ୟ

ଘୋଟାଲା ଅର୍ଥ ଦେବାକୁ କଲୋନୀ ଭିତରେ ପସୁଛନ୍ତି କମ୍ପାନୀ ଲୋକ

ଯୋଡ଼ା : କେଇ ଜଣ ଘୋଟାଲାକାରୀ ଏବଂ ଚାପାକାରୀଙ୍କ ପାଇଁ ଆଜି ବିଭାଗ ତଥା ଅନ୍ୟ ତଳସ୍ଥ ଅଧିକାରୀ ବଦନାମ ହେବାକୁ ଲାଗିଥିବାର ଶୁଣିବ ମିଳେ। ଏପରିକି ଉକ୍ତ ଘୋଟାଲାକାରୀଙ୍କ ପାଇଁ ନିକଟ କଲୋନୀ ମଧ୍ୟ ବଦନାମ ହେବାରୁ ବାଦ ପଡିନି । ଉକ୍ତ କଲୋନୀର ଖ୍ୟାତି ସମଗ୍ର ଅଞ୍ଚଳ କହିବ, ଦିନ ଥିଲା ଉକ୍ତ କଲୋନୀରେ ମାନ ମହତ କଣ ଥିଲା ,ଆଉ ଆଜି ଏଇ କେତଟି ଅଫିସର ସବୁ ବୁଡ଼ାଇ ଖାଇବାକୁ ଆସିଛନ୍ତି ବିଭାଗକୁ। ଆଖ ପାଖର ପ୍ରମୁଖ ଅଧିକାରୀ ତଥା ସବୁ ଜାଣି ନଜାଣିଲା ପରି ହେଲେ କଣ ହେବ ? ଲୋକେତ ସବୁ କଥା ହୁଅନ୍ତି ଘୋଟାଲାର ଅର୍ଥ ଦେବାକୁ କମ୍ପାନୀ ଲୋକ ଆସିବା ହୁଏ ଏବେ କଲୋନୀରେ ମଧ୍ୟରେ ଥିବା କାଳିଆ ଭାଲୁ ଘରକୁ । ଘଟଣା ଯାହା ପୂର୍ବରୁ ଘୋଟାଲା ବିଭାଗରେ ଲେଣ ଚାଲୁ ରହିଥିବା ବେଳେ ଯେଉଁ ଦିନ ଠାରୁ ଖବର ବ୍ୟାପକ ହୁଏ, ସେବେ ଠାରୁ ବିଭାଗର ଖୁବ ନିକଟରେ ଲାଗି କରି ଥିବା କଲୋନୀ ଭିତରକୁ ପ୍ରବେଶ କରି ବାହ୍ୟ କମ୍ପାନୀ ଲୋକ ଆସି ଘୋଟାଲା ଅର୍ଥ କାଳିଆ ଭାଲୁ ଘରେ ଦେଇ ଯାଉଥିବାର ଚର୍ଚ୍ଚା ଜୋର ଧରିଥିବାର ଶୁଣିବାକୁ ମିଳେ । ଏହାକୁ କଣ ନିକଟରେ ଥିବା କେହି କଣ ଜାଣନ୍ତି ନାହିଁ ? ନା ସବୁ ଦେଖି ଜାଣି ଚୁପ୍ ? ନା ଆଉ କେହି ନିକଟ ଅଧିକାରୀ ଘୋଟାଲା ସାମିଲ ହେତୁ ଚୁପ ବୋଧ ହୁଏ ? ନା କାଳିଆ ଭାଲୁ ଉପରେ ଚାପ ପକାଇ ନିଜ କାର୍ଯ୍ୟ ସାଧନ କରନ୍ତି ଅଧିକାରୀ ,ତେଣୁ ଚୁପ୍ କି ? ଯାହା ସଭିଙ୍କୁ ମାଲୁମ୍ ହୋଇସାରିଲାଣି ବୋଲି ତଳୁ ଉପର ଲୋକେ କୁହନ୍ତି ବିଭାଗର । ଅଞ୍ଚଳରେ ତେବେ କଣ ଥିଲା ଉକ୍ତ ବିଭାଗ ଠାରୁ ଆରମ୍ଭ କରି କଲୋନୀର ମାନ ମହତ କିନ୍ତୁ ମାସିକିଆ ଭତ୍ତା ଅଫିସର ଯେବେ ନିଯୋଗ ଥିଲେ ଏଠାରେ ,ଆଉ ପାହ୍ୟା ପାଇ ରାଜଧାନୀ ଯିବା ପରେ ମଧ୍ୟ ଘୋଟାଲାର ଭତ୍ତା ପାଇଁ କାଳିଆ ଭାଲୁକୁ ଯଗାଇ ଯାଇଛନ୍ତି ବିଭାଗରେ, ଯେପରି ଘୋଟାଲା କାରବାର ଚାଲୁ ରହି ରାଜଧାନୀରେ ବସି ,ଯୋଜନାବଦ୍ଧ ସେ ନିଜର ମାସିକିଆ ଭତ୍ତାଟା ପାଇବା ସହ ନିଜ ପକେଟ ଗରମ ମଧ୍ୟ କରନ୍ତି କାଳିଆ ଭାଲୁ ଓ ଚାପ ସୃଷ୍ଟି କରୁଥିବା ମୁଣ୍ଡି । ଯାହାର କାର୍ଯ୍ୟଭାର ଉଠାଉଛନ୍ତି ଘୋଟାଲା ଟିମର ପ୍ରମୁଖ ପୂର୍ବତନ ସୁରକ୍ଷାକର୍ମୀ ଚୁଗୁଲିଆ କର୍ମଚାରୀ ଜଣକ,ଅର୍ଥ ଲୋଭର ଉତ୍ପାତ ସାରିବାକୁ ନାମ ଧରୁନାହାନ୍ତି ଉକ୍ତ ଚାରି ମାସିଆ ଚୁଗୁଲିଆ କର୍ମଚାରୀ ଜଣକ। ତେବେ ସୂଚନା ଯୋଗ୍ୟ ଦିନ ଥିଲା ଉକ୍ତ କଲୋନୀରେ ବହୁ ପ୍ରସିଦ୍ଧ ଡ୍ରାମା , ଗଣେଷ ପୂଜା,ସରସ୍ଵତୀ ପୂଜା, ବିଭିନ୍ନ ଖେଳ କାର୍ଯ୍ୟକ୍ରମ ଏବଂ ବହୁ ଆଡ଼ମ୍ବରେ ବାର୍ଷିକ ବଣ ଭୋଜି ଅନୁଷ୍ଠିତ ଗୁଡ଼ିକୁ , ଅର୍ଥକାରୀ ଲୋଭି ତଥା ଘୋଟାଲା କାର୍ଯ୍ୟରେ ବ୍ୟସ୍ତତା ପାଇଁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରିଛନ୍ତି ଉକ୍ତ ଅଫିସର। ଏପରିକି ଉକ୍ତ ସମସ୍ତ ଘୋଟାଲାକାରୀ ଅଫିସର ତଳୁ ଆରମ୍ଭ ଉପର ଯାଏ କେହି କେବେ ଉଦ୍ୟମ ମଧ୍ୟ କରନ୍ତି ନାହିଁ ଯେ ପୂର୍ବ ପରି କଲୋନୀରେ କିଛି କାର୍ଯ୍ୟକ୍ରମ ହୋଇ ପୁଣି ଯେପରି ସମ୍ମାନ ଫେରୁ ବୋଲି କିନ୍ତୁ ସକାଳ ହେଲେ ଘୋଟାଲା ନିମନ୍ତେ କେତକ ଅଫିସର ଏବଂ ଘୋଟାଲାକାରୀ ଟିମ ଅଲାଜୁକ ପରି ଅଫିସ ଆସିବା ହୁଏ । ତେବେ ଦିନ ଥିଲା ଏହି ଅଫିସର କମ୍ପାନୀକୁ ଅସାଧୁ କହିଥିଲେ କିନ୍ତୁ ପକୃତ ଅସାଧୁ କିଏ ? ଉକ୍ତ ଘୋଟାଲାକାରୀ ଅଫିସର ଏବଂ କେବଳ ଅର୍ଥ ଲୋଭି ଯେ ରାଜନେତାଙ୍କ ଆଶ୍ରୟ ନେଇ ନିଯୋଗ ହୁଅନ୍ତି ସ୍ଥାନୀୟ ବିଭାଗରେ ବୋଲି ସବୁ ବର୍ଗ ଛି ଛି କରିବା ସହ ସିକ୍ୟୁରୁଟୀ ଗହଣରେ ମଧ୍ୟ ବହୁ ବିଷୟ ଆଲୋଚନା ହୁଏ । କମ୍ପାନୀ ଲୋକଙ୍କୁ ପ୍ରବେଶ ଅନୁମତି ଦରକାର ନଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ କିନ୍ତୁ ଅନୁମତି ସହ ଫୋନରେ ଯୋଗାଯୋଗ କରିବାରେ ଯାଇ ପ୍ରବେଶ ଅନୁମତି ମିଳେ , ଯାହାର ବିଚାର ଆଗାମୀ ଦିନରେ ଅଞ୍ଚଳବାସୀ କରିବା ସହ ସମୟ କ୍ରମେ ଉକ୍ତ ସମସ୍ତ ଅଫିସରଙ୍କ ଅସଲମୁଖା ଖୋଲିବା ଥୟ ।

Leave a Reply

Your email address will not be published. Required fields are marked *