ରାଜ୍ୟ

ସାଂସଦ ନିରଞ୍ଜନ ବିଶିଙ୍କୁ ବିଜୁ ଶ୍ରମିକ ସମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ନିଯୁକ୍ତି


ବଲାଙ୍ଗୀର : ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଶ୍ରମିକ ସାମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ଭାବରେ ବିଶିଷ୍ଟ ଶ୍ରମିକ ନେତା,ଆଦିବାସୀ ନେତା ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ନିଯୁକ୍ତି କରିଥିବାରୁ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରମିକ ନେତା ସାଂସଦ ଶ୍ରୀ ବିଶି ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ଥିବା ବେଳେ ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଏକତା ମଞ୍ଚ ର କାର୍ଯ୍ୟକାରୀ ସଭାପତି, ୱେସ୍କୋ ଏସ.ଟି/ ଏସ.ସି କର୍ମଚାରୀ ସଂଘର ସଭାପତି, ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି, ଟ୍ରେଡ଼ ୟୁନିଅନ ଏଣ୍ଡ ଆସୋସିଏସନର ସାଧାରଣ ସମ୍ପାଦକ ତଥା ବିଭିନ୍ନ ଶ୍ରମିକ କର୍ମଚାରୀ ସଂଗଠନ ମାନଙ୍କରେ ନେତୃତ୍ୱ ନେଉଛନ୍ତି l ଏହି ନୁଆଁ ନିଯୁକ୍ତି ଦ୍ୱାରା ସଂଗଠିତ ଶ୍ରମିକ ଶ୍ରେଣୀ, ଅଣ ସଂଗଠିତ ଶ୍ରମିକ ଗୋଷ୍ଠୀ, କର୍ମଚାରୀ, ମଜଦୁର ମାନଙ୍କ କଲ୍ୟାଣ ପାଇଁ ବିଶେଷ ଫଳପ୍ରଦ ହେବ ବୋଳି ଶ୍ରମିକ ସଂଗଠନ ଗୁଡିକ ଆଶା ପ୍ରକାଶ କରିଛନ୍ତି l ଶ୍ରମିକ ମାନଙ୍କ ମଙ୍ଗଳ ପାଇଁ ସଂଗ୍ରାମ କରି ଆସୁଥିବା ଶ୍ରମିକ ନେତା ନିରଞ୍ଜନ ବିଶି ଙ୍କୁ ରାଜ୍ୟରେ ଶ୍ରମିକ କର୍ମଚାରୀ ମାନଙ୍କ ବିକାଶ ପାଇଁ କେନ୍ଦ୍ରୀୟ ସଂଯୋଜକ କରିଥିବାରୁ ଶ୍ରମିକ ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳିଯାଇଛି l

Leave a Reply

Your email address will not be published. Required fields are marked *