ରାଜ୍ୟ

ଜିନ୍ଦଲ ପୂର୍ବତନ କର୍ମଚାରୀ ଏବେ ପୁରୁଣା କମ୍ପାନୀରେ ନିଜ ଇଛା ମୁତାବକ କାର୍ଯ୍ୟ କରନ୍ତି

ଯୋଡ଼ା – ପୁରୁଣା କମ୍ପାନୀରେ ପୂର୍ବତନ ଜିନ୍ଦଲ କର୍ମଚାରୀ
ନିଜ ଇଛା ମୁତାବକ କାର୍ଯ୍ୟର ଉତ୍ପାତ ବଢ଼ି ଚାଲିଥିବାର ଶୁଣିବାକୁ ମିଳେ । ତେବେ ସ୍ଥାନୀୟ ବୃହତ କମ୍ପାନୀର ବୃହତ ପଦବୀରେ ବସିଥିବା ଅଣ ଓଡ଼ିଆ ଅଫିସର କିଛି ବୁଝି ପାରୁନଥିବା ହେତୁ ଉକ୍ତ କର୍ମଚାରୀ ଜଣକ ଅନେକଙ୍କୁ ଭୁଆଁ ବୁଲେଇବା ସହ ପୂର୍ବ ଅପେକ୍ଷା ଏବେ ଦିନକୁ ଦିନ ମୁହଁଖୋର ହେବାକୁ ଲାଗିଥିବା ବେଳେ ନିଜ ଇଛା ମୁତାବକ ହିସାବରେ କାର୍ଯ୍ୟ ଚଳାଇଥିବାର ଚର୍ଚ୍ଚା ଖଣି ସହରରେ ବେସ ହୁଏ। ତେବେ ଦେଖିବାକୁ ଗଲେ କମ୍ପାନୀର ନୀତି ନିୟମ ସାଧାରଣ ହିତରେ ରହିଥିବା ସହ କମ୍ପାନୀର ବହୁ କାର୍ଯ୍ୟକ୍ରମ ସବୁ ବର୍ଗ ତଥା ସଭିଙ୍କୁ ଧରି ରହିଥିବା ବେଳେ ଉକ୍ତ ମୁହଁଖୋର କର୍ମଚାରୀ ନିଜ ଇଛା ମୁତାବକ ଚଳାଉଥିବା ବେଳେ ଅଧିକାରୀଙ୍କୁ ଚିକଣ କଥା କହି ଭକୁଆ ବନାଇ ରଖିଛି। ଏପରିକି କମ୍ପାନୀର ଉନ୍ନତ ଚିନ୍ତାଧାରା ଯାହା ସଭିଙ୍କ ସହ ରହି ଆଗକୁ ବଢିବା ହୋଇଥିଲେ ହେଁ ଉକ୍ତ କର୍ମଚାରୀ ଜଣକ କମ୍ପାନୀର ନୀତି ନିୟମକୁ ଫୁ କରି ଚାଲିଥିବାରେ ବ୍ୟସ୍ତ,ଯାହା ଏତେ ବଡ କମ୍ପାନୀର ଅଧିକାରୀଙ୍କୁ ଅଜ୍ଞ ରଖାଯାଉଛି । ତେବେ ଦେଖିବାକୁ ଗଲେ କର୍ମଚାରୀ ଜଣକ ଅଞ୍ଚଳର ପୁରୁଣା କମ୍ପାନୀରେ କାର୍ଯ୍ୟ କରିବା ପ୍ରତିବଦଳରେ ପ୍ରମୁଖ ଏକ ବର୍ଗ ମଧ୍ୟରେ ପାତର ଅନ୍ତର ଭଳି କୁକାର୍ଯ୍ୟ କରିବାରୁ ତୀବ୍ର ଅସନ୍ତୋଷ ବାତାବରଣ ଦେଖାଯାଏ। ଯଦି କମ୍ପାନୀର ଅଧିକାରୀ କିମ୍ବା ଜାମସେଦପୁରରେ ଥିବା କାର୍ଯ୍ୟାଳୟରେ ନିଯୋଗ ଅଧିକାରୀ ଏଥି ପ୍ରତି ଯଦି ଧ୍ୟାନ ଦେବାରେ ବିଫଳ ହେଲେ ଆଗାମୀ ଦିନରେ ଉକ୍ତ କର୍ମଚାରୀ ପାଇଁ କମ୍ପାନୀର ଖ୍ୟାତି କ୍ଷୁର୍ଣ୍ଣ ହେବା ଥୟ ।

Leave a Reply

Your email address will not be published. Required fields are marked *