ରାଜ୍ୟ

ବିଶ୍ଵକର୍ମା ପୂଜାରେ ଅନ୍ନଛତ୍ର ଓ ଜଳଛତ୍ର


ସମ୍ବଲପୁର :”ମାନବ ସେବା ହିଁ ମାଧବ ସେବା” ଅନୁଷ୍ଠାନ ତରଫରୁ ଶିଳ୍ପ ନଗରୀ ହୀରାକୁଦ ଠାରେ ବିଶ୍ୱକର୍ମା ପୂଜା ଉପଲକ୍ଷେ ବିଶାଳ ଜନସମାଗମକୁ ଆଖିରେ ରଖି ଅନ୍ନଛତ୍ର ଏବଂ ଜଳଛତ୍ରର ବ୍ୟବସ୍ଥା କରାଯାଇଥିଲା l ଏହି ଜନ ସେବା କାର୍ଯ୍ୟକୁ ଦିନ ୧୨ଟା ସମୟରେ ହିଣ୍ଡାଲକୋ ମାନବ ସମ୍ବଳ ଅଧିକାରୀ ଶ୍ରୀଯୁକ୍ତ ବିଶ୍ବାସ ସିନ୍ଧେ ମହୋଦୟ ଏବଂ ଶ୍ରୀଯୁକ୍ତ ସତ୍ୟପ୍ରକାଶ ଦାଶ ମହୋଦୟ ଉଦଘାଟନ କରି ବଣ୍ଟନ ଆରମ୍ଭ କରିଥିଲେ l ଏହାପରେ ପରିବାରର ସମସ୍ତ ସଦସ୍ୟ ସଦସ୍ୟା, ଛୋଟ ପିଲା ମାନେ ବଣ୍ଟନ କାର୍ଯ୍ୟରେ ଲାଗିପଡ଼ିଥିଲେ l ଏହି ସେବା କାର୍ଯ୍ୟରେ ଦେଢ଼ କ୍ୱିଣ୍ଟାଲ ଚାଉଳର ଖେଚୁଡ଼ି ଏବଂ ପାଣି ବଣ୍ଟନ କରାଯାଇଥିଲା l ଏହା ଦିନ ୧୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ସରିଥିଲା l ଏଥିରେ ଅନୁଷ୍ଠାନର ମୁଖ୍ୟ ଶ୍ରୀ ଚନ୍ଦ୍ର ଶେଖର ଶତପଥୀ ଏବଂ ଶ୍ରୀମତୀ ଇତିଶ୍ରୀ ଶତପଥୀ, କୋଷାଧକ୍ଷ ଶ୍ରୀମତୀ ତ୍ରିବେଣୀ ପଣ୍ଡା, ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳୀ ପଣ୍ଡା, ଉପଦେଷ୍ଟା ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ରୀୟ ଦାଶ, ଶ୍ରୀ ଜୟ କୃଷ୍ଣ ପ୍ରଧାନ, ମୁଖ୍ୟ ସହଯୋଗୀ ଭାବରେ ଶ୍ରୀ ବିଜୟ ପଣ୍ଡା, ଶ୍ରୀ ଅତନୁ ବହିଦାର, ଶ୍ରୀ ପୂର୍ଣ୍ଣାନନ୍ଦ ତ୍ରିପାଠୀ,ଶ୍ରୀ ଦେବଦତ୍ତ ପାଣିଗ୍ରାହୀ, ଶ୍ରୀ ସୁରେନ୍ଦ୍ର ବିଶ୍ୱାଳ,ଶ୍ରୀ ସୁଶାନ୍ତ ସାହୁ, ଶ୍ରୀ ମୋହିତ ସାହୁ, ଶ୍ରୀ ବିଜୟ ସାହୁ, ଶ୍ରୀ ସଂଗ୍ରାମ ନାୟକ, ଶ୍ରୀ ଦିନେଶ ସୁନା, ଶ୍ରୀ ବୀରେନ୍ଦ୍ର ନାରାୟଣ ଜେନା, ଶ୍ରୀ ରାଜେନ୍ଦ୍ର ଦାସ, ଶ୍ରୀ ଯୁଗଳ କିଶୋର ନାୟକ, ଶ୍ରୀ ମାନଭଞ୍ଜନ ପଣ୍ଡା,ଶ୍ରୀ ରବି ନାରାୟଣ ପଣ୍ଡା, ଶ୍ରୀମତୀ ସଂଯୁକ୍ତା ପଣ୍ଡା, ଶ୍ରୀମତୀ ଶୁଭଶ୍ରୀ ଖୁଣ୍ଟିଆ ,ଶ୍ରୀମତୀ ବୀଣାପାଣି ଦାସ, ଶ୍ରୀମତୀ ଶୁଭଶ୍ରୀ ନାୟକ , ଶ୍ରୀମତୀ ଶିବାନୀ ସାହୁ, ସୁଶ୍ରୀ ମନସ୍ବିନୀ ଭୂୟାଁ ଏବଂ ଆହୁରି ଅନେକ ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗ ଦେଇ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମ ଟିକୁ ସଫଳ ରୂପ ଦେଇଥିଲେ । ହୀରାକୁଦ ବାସୀ ଏହି କାର୍ଯ୍ୟରେ ଭୁରି ଭୁରି ପ୍ରଶଂସା କରିବା ସହିତ ଅନୁଷ୍ଠାନ କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ପରି ସେବା କାର୍ଯ୍ୟ ଆଗକୁ ଜାରି ରଖିବାକୁ ଭଗବାନ ଙ୍କ ନିକଟରେ ନିବେଦନ କରିଥିଲେ l

Leave a Reply

Your email address will not be published. Required fields are marked *